ପ୍ରବନ୍ଧ

ଈଶ୍ୱର ଅଛନ୍ତି କି ?

Ajay Kumar Rout's Odia Prose Ishwara Achanti Ki ?

ଈଶ୍ୱରଙ୍କର କୌଣସି ଏକ ରୂପ,ରଙ୍ଗ ନ ଥାଏ । ତୁମେ ଯାହାଙ୍କ ପାଇଁ ରାଜନୀତି ରେ ଜିତିଛ ତାହା ଈଶ୍ୱରଙ୍କର ଅବଦାନ । ଈଶ୍ୱରଙ୍କର କୌଣସି ଆକୃତି ନ ଥାଏ ।

ଆଜିର ସମାଜରେ ଈଶ୍ୱରକୁ ନେଇ ବେଶ୍ କିଛି ଭଲ ଦି ପଇସା ରୋଜଗାର କରି ହେଉଛି । ଈଶ୍ୱରଙ୍କ ନାମରେ କେତେ କାହା ଠାରୁ ଚାନ୍ଦା ଆଦାୟ କରା ଯାଉଛି । ଈଶ୍ୱର ଏକ ମାଧ୍ୟମ ଟଙ୍କା ରୋଜଗାରର । ଏହି ପରି ଭାବେ ଈଶ୍ୱରଙ୍କ ପ୍ରତି ଥିବା ଭକ୍ତି ଲୋକଙ୍କ ଠାରେ ହ୍ରାସ ପାଇଛି । ଲୋକ ମାନେ ଚତୁର ହେଲେ ସୁଦ୍ଧା ଈଶ୍ୱର ନାମ ନେଲେ ହୃଦୟ ଟିକିଏ ନରମ ହୋଇଯାଏ । କଟକ ବାଲିଯାତ୍ରା ପଡ଼ିଆ ରେ ଏକ ବିରାଟ ବିଶ୍ୱଶାନ୍ତି ଯଜ୍ଞ ସଭାର ଆୟୋଜିତ ହୋଇଥାଏ ଏବଂ ବିଭିନ୍ନ ଆଡୁ ଭକ୍ତ ମାନେ ଆସିଥାନ୍ତି । ସଭା ସ୍ଥଳଟି ବେଶ୍ ସରଗରମ ହୋଇଥାଏ । ଶ୍ରୋତା ମାନେ ମନ ଦେଇ ବାବାଜୀଙ୍କ କଥା ଶୁଣୁ ଥାନ୍ତି । ପରିବେଶ ଟି ଖୁବ୍ ଶାନ୍ତ ଓ ଆଧ୍ୟାତ୍ମିକ ଏବଂ ଲୋକ ମାନଙ୍କର ବିଶ୍ରାମ ନେବା ପାଇଁ ବ୍ୟବସ୍ଥା ହୋଇଥାଏ । ଈଶ୍ୱରଙ୍କ ବିଷୟରେ ବୁଝାଉଥାନ୍ତି । ପରିବେଶ ଟି ଭଲ ଲାଗୁଥାଏ । ବାବାଜୀ ଶ୍ରୋତା ମାନଙ୍କର ବିଭିନ୍ନ କଥା ଈଶ୍ୱରଙ୍କ କଥା ବୁଝାଇଥାନ୍ତି । ଶ୍ରୋତା ମାନଙ୍କ ମଧ୍ୟରେ ଜଣେ ଥାଏ ଯୁକ୍ତିବାଦ । ମଉକା ଦେଖୁ କେମିତି କଣ ପଚାରିବ କିନ୍ତୁ ପଚାରି ପାରୁ ନ ଥାଏ । ବହୁଥର ଚେଷ୍ଟା କରିବା ପରେ ସଫଳ ହେଲେ ପ୍ରଶ୍ନ ପଚାରିବାରେ ଏବଂ ବାବାଜୀ କୁ କ୍ଷମା କରିବେ ଆଜ୍ଞା ଈଶ୍ୱରଙ୍କୁ ନେଇ ଗୋଟିଏ ସନ୍ଦେହ ଥିଲା । ବାବାଜୀ ହସି ଦେଲେ କୃତ୍ରିମ ଭଦ୍ରାମିକୁ ଦେଖି ଏବଂ ହସି ଦେଇ କହିଲେ “କଣ ସନ୍ଦେହ ରହିଲା ଆମ ବକୃତାରେ ?” ଏଥର ଲୋକଟି ଟିକିଏ ଚାରିଆଡ଼କୁ ଚାହିଁ ବେଶ୍ ସାହସକତାର ସହ ପ୍ରଶ୍ନ କଲା ।

ସତରେ କଣ ଏହି ଧରାପୃଷ୍ଠରେ ଈଶ୍ୱର ଅଛନ୍ତି ? ବାବାଜୀ ସଠିକ୍ ଢଙ୍ଗରେ ଉତ୍ତର ରଖିଲେ ନିଶ୍ଚିତ ଅଛନ୍ତି । କେଉଁଠି ଅଛନ୍ତି ? ଏବେ ଯଦିଓ ସଠିକ୍ କହି ହେବନି ତଥାପି ଏତିକି କହି ହେବ ଯେ ଈଶ୍ୱରଙ୍କ ସ୍ଥାନ ସବୁ ଆଡେ ତେଣୁ ଈଶ୍ୱର ସବୁ ସ୍ଥାନରେ ରହି ପାରନ୍ତି ଯଥା ସୁକ୍ଷ୍ମରେ, ସ୍ଥଳରେ ଓ ଜଳରେ । ଈଶ୍ୱରଙ୍କ ବିନା ଦିନ ଓ ରାତି ହେଉଛି । ଈଶ୍ୱରଙ୍କୁ ଦେଖିବା ଏକ କଷ୍ଟ ସାଧ୍ୟ ବ୍ୟାପାର ଏତିକି ଶୁଣି ଲୋକଟି ହସିବାକୁ ଲାଗିଲା ଏବଂ କହିଲା କି ଦିନ ଓ ରାତି ଏକ ବୈଜ୍ଞାନିକ ପାଠ ଏବଂ ଈଶ୍ୱର ଯଦି ଅଛନ୍ତି କାହିଁ ? ଦିଶୁ ନାହାଁନ୍ତି ତ ? ଈଶ୍ୱର ଦେଖିବା ଏତେ ସହଜ ବ୍ୟାପାର ନୁହେଁ । ଈଶ୍ୱର ସମସ୍ତଙ୍କୁ ଦେଖା ଯାଆନ୍ତି ନାହିଁ । ତାଙ୍କୁ ଦେଖୁବା ପାଇଁ ଏକ ସ୍ୱତନ୍ତ୍ର ଦୃଷ୍ଟିଶକ୍ତି ଲୋଡାଥାଏ । ମନ ପବିତ୍ର ହେବା ସହ କେତେ ଧ୍ୟାନମଗ୍ନ ହେବା ସହ ହୃଦୟ ରୁ ଭକ୍ତି କରିବା ଏବଂ ନୀତି ନିୟମ ରଖିବାକୁ ହେଲେ କିଛି ଟା ଅନୁଭୂତିର ସମ୍ଭବ ଥାଏ । ବାବାଜୀ ସେଇ ଲୋକଟିକୁ କହିଲେ ସୂର୍ଯ୍ୟକୁ ଆମେ ସମସ୍ତେ ଦେଖ୍ ପାରୁଛନ୍ତି କିନ୍ତୁ ପେଚା ଦେଖି ପାରେନି ସେଥ‌ିପାଇଁ କଣ ଏ ପୃଥ‌ିବୀର ସୂର୍ଯ୍ୟାସ୍ତ ଉଦୟ ଓ ଅସ୍ତ ହୁଏନି । ଏହି କଥା ଶୁଣି ଲୋକଟିର ବିଶ୍ୱାସ ହେଉ ନ ଥାଏ । ଏବଂ ଶ୍ରୋତା ମାନଙ୍କର ହାସ୍ୟ ରସ୍ୟ ର ତରଙ୍ଗ ଟିଏ ଖେଳିଗଲା ସତ । ବାବାଜୀ ସେଇ ଲୋକଟିକୁ ଡାକିଲେ ଏବଂ ସମାଗମା ମଧ୍ୟରୁ ଜଣେ ଲୋକଙ୍କୁ ଦେଖାଇଲେ ଏବଂ କହିଲେ ସେଇ ବ୍ୟକ୍ତି ଟିକୁ ଦେଖ ସେ ଏବେ ବାହାରକୁ ଯିବ କିନ୍ତୁ ଯେଉଁ ଦୋକାନକୁ ଯିବ ଜିଣିଷ କିଣିବା ପାଇଁ କିଣି ସାରିବା ପରେ ପକେଟ୍ ଚେକ୍ କରିବା ପରେ ଜାଣିବ ତାର ଟଙ୍କା ହଜି ଯାଇଛି ଏବଂ ମନ ଦୁଃଖ ରେ ଫେରି ଆସିବା ପରେ ଗୋଟିଏ ଗଛ ମୂଳେ ଏକ ହଜାର ଟଙ୍କା ପାଇବ ଏବଂ ସେ ସାମଗ୍ରୀ ଧରି ଆଣିବ ଖୁସି ମନରେ । ଲୋକଟି ଯାଇ ଏ ସବୁ ସେହି ବ୍ୟକ୍ତି କୁ ପଚାରିବାରୁ ସେ ଏହାକୁ ସତ୍ୟ ବୋଲି କୁହେ ଏବଂ ସେହି ବ୍ୟକ୍ତି ମନରେ ଆଶଙ୍କା ରଖେ ଯେ ସେ ଏପରି କହିଲେ ତୁମେ ଧାନ ବସ୍ତା କଣ ପାଇଁ ଖୋଜୁଥିଲ ? ଲୋକଟି କହିଲା ଆପଣ କହିଥିଲେ ବୋଲି । ବାବାଜୀ କହିଲେ ଧାନ ସବୁକୁ କଣ କରିଲ ବୋଲି ଲୋକଟି କହିଲା ଧାନ କ୍ଷେତରେ ପଡ଼ିଛି ଆଜିକୁ କେତେ ଦିନ ଦେବ । କିଛି ପରିବର୍ତ୍ତନ ଦେଖୁଛ କି? ସେ ଧାନରେ ? ସେଥୁରୁ ଗଜା ହୋଇ ଧାନ ଗଛରେ ପରିଣତି ହେଲାଣି । ଏଥର ବାବାଜୀ ହସି ଦେଇ କହିଲେ ତୁମେ କିଛି ବୁଝି ପାରିଲ ? ସେ ଗଛକୁ ଦେଖି ନା କିଛି ବୁଝି ହେଉନି ।

