ପ୍ରବନ୍ଧ

ବିବାହ ପଞ୍ଜିକରଣ ପୂର୍ବରୁ ବର କନ୍ୟାଙ୍କର ଏଚ୍.ଆଇ.ଭି. ପରୀକ୍ଷା ନିୟମାନୁଯାୟୀ ବାଧ୍ୟତା ମୂଳକ ହେଉ

ଏପରି ଲୁକ୍କାୟିତ ଭୟାବହ ରୋଗ ଶରୀରରେ ଥାଇପାରେ ଯାହାର ଲକ୍ଷଣ ରୋଗର ପ୍ରାରମ୍ଭରେ ଜଣାପଡ଼ିବା ସମ୍ଭବ ନୁହେଁ ଯଦି ନିର୍ଦ୍ଦିଷ୍ଟ ଭାବେ ପରୀକ୍ଷା କରା ନ ଯାଏ ।

ବିବାହ ପଞ୍ଜିକରଣ ପୂର୍ବରୁ ବର କନ୍ୟାଙ୍କର ଏଚ୍.ଆଇ.ଭି. ପରୀକ୍ଷା ନିୟମାନୁଯାୟୀ ବାଧ୍ୟତା ମୂଳକ ହେଉ

ଝିଅ ବା ପୁଅଟିର ବିବାହ ସ୍ଥିରିକୃତ ପୂର୍ବରୁ ନିମର୍ଲିଖିତ ବିଶେଷ ବିଷୟ ପ୍ରତି ସଯତ୍ନ ଜାଗ୍ରତ ହେବା ଉଚିତ୍ । ଯେତେଦୂର ପରସ୍ପର ସମ୍ୱନ୍ଧରେ ଖୋଲାଖୋଲି ଜାଣି ସମ୍ୱନ୍ଧ ସ୍ଥିର କରାଯାଏ ଭବିଷ୍ୟତ ସମ୍ପର୍କ ସେତିକି ବେଶୀ ସୁଦୃଢ଼, ସ୍ଥାୟି ଓ ସୁନ୍ଦର ହେବାର ସମ୍ଭାବନା ଥାଏ । ଭବିଷ୍ୟତ ସଂସାରରେ ବର କନ୍ୟାଙ୍କର ଓ ପରିବାରବର୍ଗଙ୍କର ସୁଖ ସ୍ୱାଚ୍ଛନ୍ଦ ବଜାୟ ରଖିବା ଲାଗି ଯାହା ଯାହା ଦେଖି ସମ୍ପର୍କ ସ୍ଥିରକରାଯାଏ ତାହା ତାହା ଭଲଭାବରେ ଆମ ଶିକ୍ଷିତ ସମାଜକୁ ଜଣା । ଗୋଟିଏ ବିଷୟ ବର୍ତ୍ତମାନ ସମୟରେ ବିଶେଷ ଭାବେ ଉପେକ୍ଷିତ ତାହା ହେଲା “ସ୍ୱାସ୍ଥ୍ୟ” । ପୁଅ ବା ଝିଅଙ୍କର ସାଧାରଣ ସ୍ୱାସ୍ଥ୍ୟ ସମ୍ୱନ୍ଧରେ ସେମାନେ ନିଜେ ବା ପିତାମାତା ଅବଗତ ଥିବା ସ୍ୱାଭାବିକ । ଏପରି ଲୁକ୍କାୟିତ ଭୟାବହ ରୋଗ ଶରୀରରେ ଥାଇପାରେ ଯାହାର ଲକ୍ଷଣ ରୋଗର ପ୍ରାରମ୍ଭରେ ଜଣାପଡ଼ିବା ସମ୍ଭବ ନୁହେଁ ଯଦି ନିର୍ଦ୍ଦିଷ୍ଟ ଭାବେ ପରୀକ୍ଷା କରା ନ ଯାଏ ।

