ଅନୁବାଦ ସାହିତ୍ୟ

ମୁଁ ଏବଂ ରାଷ୍ଟ୍ରବିରୋଧି ତୁଷ୍ଟୀକରଣର ଚରମ ସୀମା

ଗାନ୍ଧୀଜୀଙ୍କ ନୀତିରେ ସ୍ଥିରତା ଆଦୌ ନଥିଲା । ସତ୍ୟର ପରିଭାଷା ତ ତାଙ୍କ ଉପରେ ନିର୍ଭର ଥିଲା । ତାଙ୍କ ରାଜନୀତି, ଆତ୍ମଶକ୍ତି, ବ୍ରତ, ପ୍ରାର୍ଥନା ଏବଂ ହୃଦୟର ଶୁଦ୍ଧତା ଅନ୍ଧବିଶ୍ୱାସର ଆଧାର ଉପରେ ପରିଚାଳିତ ଥିଲା ।

ମୁଁ ଏବଂ ରାଷ୍ଟ୍ରବିରୋଧି ତୁଷ୍ଟୀକରଣର ଚରମ ସୀମା

(୧୧୨) ଅତଃ ମୁଁ ଗାନ୍ଧୀଙ୍କୁ ସଦା ପାଇଁ ରାଜନୈତିକ କ୍ଷେତ୍ରରୁ ହଟାଇବା ପାଇଁ ନିଶ୍ଚୟ କଲି । ମୁଁ ଜାଣିଥିଲି ବ୍ୟକ୍ତିଗତ ସ୍ତରରେ ମୁଁ ବହୁତ କିଛି ହରାଇବି, ମୋ ଜୀବନ ନଷ୍ଟ ହୋଇଯିବ । ମୁଁ ଏକ ମଧ୍ୟମ ବର୍ଗର ପରିବାରର ଅଟେ । ମୁଁ ନିଜ ପ୍ରାନ୍ତରେ ସାର୍ବଜନିକ କାର୍ଯ୍ୟମାନ କରୁଥିଲି । ମୁଁ ଯେଉଁ ସେବାକାର୍ଯ୍ୟ କରୁଥିଲି ସେଥିପାଇଁ ମୋତେ ଆଦର ଓ ସମ୍ମାନ ମିଲୁଥିଲା । ସଭ୍ୟତା, ସଂସ୍କୃତି, ସଂସ୍କାର ସହିତ ମୁଁ ସମ୍ପୂର୍ଣ୍ଣ ପରିଚିତ ଥିଲି । ମୁଁ ଯେଉଁ ଯୋଜନା ପ୍ରସ୍ତୁତ କରିଚାଲିଲି ତାକୁ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚାଇବାର ସାମର୍ଥ୍ୟ ମୋ ନିକଟରେ ଥିଲା । ମୁଁ ଶାରୀରିକ ରୂପେ ସବଳ ଥିଲି । ନା କୌଣସି ଅଙ୍ଗ ବିକାର ଥିଲା ନା ମାନସିକ ବିକାର ଥିଲି । ଯଦିଓ ମୁଁ ବିଦ୍ୱାନ ନୁହେଁ, ପରନ୍ତୁ ବିଦ୍ୱାନଙ୍କ ପାଇଁ ମୋ ହୃଦୟରେ ସର୍ବଦା ଶ୍ରଦ୍ଧାଭାବ ରହିଛି ।

(୧୧୩) ୧୯୨୯-୩୦ରେ କଂଗ୍ରେସ ଅସହଯୋଗ ଆନ୍ଦୋଳନ ଆରମ୍ଭ କଲା ବେଳକୁ ମୁଁ ସାର୍ବଜନୀକ ଜୀବନରେ ପ୍ରବେଶ କରି ସାରିଥିଲି । ମୁଁ ସେତେବେଳେ ବିଦ୍ୟାର୍ଥୀ ଥିଲି । ପତ୍ରପତ୍ରିକାରେ ଛପା ଯାଉଥିବା ଏହି ଆନ୍ଦୋଳନ ସମ୍ଭନ୍ଧୀତ ଭାଷଣ ମୁଁ ପଢ଼ୁଥିଲି ଏବଂ ଏଥିରେ ବେଶ୍ ପ୍ରଭାବିତ ହେଉଥିଲି । ମୁଁ ଆନ୍ଦୋଳନରେ ଭାଗ ନେବା ପାଇଁ ବିଚାର କଲି । କିଛି ସମୟ ପଶ୍ଚାତ୍ ଆନ୍ଦୋଳନ ଅସଫଳ ହୋଇଗଲା ଏବଂ ମୁସଲମାନ ବିଷୟକ ସମସ୍ୟା ଆହୁରି ବିକଟ ହୋଇଗଲା । ଯେବେ ହିନ୍ଦୁ ମହାସଭାର ନେତା ଡାଃ ମୁଞ୍ଜେ, ଭାଇ ପରମାନନ୍ଦ ଏବଂ ମାଲବୀୟଜୀ ଆଦି ହିନ୍ଦୁ ନେତା ହିନ୍ଦୁଙ୍କ ସଂଗଠନରେ ଲାଗିପଡ଼ିଲେ ।