ଶୁଣ ବାବୁ ଯେ ଧାନରେ ଗଜା ସୃଷ୍ଟି କରିଛନ୍ତି ଓ ତୁମର ରାଜନୀତିରେ ଜିତିବାଟା, ସେ ହଁ ହେଉଛନ୍ତି ଈଶ୍ୱର । ଲୋକଟି ଯୁକ୍ତି କଲା ଧାନ ଗଜା ହେବା ଏକ ପ୍ରାକୃତିକ ପ୍ରକ୍ରିୟା ଓ ରାଜନୀତିରେ ଜିତିବା ହେଉଛି ଜନମତ । ବାବାଜୀ କହିଲେ ତୁମେ ଯାହାକୁ ପ୍ରାକୃତିକ କହୁଛ ଓ ଜନମତ କଥା ବୋଲି ଭାବିଛ ତାର ସ୍ରଷ୍ଟା କିଏ ? ମଣିଷ, ମାଟି, ପାଣି, ପବନ, ଆକାଶ, ଅଗ୍ନି ଆଦିକୁ ବ୍ୟବହାର କରିବ ସତ ତିଆରି କରି ପାରିବ କି ? ବାବାଜୀ ପ୍ରଶ୍ନ ତୁମେ ଯେଉଁ ଘରେ ରହୁଛ, ସେ ଘରର ମୂଳଦୁଆ ଖାଲି ଆଖିରେ ଦିଶୁଛି କି ? ଏମିତି ଅନେକ ପ୍ରଶ୍ନରେ ଛନ୍ଦି ହେବା ଦ୍ବାରା ଲୋକଟି କିଛି ବୁଝି ପାରୁନଥାଏ ଏବଂ ଏହାକୁ ଯୁକ୍ତିରେ ବୁଝିବ କିପରି ? ଗୋଟିଏ ଗଛ ତଳେ ଥିବା ଚେରକୁ କେହି ଦେଖି ପାରନ୍ତି ନାହିଁ କିନ୍ତୁ ସେହି ଚେର ଗଛକୁ ବଞ୍ଚାଏ । ଗୋଟିଏ ସୁତା ଫୁଲ ମାଳଟିକୁ ପ୍ରସ୍ତୁତିରେ ସହଯୋଗ କରିଥାଏ କିନ୍ତୁ ସେହି ସୂତାଟିକୁ ଲୋକ ଲୋଚନକୁ ଆସି ନ ଥାଏ । ଈଶ୍ୱର ଏ ଜଗତର ସୃଷ୍ଟି, ସ୍ଥିତି ଓ ସଂହାରର ପ୍ରବର୍ତ୍ତନ ସତ୍ୟ ଈଶ୍ୱର ଏକ ।

