ଏହି ଧରା ପୃଷ୍ଠରେ ସମସ୍ତେ ସମସ୍ତଙ୍କ ଉପରେ ନିର୍ଭରଶୀଳ, ପୃଥିବୀରେ ଦିନ ଓ ରାତି ହେବା ଏକ ପ୍ରକ୍ରିୟା ଏବଂ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ଭୂମିକା ଅବର୍ଣ୍ଣନୀୟ। ତେଣୁ ଆମେ ମାନବ ଏହି ଧରା ପୃଷ୍ଠରେ ବାସ କରୁଅଛୁ। ତେଣୁ ଏହି ଧରା ପୃଷ୍ଠରେ ଦୁଇଟି ଜାତି । ଗୋଟିଏ ପୁରୁଷ ଓ ଅନ୍ୟଟି ନାରୀ ଜାତି । ଉଭୟେ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ, କେହି କାହାରି ବିନା ଛାଡି ରହି ହେବ ନାହିଁ । ଏହା ଏକ ଚୁମ୍ବକୀୟ ଶକ୍ତି ଯାହାକି ପରସ୍ପରକୁ ଜାବୁଡି ରଖିଥାଏ । ଏହା ଭିତରେ ନାରୀର ଭୂମିକା ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ। କଥାରେ ଅଛି “ଯତ୍ର ନାର୍ଯ୍ୟାସ୍ତୁ ପୂଜ୍ୟତେ, ରମନ୍ତେ ତତ୍ର ଦେବତା” । ଅର୍ଥାତ ଯେଉଁଠାରେ ନାରୀ ମାନେ ସମ୍ମାନ ବା ପୂଜା ପାଆନ୍ତି ସେଠାରେ ଦେବତା ମାନେ ବାସ କରନ୍ତି । ଆର୍ଯ୍ୟବର୍ତ୍ତ ଭାରତ ଭୂଖଣ୍ଡର ବୈଦିକ ବାଣୀ ନାରୀର ମହନୀୟତା ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଥିବା ବେଳେ, ଯେଉଁଠାରେ ଏହି ମହାନ ବାଣୀର ସୃଷ୍ଟି ସେଠାରେ ମହିଳା ମାନେ କେତେ ସୁରକ୍ଷିତ ତାହା ଏବେ ଏକ ପ୍ରଶ୍ନବାଚୀ ହୋଇଉଠିଛି । ସାମ୍ପ୍ରତିକ ସମାଜର ଚଳଣିକୁ ଦେଖିଲେ ପ୍ରତିଦିନ ଦିନଚର୍ଯ୍ୟାରେ ନାରୀ ର ଭୂମିକାକୁ ଏକ କଳୁଷିତ ତଥା କଦର୍ଯ୍ୟ ରୂପରେ ଉପସ୍ଥାପନା କରିବା ଏକ ସାଧାରଣ ଘଟଣାରେ ପରିଣତ ହେଲାଣି ।
ଏକବିଂଶ ଶତାବ୍ଦୀର ପ୍ରଥମର୍ଦ୍ଧରେ ଆମେ ମଙ୍ଗଳ ବିଜୟର କଥା କହୁଥିବା ବେଳେ ସେହି ଅନୁପାତରେ ସ୍ରଷ୍ଟା ଆଉ ସୃଷ୍ଟିର ଭୂମିକାକୁ ଭୁଲିଯିବା ଏକ ପରିତାପର ବିଷୟ । ନାରୀ ହେଉଛି ଜାୟା, ଜନନୀ ତଥା ଭଗିନୀ । ନାରୀ ହେଉଛି ପ୍ରକୃତିର ଏକ ଅପୂର୍ବ ସୃଷ୍ଟି । ନାରୀ ସର୍ବତ୍ର ପୂଜିତ । ସେ ଚିରବନ୍ଦନୀୟା ଅଭିବନ୍ଦନୀୟା, ସ୍ନେହ ପ୍ରେମ ଓ କୋମଳତା ର ଏକ ମୂର୍ତ୍ତିମତୀ ପ୍ରତୀକାନାରୀ ଭଗବାନଙ୍କର ଏକ ପ୍ରତୀକ ଓ ଅଦ୍ଭୁତ ସୃଷ୍ଟି । ଯାହା ଦ୍ୱାରା ଜୀବନରେ ଆନନ୍ଦ ପ୍ରତିପାଦିତ ହୁଏ । ଏଣୁ ସଂସାରରେ ନାରୀର ଭୂମିକା ସର୍ବଦା ଶ୍ରେଷ୍ଠ ତଥା ଗୁରୁତ୍ୱପୂର୍ଣ୍ଣ । ନାରୀ ବିନା ପୁରୁଷ ଅସମ୍ପୂର୍ଣ୍ଣ । ନାରୀ ବିନା ସଂସାରର ସର୍ଜନା ବୃଥା । ନାରୀ ଯେ କେବଳ ମା ହୋଇ ପିଲାର ଲୁହକୁ ତା ପଣତ କାନିରେ ପୋଛିଦିଏ ତାହା ନୁହେଁ । ସେ ନିଜର ସ୍ନେହ ପ୍ରେମ ଦ୍ୱାରା ତା ପରିବାର କୁ ସୁଖ ଦୁଃଖରେ ଚଳେଇନିଏ ତ କେତେବେଳେ ଭଗିନୀ ହୋଇ ଭାଇ ର ସୁଖ ମନାଏ । ମାତ୍ର ଏତିକି ଦୁଃଖ ଲାଗେ ଯେ, ଆଜିରର ବୈଜ୍ଞାନିକ ଯୁଗରେ ଯେତେବେଳେ ନାରୀଟିଏ ରାଜରାସ୍ତାରେ ଗଲାବେଳେ ସେ ନିକକୁ ଅସୁରକ୍ଷିତ ମନେକରେ । ବର୍ତ୍ତମାନ କୁପାରୀ ଅଞ୍ଚଳ ରେ ଘଟିଥିବା ଘଟଣାବଳୀ ଏକ ଉଦାହରଣ । ସେ ପିଲାଟିର ଭୁଲ କେଉଁଠି ? ଏପରି କଦର୍ଯ୍ୟ କରିଥିବା ଆସାମୀ ଆମ ସମାଜ ପ୍ରତି ବିପଦକର । ଝିଅଟିଏ ରାଜାରାସ୍ତାରେ ଚାଲି ଯାଉଥିବା ବେଳେ କିଏ ତାର ହାତ ଧରିପକାଏ ତ କିଏ ଓଢଣୀ ଭିଡି ପକାଏ । ଆଜିର ଏ ସାମ୍ପ୍ରତିକ ପରିସ୍ଥିତିରେ ମହିଳା ମାନେ କେତେ ଦୂର ସୁରକ୍ଷିତ ? ଦେଶ ଉନ୍ନତି କରୁଛି, ଚନ୍ଦ୍ରଯାନ ଚନ୍ଦ୍ର ପୃଷ୍ଠରେ ଅବତରଣ କରିସାରିଲାଣି ଏହା ଏକ ଆମ ଦେଶ ପାଇଁ ଗୌରବ । କିନ୍ତୁ ଆମ୍ଭ ମାନଙ୍କ ହୃଦୟରୁ ବିକୃତ ଚିନ୍ତାଧାରା କ୍ଷୟ ହେଉନାହିଁ । ମାତ୍ର ନାରୀ ଯେଉଁଠି ଅଛି ସେଠି । ନାରୀ ର ସମସ୍ତ ବିଭବ ଓ ଆଦର୍ଶ ସତ୍ୱେ ସାମାଜିକ ଜୀବନରେ ଯେନ ବ୍ୟଭିଚାର ଦେଖାଦେଉଛି, ତା’ର ଶିକାର ହେଉଛି ନାରୀ । ଦିନ ଥିଲା ନାରୀ ମାନେ ସ୍ୱାମୀ ଶାଶୁ ଇତ୍ୟାଦି ଦ୍ୱାରା ନିର୍ଯ୍ୟାତନାର ଶିକାର ତଥା ଯୌତୁକ ନିର୍ଯ୍ୟାତନା ଠାରୁ ଆରମ୍ଭ କରି ଯୌନ ନିର୍ଯ୍ୟାତନା, ଅପହରଣ ଦୁଷ୍କର୍ମ ଇତ୍ୟାଦି ଭଳି ଘଟଣା ଆମ ଚତୁଃପାର୍ଶ୍ଵରେ ତାହା ହେଉଛି ଆମ ସମାଜ ପାଇଁ କଳଙ୍କ ଓ ମାନବିକତା ର ପରିପନ୍ଥୀ ।
