ବ୍ୟଙ୍ଗକବିତା

ମଣିଷ

Manisha an odia satire poem by Dibyajyoti Mohanty

ଦ୍ରୁତ ଗତିରେ ଗଡାଇ ତାର ସଂସାର ରୂପକ ଯାନ…
ବୁଝେନାହିଁ କାହିଁ ଅଳ୍ପ ଦିନ ଯେ ଏ ଜୀବନ ଯୌବନ

ମଣିଷ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଅଳ୍ପରେ ବୁଝୁନଥିବା ମଣିଷଟିର ମନ
ଖୋଜେ ଅନେକ ଆଶାଭରା ଜୀବନ
ନଥାଉ ପଛେ ରାତି ତଥାପି ଦେଖେ ସେ ସପନ…
ନିଶ୍ୱାସଟି ଯେ ତାର ମାତ୍ର ଖାଲି ଗୋଟେ ପବନ
ତଥାପି ସେ ଖୋଜେ ନିତି ବହୁତ ଜନଧନ
ଦ୍ରୁତ ଗତିରେ ଗଡାଇ ତାର ସଂସାର ରୂପକ ଯାନ…
ବୁଝେନାହିଁ କାହିଁ ଅଳ୍ପ ଦିନ ଯେ ଏ ଜୀବନ ଯୌବନ
ତଥାପି ବାନ୍ଧେ ସେ ଅନେକ ପ୍ରୀତିର ବନ୍ଧନ
ଯେଉଁଥିପାଇଁ ଶେଷରେ ହେବାକୁ ପଡେ ତାକୁ ହୀନିମାନ…
ସଂସାର ରୂପକ ମାୟା ମରିଚିକାରେ ହୋଇ ପରାଧିନ
ମନରେ ଭରେ ଅପ୍ରତ୍ୟାଶିତ ଅଭିମାନ
କହି ବୁଲିଥାଏ ଦୋଷୀ କାଳେ ସେ ଭଗବାନ…..

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top