ଆଜି ଗୋଟେ ସାଙ୍ଗ ଫୋନ୍ କରିକି କହିଲା ସେ ଗୋଟେ ବୃଦ୍ଧାଶ୍ରମ ଆଉ ଅନାଥ ଆଶ୍ରମ ଖୋଲିବାକୁ ଯାଉଛି, ମୁଁ ବି ଢେର ଖୁସି ହେଇଗଲି ଆଉ ତା ନୂତନ ଆରମ୍ଭ ପାଇଁ ତାକୁ ଶୁଭେଚ୍ଛା ବି ଜଣେଇଲି ଆଉ ଗର୍ବ ବି ଅନୁଭବ କଲି ।
ଦିନେ ଇନଷ୍ଟାଗ୍ରାମରେ ଗୋଟେ ଫୋଲୋ ଆସିଲା ନୂଆ ଏକାଉଣ୍ଟ ରୁ ଯାହାର ନାମ ଥିଲା “we are together ” । ସେ ଆକାଉଣ୍ଟ କୁ ଯାଇ ଡିଟେଲ୍ସ ଚେକ କରିବାରୁ ଜାଣିବାକୁ ପାଇଲି କି ମୋ ସାଙ୍ଗ ଯୋଉ ନୂଆ ବୃଦ୍ଧାଶ୍ରମ ଖୋଲିବ କହୁଥିଲା ଏଇଟା ତାରି ଇନଷ୍ଟାଗ୍ରାମ୍ ଆକାଉଣ୍ଟ ମୁଁ ବି ଫଲୋ କରିଦେଲି, ପ୍ରତିଦିନ ସେଠି ରହୁଥିବା ଅନ୍ତେବାସି ଙ୍କ ନୂଆ ନୂଆ ରିଲ ଦେଖେ କେବେ କାହା ଜନ୍ମଦିନ ପୁଣି କେବେ ଲୁଡୁ ଖେଳ ଭଲ ଲାଗେ ଆଉ ଖୁସି ବି ଲାଗେ ।
ହେଲେ ଦିନେ ଗୋଟେ ରିଲ୍ରେ ଦେଖିଲି କିଛି ଯୁବ ପୁଅ ଝିଅ ଏକାଠି ହୋଇ ସେଠି କେକ୍ କାଟୁଛନ୍ତି, ଅନ୍ତେବାସୀ ମାନଙ୍କୁ ଗିଫ୍ଟ ଦେଉଛନ୍ତି ପୁଣି ଫୋଟୋ ବି ଉଠଉଛନ୍ତି ସମୟ ବି କାଟୁଛନ୍ତି ମତେ ଆହୁରି ଭଲ ଲାଗିଲା କି ଯା ହଉ କିଛି ପିଲା ନିଜ ବାପା ମା ଙ୍କୁ ପଚାରୁ ନଥିବା ବେଳେ ଆଉ କିଛି ଯୁବ ପିଢ଼ି ଆଗେଇ ଆସୁଛନ୍ତି ସେମାନଙ୍କ ସହ ସମୟ ବିତେଇବାକୁ ।
କିନ୍ତୁ ମୋ ଚିନ୍ତାଧାରାରେ ବିରାମ ଚି଼ହ୍ନ ପଡିଗଲା ଯେତେବେଳେ ଭିଡିଓର ଶେଷରେ ଆଡ଼ଭେଟାଇଜ୍ ଭଳି ଆସିଲା କି ଯଦି ଆପଣ ମାନେ ବି ନିଜର ଜନ୍ମଦିନ ଅବା ବିବାହ ବାର୍ଷିକୀ ଏଇ ଭଳି ନିଆରା ଢଙ୍ଗ ରେ ପାଳିବାକୁ ଚାହୁଁଛନ୍ତି ତେବେ ଏଇ ନମ୍ବର ରେ ସହଯୋଗ କରନ୍ତୁ ।
ମୁଁ ପୂରା ଆଶ୍ଚର୍ଯ୍ୟ ଏ ସବୁ କଣ, ନିଜର ସବୁ ପ୍ରଶ୍ନ ର ଉତ୍ତର ପାଇଁ ସାଙ୍ଗ କୁ ଫୋନ୍ କଲି ଆଉ ପଚାରିଲି କି ଏ ସବୁ କଣ ବୋଲି ? ତ ସେ କହିଲା ଆରେ ଭଲ ଇନ୍କମ୍ ହେଇଯାଉଛି ତା ସହ ମଉସା, ମାଉସୀ ଙ୍କୁ ବି ଭଲ ଖାଇବା ମିଳିଯାଉଛି ଆଉ ଗପସପ ହବାକୁ ପିଲାମାନେ ବି ମିଳିଯାଉଛନ୍ତି ଅସୁବିଧା କଣ !
ମୁଁ ପଚାରିଲି ତେବେ ତୁ ଏ ବୃଦ୍ଧାଶ୍ରମ କଣ ଏଇ ସବୁ ପାଇଁ ଆରମ୍ଭ କରିଥିଲୁ କି ? ସେ ସେପଟୁ ଉତ୍ତର ଦେଲା ହଁ ! ଏବେ ତ ଏସବୁ ବହୁତ ଟ୍ରେଣ୍ଡ କରୁଛି ତେଣୁ ମୁଁ ବି ଆରମ୍ଭ କରିଦେଲି ଆରେ ଜାଣିଛୁ କି ନା ଭଲ ଫଣ୍ଡ ବି ମିଳୁଛି ପୁଣି ସୋସିଆଲ ମିଡ଼ିଆରେ ଭାଇରଲ ବି ଆଉ କଣ ଦରକାର କହିଲୁ..
ହେଲୋ ହେଲୋ..
ମୁଁ କିଛି ନକହି ଫୋନ୍ଟା କାଟିଦେଲି..
ପିଲାମାନେ ପର କରିଦେଲେ ତେଣୁ ବୃଦ୍ଧାଶ୍ରମରେ ରହିଲେ ସେଠି ପୁଣି ପିଲାମାନେ ସୋସିଆଲ ମିଡ଼ିଆ ପାଇଁ ହିଁ ନିଜ ଜନ୍ମଦିନ ପାଳିବାକୁ ଆସୁଛନ୍ତି ଭଲରେ ପଦେ କଥା ହେଉଛନ୍ତି । ତାହେଲେ ସେ ମଉସା ମାଉସୀ ତ ଯୋଉ ଅଲୋଡ଼ାକୁ ସେଇ ଅଲୋଡ଼ା…
ଓହଃ ଏ ଦୁନିଆ ସତରେ ଭାରି ଅଜବ….