ଈଶ୍ୱରଙ୍କୁ କେବଳ ଭକ୍ତି ମାଗିଲେ ହୃଦୟଙ୍ଗମ କରି ହୁଏ । ଆମ୍ଭେମାନେ ଈଶ୍ୱରଙ୍କ ଦ୍ୱାରା ପରିଚାଳିତ । ମନୁଷ୍ୟ କିଛି ନୁହେଁ । ଈଶ୍ୱରଙ୍କ ଦୃଷ୍ଟିରେ ମନୁଷ୍ୟ ଏକ ମାଧ୍ୟମ । ଈଶ୍ୱର କାହା ମାଧ୍ୟମରେ ଆସନ୍ତି । ଈଶ୍ୱରଙ୍କର କୌଣସି ଏକ ରୂପ,ରଙ୍ଗ ନ ଥାଏ । ତୁମେ ଯାହାଙ୍କ ପାଇଁ ରାଜନୀତି ରେ ଜିତିଛ ତାହା ଈଶ୍ୱରଙ୍କର ଅବଦାନ । ଈଶ୍ୱରଙ୍କର କୌଣସି ଆକୃତି ନ ଥାଏ ।

ଈଶ୍ୱରଙ୍କୁ ପାଇବା ପାଇଁ ଏକ ସ୍ୱର୍ଚ୍ଛ, ନିର୍ମଳ ହୃଦୟ ଦରକାର । ଏହି ସବୁ କଥା ଶୁଣି ଲୋକଟି ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା । କିଛି ବୁଝି ହେଉ ନ ଥାଏ । ସେ କେତେ ବଡ ପାପ କରିଛି । ସାଧୁ ଓ ସନ୍ଥ କୁ କେତେ ହଇରାଣ କରିଛି । ଏକଥା ଭାବି ମନ ଦୁଃଖ କରିବାକୁ ଲାଗିଲା ଏବଂ ବାବାଜୀଙ୍କୁ ଯୁକ୍ତିବାଦି ଲୋକ କାନ୍ଦି କାନ୍ଦି କ୍ଷମା ପ୍ରାର୍ଥନା କରିବା ସହ ବାବାଜୀ ଙ୍କ ପାଦ ତଳେ ପଡ଼ିଗଲା । ବାବାଜୀ ଲୋକଟିକୁ ଉଠାଇ କହିଲେ ଏ ସବୁ ତୁମେ କରୁନ ଏହା ଈଶ୍ୱର କରୁଛନ୍ତି । ଈଶ୍ୱର କ୍ଷମା କରିବେ । ମୁଁ ଈଶ୍ୱରଙ୍କ ଏକ ମାଧ୍ୟମ ସେହି ଦିନ ଠାରୁ ଈଶ୍ୱରଙ୍କ ପ୍ରତି ଯୁକ୍ତିବାଦି ଲୋକଟିର ଭକ୍ତିରେ ପରିବର୍ତନ ଆସିଲା ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top