କବିତା

ସକାଳୁଆ ନିଦ

Minati Pradhan's odia poem Sakaaluaa Nida

ଛାଇ ନିଦ ଯେବେ ବନିଯାଏ ସାଥି ରାତିସାରା
ଆଉ କଥା ହୁଅନ୍ତି ଆକାଶର ଅଗଣିତ ତାରା ।

ସକାଳୁଆ ନିଦ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଛାଇ ନିଦ ଯେବେ ବନିଯାଏ ସାଥି ରାତିସାରା
ଆଉ କଥା ହୁଅନ୍ତି ଆକାଶର ଅଗଣିତ ତାରା ।

ମାଡି ପଡୁଥିବା ଆଖି ପତା କୁ କଷ୍ଟ ଦିଏ
ସକାଳର କଅଁଳିଆ ଖରା
ଦିନ ତମାମ କାନରେ ମଧୁର ସ୍ଵର ଢାଳୁଥିବା
ଚଢେଇ ରାବ ଟା ବି ଭାରି ବିରକ୍ତି କରାଏ
ଡେଣାର ଫଡ ଫଡ ଶବ୍ଦ ସତେ ଯେମିତି
ମଷ୍ଟିସ୍କ କୁ ଭାରି କଷ୍ଟ ଦିଏ ।

ପେଁ-ପାଁ ଗାଡି, ସକାଳୁଆ ଚାଲି ଓ ଆଳାପ
ଦଉଡୁଥିବା ଜୀବନର, ସକାଳ କେଇ ଘଣ୍ଟା
ହୁଏ ଅତି ତୀବ୍ରତର
ସ୍କୁଲ ଭ୍ୟାନ ଓ ଅଫିସ ବସ ସବୁ ତରତର
ଥକି ନ ପଡି ହୁଇସିଲ ମାରୁଥିବା ପ୍ରେସର କୁକର
ନା କଫି ର ସାନିଧ୍ୟ,
ନା ଚା’ ର ଆସର
କିଛି ଖୋଜେନା ମନ ମୋର,
ଖାଲି ମନ ହୁଏ- ଆଉ ଟିକେ
ନିବିଡ ହୋଇ,
ଅନୁଭବୀ ହେବାକୁ ଉଷ୍ମତା କମ୍ବଳର ।

ଆହା! ଆଉ ଟିକେ ଲମ୍ବି ଯାଆନ୍ତ କି ସମୟ-
ସକାଳ ହେବାକୁ ନ ଥାନ୍ତା ଉଛର!!!

ଧାଁ-ଦୌଡ ଜୀବନରେ
କେବେ କେବେ ଆସନ୍ତା ଅବସର ।

 

 

 

 

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top