(୧୧୪) ୧୯୨୮ରେ ସ୍ୱର୍ଗୀୟ ଡକ୍ଟର କେଶବ ବଲିରାମ ହେଡଗବାର, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ପ୍ରତିଷ୍ଠାତାଙ୍କ ଭାଷଣରେ ମୁଁ ପ୍ରଭାବିତ ହେଲି । ମୁଁ ସ୍ୱୟଂ ସେବକ ହେଲି । ମୁଁ ମହାରାଷ୍ଟ୍ରର ସେଇ ଯୁବକଙ୍କ ମଧ୍ୟରେ ଅନ୍ୟତମ ଥିଲି ଯେଉଁମାନେ ସଙ୍ଘରେ ପ୍ରଥମରୁ ସଦସ୍ୟ ଥିଲେ । କିଛି ବର୍ଷ ପର୍ଯ୍ୟନ୍ତ ମୁଁ ସଙ୍ଘରେ କାମ କଲି । କିଛି ଦିନ ପରେ ବିଚାର କଲି ଯେ ବୈଧାନିକ ରୂପରେ ହିନ୍ଦୁଙ୍କ ଅଧିକାର ରକ୍ଷା ପାଇଁ ରାଜନୀତିରେ ପ୍ରବେଶ କରିବା ଉଚିତ୍ ହେବ । ଏଇ ହେତୁ ମୁଁ ସଂଘ ତ୍ୟାଗ କରି ହିନ୍ଦୁ ମହାସଭାର ସଦସ୍ୟ ହେଲି ।

(୧୧୫) ୧୯୩୫ରେ ମହାସଭା ହାଇଦ୍ରାବାଦରେ ଆନ୍ଦୋଳନ କଲା ଏବଂ ମୁଁ ଏକ ଦଳ ନେଇ ପ୍ରଥମ ସେଠାରେ ପହଞ୍ଚିଲି । ମୋତେ ଏକ ବର୍ଷର କାରାବାସ ହେଲା । ମୋର ହାଇଦ୍ରାବାଦ ନିଜାମଙ୍କ ବର୍ବରତା ଏବଂ ଦାନବ ପ୍ରବୃତ୍ତିର ବ୍ୟକ୍ତିଗତ ଅନୁଭବ ଅଛି । ବନ୍ଦେ ମାତରମ୍ ଗାନ କରିବା ହେତୁ ମୋତେ ଅନେକବାର ବେତ୍ରାଘାତ ହୋଇଥିଲା ।