ଆଜିର ଦୁନିଆରେ ଏଡ୍ସ ଏକ ମାରାତ୍ମକ ରୋଗ ଯାହା ରକ୍ତର ସମ୍ପର୍କରେ ଆସୁଥିବା ବ୍ୟକ୍ତିକୁ ଆକ୍ରମଣ କରେ । ଏହି ରୋଗର ପ୍ରତିକାର ନ ଥିବା ଜଣା ଗଲାଣି । ନିରୀହ, ନିର୍ଦ୍ଦୋଷ ଶିଶୁମାନେ ବାପା ମା’ଙ୍କ ଅଜ୍ଞତା ଦୋଷରୁ ଏ ରୋଗରେ ଆକ୍ରାନ୍ତ ହେଉଛନ୍ତି । ବୈବାହିକ ଜୀବନ ବିଷମୟ ହେବା ସ୍ୱାଭାବିକ । ସନ୍ତାନ ସନ୍ତତି ନିର୍ଦ୍ଦୋଷରେ ଅଳ୍ପାୟୁ ଓ ନର୍କ ଯନ୍ତ୍ରଣା ଭୋଗ କରନ୍ତି ।

ଏଣୁ ଏ ବ୍ୟାଧିରୁ ବଞ୍ଚିବାକୁ ହେଲେ ରକ୍ତ ସମ୍ପର୍କରୁ ଦୂରେଇ ରହିବା ଆବଶ୍ୟକ । ଯେପରି ପୁଅ ଝିଅଙ୍କ ଜାତକଟି ପିତାମାତା ମେଳ କରାଇ ଦେଖିଥାନ୍ତି, ଠିକ୍ ସେହିପରି ପୁଅର ରକ୍ତ ଝିଅଘର ଓ ଝିଅର ରକ୍ତ ପୁଅଘର ସର୍ବ ସମ୍ମତିରେ ଏଚ୍.ଆଇ.ଭି. ପଜେଟିଭ୍‌ର ପରୀକ୍ଷାଟି କରାଇ ନିଶ୍ଚିତ ହୁଅନ୍ତୁ । ଏହାଦ୍ୱାରା ଦେଶରୁ ଏ ରୋଗର ପାଦୁର୍ଭାବକୁ ନିଶ୍ଚିହ୍ନ କରିପାରିବାରେ ସାହାଯ୍ୟ କରିପାରିବେ ।

ବର୍ତ୍ତମାନ ଭାରତବର୍ଷ ବିଶେଷକରି ଓଡ଼ିଶାରେ ଏ ରୋଗର ବୃଦ୍ଧି ବିଶେଷ ପରିଲକ୍ଷିତ । ଆଫ୍ରିକା ଏ ବ୍ୟାଧୀରୁ ମୁକ୍ତ ହେବାକୁ ବସିଲାଣି କିନ୍ତୁ ଆମଦେଶ ଏଚ୍.ଆଇ.ଭି. ପୀଡ଼ିତ ରୋଗିଙ୍କ ସଂଖ୍ୟାରେ ପ୍ରଥମ ହେବାକୁ ବସିଲାଣି ।

ଏଣୁ ପ୍ରତ୍ୟେକ ଯୁବକ ଯୁବତୀ ବିବାହ ପୂର୍ବରୁ ରକ୍ତ ପରୀକ୍ଷା କରି ସନ୍ଦେହରୁ ମୁକ୍ତ ହୁଅନ୍ତୁ । ଏଥିଲାଗି ବିବାହ ପୂର୍ବରୁ ଉଭୟଙ୍କ ପାଖରେ ସଠିକ୍ ସ୍ୱାସ୍ଥ୍ୟର ପ୍ରମାଣପତ୍ର ରହିବା ଆବଶ୍ୟକ । ଏହି ନିୟମଟି କଡ଼ାକଡ଼ି ଭାବରେ ଲାଗୁହେବା ଆବଶ୍ୟକ । ଏହାକୁ ସମାଜର ସ୍ୱାସ୍ଥ୍ୟ ଓ କଲ୍ୟାଣ ଦୃଷ୍ଟିରୁ ଉଦାର ହୃଦୟରେ ଗ୍ରହଣ କରିବା ବୁଦ୍ଧିମାନର କାର୍ଯ୍ୟ ହେବ ।

କଥାରେ ଅଛି – “ପାଣିପିଇବ ଛାଣି, ପଇସା ନବ ଗଣି ।’

ବର୍ତ୍ତମାନ ଅସଂଜତ ଦୁନିଆରେ କିଏ ଜାଣେ “ଆପଣା ସୁନା ପିତଳ ନ ହୋଇଥିବ” ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top