ଜୀବନ ର ମର୍ମ ବୁଝିବା ଅତି କଷ୍ଟ। ଆଜିର ସମାଜରେ ଜାଣି ହୁଏନି ମଣିଷ ସର୍ବଦା ପରାଚର୍ଚ୍ଚା, ପଡୋଶୀ କଥା କାହିଁକି ଚିନ୍ତା କରନ୍ତି । ଭାରତୀୟ ନାରୀ ଆଜିର ଦିନରେ ଗୃହ ପିଞ୍ଜରାରେ ଆବଦ୍ଧ ହୋଇ ରହି ନାହିଁ । ଆଜିର ଦିନରେ ନାରୀ ମାନେ ବିଭିନ୍ନ କ୍ଷେତ୍ରରେ ଆଗେଇ ଆସିଲେଣି । ଇତିହାସର ପୃଷ୍ଠାକୁ ଲେଉଟେଇବା ତାହା ହେଲେ ଦେଖିବା ରାଣୀ ଲକ୍ଷ୍ମୀବାଇ, ପଦ୍ମିନୀ, ସୁଭଦ୍ରା, ଶୁକଦେଇ ଇତ୍ୟାଦି ପ୍ରଭୁତି ନିଜ ସାହାସିକତାର ପ୍ରମାଣ ଦେଇ ନିଜକୁ ଅମର ରଖି ପାରିଛନ୍ତି । ସେହି ଭଳି ଭାବରେ ଅମିୟା କୁମାର ପାଢ଼ୀ ପ୍ରଥମ ମହିଳା ବିଚାରପତି ଭାବରେ ନିଜର ପରାକାଷ୍ଠା ଦେଖାଇ ପାରିଛନ୍ତି ।
ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଏବଂ ଅନ୍ନପୂର୍ଣ୍ଣା ମହାରଣା, ସାଧୀନତା ସଂଗ୍ରାମୀ ଭାବେ ଚିର ଅମର ହୋଇ ପାରିଛନ୍ତି । ବର୍ତ୍ତମାନ ସମ୍ବିଧାନର ସର୍ବୋଚ୍ଚ ସାମ୍ବିଧାନିକ ପଦ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାର୍ଯ୍ୟରତ ଓ ଗର୍ବିତ। ପ୍ରଥମ ଓଡ଼ିଆ ମହିଳା ଆଇ.ଓ.ଏସ ଭାବେ ରୁପା ମିଶ୍ର ମଧ୍ୟ ଆମ ପାଇଁ ଏକ ପ୍ରେରଣା ର ଉତ୍ସ । ଇତିହାସ କୁ ଆଲୋଚନା କଲେ ବହୁତ ମହିଳା ନିଜର ବୁଦ୍ଧି ବିଦ୍ୟା ଓ ସାହାସିକତା ର ପରିଚୟ ଦେଇ ଆମ ଆଗରେ ଚିର ନମସ୍ୟା ହୋଇ ପାରିଛନ୍ତି । ଆଜିର ଏ ଦୁନିଆରେ ନାରୀ ସର୍ବଦା ପୀଡିତା ଓ ନିଷ୍ପେସିତା । ଲଜ୍ୟା ଓ ଭୟ ପାଇଁ ଯୌନ ଶିକାର ଓ ଅତ୍ୟାଚାରିତା ହେଲେ ମଧ୍ୟ ପାଟି ଖୋଲୁ ନାହାନ୍ତି । ଯଦି ଏପରି ଅଭାବନୀୟ ଘଟଣା ଘଟୁଛି, ସେଠାରେ ରାଜନୈତିକ ତଥା ପ୍ରଶାସନିକ ଚାପ ପକାଇ ଚପାଇ ଦେଉଛନ୍ତି । ଯଦିବା ପୋଲିସ ପାଖରେ ଏତଲା ଦିଆ ଯାଉଛି ଏହାର