(୧୧୬) ୧୯୪୩ରେ ବିହାର ସରକାର ଆଦେଶ ଦେଲେ ଯେ ଭାଗଲପୁରରେ ହିନ୍ଦୁ-ମହାସଭାର ଅଧିବେଶନ ନହେଉ । ହିନ୍ଦୁ ମହାସଭା ଏହାକୁ ଉଲଙ୍ଘନ କରିବାକୁ ନିଶ୍ଚୟ କଲେ କାରଣ ସରକାରଙ୍କ ଏହି ଆଜ୍ଞା ଅନୁଚିତ ଥିଲା । ସରକାରଙ୍କ ସବୁ ପ୍ରତିରୋଧ ସତ୍ୱେ ଅଧିବେଶନ ହେଲା । ଅଧିବେଶନକୁ ସଫଳ କରାଇବା ପାଇଁ ମୁଁ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଭୂମିଗତ ବା ଆତ୍ମଗୋପନ ପୂର୍ବକ କାମ କଲି । ସମାଚାର ପତ୍ରରେ ମୁଁ ନିଜ କାର୍ଯ୍ୟର ପ୍ରଶଂସା ପଢ଼ିଲି ଏବଂ ଜାଣିଲି ଯେ ଜନତା ସେଇ ସମୟରେ ମୋ ସେବା କାର୍ଯ୍ୟକୁ ପ୍ରଶଂସା କଲେ । ମୋ ପ୍ରକୃତିରେ ହିଂସା ନଥିଲା । ଦିଗମ୍ବର ବଡ଼ଗେ (ଗାନ୍ଧୀହତ୍ୟାର ଅନ୍ୟତମ ଅଭିଯୁକ୍ତ) ଯାହା କହିଥିଲେ ଯେ ମୁଁ ଶ୍ରୀ ହିନ୍ଦୁ ମହାସଭା ଅଧ୍ୟକ୍ଷ ଏଲ, ବି. ଭୋପଟକରଙ୍କୁ ମାରିବା ପାଇଁ ଛୁରା ବାହାର କରିଥିଲି, ଏହା ମିଥ୍ୟା ଅଟେ । ଶ୍ରୀ ଭୋପଟକର ଆମ ପକ୍ଷର ଓକିଲ ଥିଲେ । ଯଦି ମୁଁ ତାଙ୍କ ଛୁରାକାଘାତ କରିଥାନ୍ତି ତାହେଲେ ସେ କ’ଣ ମୋ ସହାୟତା କରିଥାଆନ୍ତେ ? ଯଦି ସେଇ ଘଟଣା ଠିକ୍ ହୋଇଥାଆନ୍ତା ମୁଁ ଶ୍ରୀ ଭୋପଟକରଙ୍କ ସାହାଯ୍ୟ ଗ୍ରହଣ କରିନଥାନ୍ତି ।

(୧୧୭)ଯେଉଁମାନେ ମୋ ବ୍ୟକ୍ତିତ୍ୱ ସହିତ ପରିଚିତ ସେମାନେ ମୋ ଶାନ୍ତ ପ୍ରକୃତି ବିଷୟରେ ଜାଣନ୍ତି, କିନ୍ତୁ ଯେବେ ଶୀର୍ଷସ୍ତରୀୟ ନେତା ଗାନ୍ଧୀଜୀଙ୍କ ସହମତିରେ ମାତୃଭୂମିର ଟୁକୁଡ଼ା କରି ଦେଲେ ମୋ ହୃଦୟ କ୍ଷୋଭରେ ଭରିଗଲା । ମୁଁ ସ୍ପଷ୍ଟ କରିବାକୁ ଚାହେଁ ଯେ ମୁଁ କଂଗ୍ରେସର ଶତ୍ରୁ ନୁହେଁ । ମୁଁ ଏହି ସଂସ୍ଥାକୁ ସବୁଠାରୁ ଅଧିକ ମହତ୍ୱ ଦେଇଆସୁଥିଲି କାରଣ ଏହା ଦେଶ ସ୍ୱାଧୀନତା ପାଇଁ ନିରନ୍ତର ପ୍ରୟାସ କରୁଥିଲା । ମୋର ନେତାଙ୍କ ସହିତ ମତଭେଦ ଥିଲା ଏବଂ ଏବେ ବି ଅଛି । ଏହା ମୋ ୨୮ ଫ୍ରେବୃଆରୀ, ୧୯୩୫ରେ ସାବରକରଙ୍କ ନାମରେ ପତ୍ରରୁ ଉତ୍ତମ ରୂପେ ବିଦିତ । ଆଜି ବି ମୋର ଏହି ବିଚାର ।

(୧୧୮) ଗାନ୍ଧୀଜୀ ପ୍ରତି ମୋର ଶତ୍ରୁଭାବ ନଥିଲା । ଲୋକେ କହୁଥିଲେ ଯେ ପାକିସ୍ତାନ ଯୋଜନାରେ ତାଙ୍କ ମନ ଶୁଦ୍ଧ ଥିଲା । ମୁଁ ଏହା କହିବାକୁ ଚାହୁଁଛି ଯେ ମୋ ମନରେ ଦେଶପ୍ରେମ ଅତିରିକ୍ତ ଆଉ କିଛି ନଥିଲା । ମୁଁ କେବଳ ଏଇଥିପାଇଁ ହାତ ଉଠାଇଲି ଯେ ପାକିସ୍ତାନ ଗଠନ ଦ୍ୱାରା ଯେଉଁ ଭୟଙ୍କର ଘଟଣାମାନ ସଙ୍ଘଠିତ ହେଲା ତାହାର ଉତ୍ତରଦାୟୀ କେବଳ ଗାନ୍ଧଜୀ ଥିଲେ । ମୁଁ ଜାଣିଥିଲି ହତ୍ୟା ପରେ ମୋ ବିଷୟରେ ଲୋକଙ୍କ ବିଚାର ବଦଳିଯିବ । ସମାଜରେ ମୋର ଯେଉଁ ଆଦର ଅଛି ତାହା ମଉଳି ଯିବ । ମୁଁ ଜାଣିଥିଲି ସମାଚାର ପତ୍ର ମୋର ଖୁବ୍ ନିନ୍ଦା କରିବେ । କିନ୍ତୁ ମୁଁ ଏହା ଜାଣିନଥିଲି ଯେ ଖବରକାଗଜ ଏତେ ନିମ୍ନ ସ୍ତରକୁ ଖସିଯିବେ ଯେ ସତ୍ୟର ଗଳା ଚିପି ଦିଆଯିବ ।