ରୂପରେଖ ଅନ୍ୟପ୍ରକାର ବଦଳାଇ ଦିଆ ଯାଉଛି । ଦୁଖଃଲାଗେ, ଯେତେବେଳେ ବିକଶିତ ରାଷ୍ଟ୍ର ଗୁଡିକ ସମୟ ତଥା ପରିସ୍ତିତିକୁ ଦୃଷ୍ଟିରେ ରଖି ବିଭିନ୍ନ ଆଇନ୍ର ସଂସ୍କାର ଆଣିଲା ବେଳେ ଆମ ଦେଶ କ୍ଷେତ୍ରରେ ଏହା ଏକ ବ୍ୟତିକ୍ରମ । ବିଭିନ୍ନ ପ୍ରକାର ସମସ୍ୟା ତଥା ଯୌତୁକ ନିର୍ଯ୍ୟାତନା ମାମଲା ଅତ୍ୟଧିକ ଆସିବାରୁ ପ୍ରତ୍ୟେକ ମହିଳା ଭାରତୀୟ ଦଣ୍ଡବିଧାନ ଆଇନ ଧାରା 498A ଏକ ଅସ୍ତ୍ର ରୂପେ ବ୍ୟବହାର କରୁଥିଲେ । ସେମାନଙ୍କ ର ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ଉଚ୍ଚ ନ୍ୟାୟାଳୟ ବିଭିନ୍ନ ମାମଲା ପରିଚାଳନା ନିର୍ଣ୍ଣାୟକ ରେ ଉଲ୍ଲେଖ କରିଥିଲେ । ଏହି ମାମଲା ଆସିବ କ୍ଷଣି ପୋଲିସ ସମସ୍ତଙ୍କୁ ଗିରଫ କରୁଥିଲେ । ଦିନକୁ ଦିନ ଯୌତୁକ ନିର୍ଯାତନା ମିଛ ମାମଲା ବଢିଚାଲିଲା ଏବଂ ସେହି ନାରୀ ତାର ସ୍ୱାମୀ ଓ ଶାଶୁ ଘର ପରିବାର ସଦସ୍ୟଙ୍କ ନାମରେ ମାମଲା ରୁଜୁ କରିବା ଦ୍ୱାରା ବିନା କାରଣରେ ସେମାନଙ୍କୁ ଗିରଫ କରାଗଲା । ଯେଉଁ ଆଇନ ନାରୀ ପାଇଁ ସୁରକ୍ଷା କବଚ ଥିଲା ତାହା ଅନ୍ୟ ଏକ ନିର୍ଦୋଷ ନାରୀକୁ ଛନ୍ଦି ଦେଉଥିଲା । ଯୌତୁକ ନିର୍ଯାତନାରେ ପୁରୁଷ ମାନେ ଖସି ଯାଉଥିଲେ ଏବଂ ଲୁଚି ବୁଲୁଥିଲେ କିନ୍ତୁ ଶାଶୁ ଘରେ ଶାଶୁ ସେହି ମାମଲା ରେ ବଳି ପଡି ଯାଉଥିଲେ । ଗୋଟିଏ ନାରୀ ପାଇଁ ଆଉ ଏକ ନାରୀ କଷ୍ଟ ଭୋଗୁଥିଲେ । ଏହି ସବୁ ମାମଲା ବଢ଼ିବାରୁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଉଦବେଗ ପ୍ରକାଶ କରି 2014 ମସିହାରେ ଅର୍ନେଶ କୁମାର vs ବିହାରର ଏକ ଯୁଗାନ୍ତକାରୀ ପଦକ୍ଷେପ ନେଲେ କି ଯେଉଁ ଧାରାର ଦଣ୍ଡ ବିଧାନ ୭ ବର୍ଷ କିମ୍ବା ୭ ବର୍ଷ ରୁ କମ୍ ଗିରଫ ନକରି ସର୍ବପ୍ରଥମେ ସି.ଆର. ପି.ସି. ଧାରା 041(A) ନୋଟିସ ଦେବା ଅଧିକାଂଶ ଯୌତୁକ ନିର୍ଯାତନା ମାମଲା ଗୁଡିକ ମିଛ ବୋଲି ଧାରା ପଡୁଛି ଏବଂ ଉକ୍ତ ମାମଲାରେ ସପରିବାରକୁ ଯୋଡି ହଇରାଣ ହରକତ କରାଯାଉଛି । ବିଭିନ୍ନ ଉଚ୍ଚନ୍ୟାୟାଳୟ ଗୋଟିଏ ନାରୀକୁ ବଞ୍ଚାଇବାକୁ ଯାଇ କେତେ ନିରୀହ ନାରୀ ବିନା କାରଣ ରେ ହାଜତରେ ରହୁଛନ୍ତି । ପୂର୍ବରୁ ଏତେ ମାତ୍ରାରେ ମାମଲା ହେଉନଥିଲା । ସେମାନେ ଏତେ ଶିକ୍ଷିତ ନଥିଲେ ସତ କିନ୍ତୁ ସେମାନଙ୍କ ପାଖରେ ମାନ ମର୍ଯ୍ୟାଦା ଓ ସଂସ୍କାର ଥିଲା ।
ବର୍ତ୍ତମାନ ଯୁଗରେ ନାରୀ ମାନେ ଶିକ୍ଷିତ କିନ୍ତୁ ପରିବାର ଚଳାଇବା ସେମାନଙ୍କ ପକ୍ଷେ କାଠିକର କାରଣ ସେମାନଙ୍କର ସମ୍ମାନ ଓ ସଂସ୍କାର ର ଅଭାବ ଏବଂ ସହନ ଶକ୍ତି ନାହିଁ କହିଲେ ଚାଲିବ । ଆଜିର ନାରୀ ବିବାହ ପରେ ସ୍ୱାମୀଙ୍କ ଠାରୁ ଅଲଗା ରହିବାକୁ ଭଲ ପା’ନ୍ତି । ଶାଶୁ ଶଶୁର ଏବଂ ଅନ୍ୟ ମାନଙ୍କ ଠାରୁ ଦୁରେଇ ରହନ୍ତି । ଶାଶୁ ଏବଂ ବୋହୁ ଉଭୟ ମହିଳା କିନ୍ତୁ ଚିନ୍ତା ଚେତନା ଭିନ୍ନ । ଯଦି ସ୍ୱାମୀ ତା ସ୍ତ୍ରୀ କଥାରେ ନଚାଲେ ବା ଶାଶୁମା କିମ୍ବା ବୋହୂର ମାଉସୀଙ୍କ କଥାରେ ପରିଚାଳିତ ନହେଲା ତାପରେ ମିଥ୍ୟା ଯୌତୁକ ନିର୍ଯାତନା ମାମଲା ରୁଜୁ କରି ପୁଅ ଘର ପ୍ରତି ନିନ୍ଦା ଅପବାଦ କରାଇଥାଏ । ତତ୍ପରେ ଘରୋଇ ହିଂସା ଆଇନ ଧାରା ୧୨, ୧୮, ୧୯, ୨୦ ଏବଂ ୨୩ ସହିତ ଫୌଜଦାରୀ କାର୍ଯ୍ୟବିଧି ସଂହିତା ଧାରା 125 ଅନୁସାରେ ଅନ୍ୟ ଏକ ମାମଲା ରୁଜୁ କରିଥାଏ । ଆଜିର ଦିନରେ ଫୌଜଦାରୀ ଓ ଦେୱାନୀ କାର୍ଯ୍ୟବିଧି ସଂହିତା ଠାରୁ ଅତ୍ୟଧିକ ମାତ୍ର ରେ ପାରିବାରିକ ବିବାହ ବିଚ୍ଛେଦ ମାମଲା ପରିଲକ୍ଷିତ ହେଉଛି । ଅଧିକାଂଶ ମାମଲା ଗୁଡିକରେ ଝିଅର ମା ଓ ମାଉସୀଙ୍କ ହସ୍ତକ୍ଷେପ ଯୋଗୁଁ ସେମାନଙ୍କର ଝିଅ ଓ ଝିଆରୀର ଜୀବନ ନଷ୍ଟ ହଉଛି । ଭାରତ ରେ ମଧ୍ୟ ଛାଡପତ୍ର ମାମଲା ବୃଦ୍ଧି ହେବା ସହିତ ଉଭୟଙ୍କ ପରିବାରର କ୍ଷତି ହୁଏ । ଏସବୁ ମାମଲାରେ ତୃତୀୟ ପକ୍ଷ ହସ୍ତକ୍ଷେପ ନକରି ଉଭୟଙ୍କ ପରିବାର ମଧ୍ୟରେ ବୁଝାବଣା କରିଲେ ପୁନର୍ବାର ଘର ଯୋଡି ହେବାର ସମ୍ବବନ ଅଛି । ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଯଦି ବୁଝାମଣା ର ଅଭାବ ହୁଏ ସେଠି କୌଣସି ପ୍ରକାର ଆଇନ ସମାଧାନ କରିପାରିବ ନାହିଁ ।
ନାରୀ ଚାହିଁଲେ ଘରକୁ ସ୍ୱର୍ଗ ରୂପେ ଗଢି ପାରିବ ଓ ନାରୀ ଚାହିଁଲେ ଚୁର ମାର କରିଦେଇ ପାରିବ । ବିକାଶ ର ଅନ୍ୟ ଏକ ଅଙ୍ଗ ହେଉଛି ନାରୀ । ନରି ଯେତିକି ଉନ୍ନତି କରିବା, ସେ ଦେଶ ସେତିକି ଉନ୍ନତି କରିବ । ନାରୀ ଜାତିକୁ ସମ୍ମାନ ଦେବା ସହ ସେମାନଙ୍କୁ ସୁରକ୍ଷା ଦେବା ଆମର ଏକାନ୍ତ କାମ୍ୟ । ବର୍ତ୍ତମାନ କେଡିର ସରକାର ମହିଳା ମାନଙ୍କୁ ଆଗ୍ରାଧିକାର ଦେବା ପାଇଁ ସଂସଦୀୟ କ୍ଷେତ୍ର ରେ 33 ପ୍ରତିଶତ ବିଲ୍ ଉଭୟ ଗୃହରେ ଜାରିତ ହୋଇଛି (ଉଭୟ ଲୋକସଭା ରାଜ୍ୟବିଧାନ ସଭା କ୍ଷେତ୍ରରେ ) ଭାରତୀୟ ସମ୍ବିଧାନ ର ଅମେଣ୍ଡମେଣ୍ଡ 128 ତମ ବିଲ୍ । ଏହା ଏକ ଐତିହାସିକ ସୋପାନ ଆମ ଭାରତୀୟ ମାନଙ୍କ ପାଇଁ । ବର୍ତ୍ତମାନ କେନ୍ଦ୍ର ସରକାର ବ୍ରିଟିଶ ଆଇନ କୁ ପରିବର୍ତନ କରିବା ପାଇଁ ଚେଷ୍ଟ ଜାରି ରଖିଛନ୍ତି ଏବଂ ଉଭୟ ସଭାରେ ଜାରିତ ହୋଇ ଆଇନ ରେ ପରିଣତ ହୋଇଛି । କେତେକ ଗ୍ରାମଞ୍ଚଳରେ ମହିଳା ସରପଞ୍ଚ ମାନେ ନିର୍ବାଚିତ ହୋଇଥାନ୍ତି କିନ୍ତୁ ସେମାନଙ୍କ ର କାମ ସେମାନଙ୍କ ସ୍ୱାମୀ ଓ ପୁଅ ତୁଲାଇଥାନ୍ତି । ସେହିପରି କାମ କରୁଥିବା ଲୋକଙ୍କୁ ପ୍ରକ୍ସି ସରପଞ୍ଚ କୁହାଯାଏ ଏବଂ ଏହାକୁ ମାନ୍ୟବର ଉଚ୍ଚନ୍ୟାୟାଳୟ ଗୁରୁତର ସହ ନେଇଛନ୍ତି । ସ୍ୱାମୀ ପଞ୍ଚାୟତରେ କାର୍ଯ୍ୟ ବୁଝନ୍ତି ଏବଂ ସ୍ତ୍ରୀ କେବଳ ନାମକୁ ମାତ୍ର ସରପଞ୍ଚ । ସବୁକିଛି ଛାୟା ସରପଞ୍ଚ ବୁଝନ୍ତି । ପଞ୍ଚାୟତରେ 50 ପ୍ରତିଶତ ମହିଳାଙ୍କ ପାଇଁ ସଂରକ୍ଷିତ କିନ୍ତୁ ଥରେ ଜିତିଗଲା ପରେ ସେମାନଙ୍କ ବାପା ସ୍ୱାମୀ ପୁଅ ଇତ୍ୟାଦି କାର୍ଯ୍ୟ ତୁଲେଇଥାନ୍ତି । ପତ୍ନୀ ସରପଞ୍ଚ ହେଲେ ପଞ୍ଚାୟତରେ ସର୍ବେସର୍ବା ସରପଞ୍ଚଙ୍କ ସ୍ୱାମୀ । ସବୁକିଛି ସମ୍ଭାଳିଥାନ୍ତି proxy/ ଛାୟା ସରପଞ୍ଚ । ଉଭୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିବ । ସରପଞ୍ଚଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଏବଂ proxy/ଛାୟା ସରପଞ୍ଚଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ ହବ । ପଞ୍ଚାୟତିରାଜ ବିଭାଗ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତୃଣମୂଳ ସ୍ତରରେ ମହିଳାଙ୍କ ନେତୃତ୍ୱ ଓ ଭାଗିଦାରୀ ପାଇଁ 50 ପ୍ରତିଶତ ସଂରକ୍ଷିତ ରଖାଯାଇଛି । ମହିଳା ମାନଙ୍କର ଦକ୍ଷତା ବୃଦ୍ଧି କରିବା ପାଇଁ ଏହିପରି ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ରାଜ୍ୟ ସରକାର ମହିଳା ମାନଙ୍କ ପାଇଁ ବିଭିନ୍ନ ପ୍ରକାର ର ଯୋଜନା କରିଛନ୍ତି ଯଥା ମିଶନ ଶକ୍ତି, କିଶୋରୀ ଶକ୍ତି ଯୋଜନା, ଖୁସି ଯୋଜନା, ସୁଦକ୍ଷ ଯୋଜନା, ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତିକରଣ ଯୋଜନା ଇତ୍ୟାଦି । ନାରୀ ମାନଙ୍କୁ ସମାଜରେ ଆଗ ଧାଡିରେ ରଖିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ହଉଛି । ବର୍ତ୍ତମାନ ଯୁଗରେ ନାରୀମାନେ ଘରୁ ବାହାରି ବିଭିନ୍ନ ସ୍ଥାନରେ ଚାକିରୀ କରି ନିଜେ ସ୍ୱାବଲମ୍ବୀ ହବା ସହ ଅନ୍ୟମାନଙ୍କୁ ରୋଜଗାର ର ପନ୍ଥା ଯୋଗେଇ ଦେଉଛନ୍ତି । ନାରୀମାନେ ସରକାରୀ ଚାକିରୀ କ୍ଷେତ୍ରରେ ବହୁ ଉଚ୍ଚ ପଦ ପଦବୀରେ ଅବସ୍ଥାପିତ କରିଛନ୍ତି । କଥାରେ ଅଛି “for every successful man, there is a woman” । ଏଣୁ ନାରୀଜାତିର ସୁରକ୍ଷା ଆମ ସମାଜ ତଥା ଦେଶ ପାଇଁ ଏକ ଗୁରୁ ଦାୟିତ୍ୱ । ଯାହାଦ୍ୱାରା ଏକ ସରସ ସୁନ୍ଦର ଓ ଶୃଙ୍ଖଳିତ ସମାଜ ଗଢି ଉଠିବ ଓ ଆମ ଦେଶ ତଥା ଜାତି ଉନ୍ନତି କରିବ ।