(୧୧୯) ସମାଚାର ପତ୍ର କେବେ ନିରପେକ୍ଷ ଭାବେ ଲେଖୁନଥିଲେ । ଯଦି ସେମାନେ ଦେଶ ହିତ ପ୍ରତି ଅଧିକ ଧ୍ୟାନ ଦେଇଥାନ୍ତେ ତାହେଲେ ଦେଶର ନେତା ପାକିସ୍ତାନ ସ୍ୱୀକାର କରିନଥାନ୍ତେ । ସମାଚାର-ପତ୍ରର ଏହି ନୀତି ଥିଲା ଯେ ନେତାଙ୍କ ଭୁଲର ପ୍ରକଟ ନହେଉ । ଏହାଦ୍ୱାରା ଦେଶ ବିଭାଜନ ଆହୁରି ସରଳ ହୋଇଗଲା । ଏପରି ଭ୍ରଷ୍ଟ ସମାଚାର-ପତ୍ରଙ୍କ ଭୟରେ ମୁଁ ବିଚଳିତ ହେଲି ନାହିଁ ।

(୧୨୦) କିଛି ଲୋକ କୁହନ୍ତି ଯେ ଯଦି ପାକିସ୍ତାନ ଗଠନ ହୋଇନଥାନ୍ତା ତାହେଲେ ସ୍ୱାଧୀନତା ମିଳିନଥାନ୍ତା । ମୁଁ ଏପରି ବିଚାର ଠିକ୍ ନୁହେଁ ବୋଲି ଭାବୁଛି । କଂଗ୍ରେସ ନେତା ନିଜ ପାପ ଲୁଚାଇବା ପାଇଁ ଏପରି ବାହାନା କଲେ । ଗାନ୍ଧୀବାଦୀ କୁହନ୍ତି ଯେ ସେମାନେ ନିଜ ଶକ୍ତି ଦ୍ୱାରା ସ୍ୱାଧୀନତା ପାଇଲେ, ତାହେଲେ ସେମାନେ ପରାଜିତ ଇଂରେଜଙ୍କଠି ପାକିସ୍ତାନ ଗଠନ ସର୍ତ୍ତ କାହିଁକି ରଖିଲେ ଏବଂ ଦୃଢ଼ତାର ସହିତ କାହିଁକି ଏହି ନିଷ୍ପତ୍ତିର ବିରୋଧ କଲେ ନାହିଁ? ମୋ ବିଚାରରେ ମହାତ୍ମା ଏବଂ ତାଙ୍କ ଅନୁଗାମୀଙ୍କ ଏକ ମାତ୍ର ‘ପଲିସି’ ଥିଲା । ତାହା ଥିଲା ପ୍ରଥମେ ଯବନଙ୍କ ଦାବିକୁ ବିରୋଧ କରିବା ଏବଂ ଅନ୍ତରେ ଆତ୍ମସମର୍ପଣ କରିଦେବା । ଏହି ପ୍ରକାର ପାକିସ୍ତାନର ରୂପରେଖା ସ୍ୱୀକାର କରିନିଆଗଲା ।

(୧୨୧) ୧୫ ଅଗଷ୍ଟ ୧୯୪୭ରେ ଛଳପୂର୍ବକ ପାକିସ୍ତାନ ଗଠନ ଗ୍ରହଣ କରିନିଆଗଲା । ପଞ୍ଜାବ, ବଙ୍ଗାଳ, ସୀମାପ୍ରାନ୍ତ ଏବଂ ସିନ୍ଧର ହିନ୍ଦୁଙ୍କ ବିଚାର କରାଗଲା ନାହିଁ । ଦେଶର ଟୁକୁଡ଼ା କରି ଏକ ଧର୍ମ ଆଧାରରେ ମୁସଲମାନଙ୍କ ଦେଶ ସ୍ଥାପିତ ହେଲା । ଗାନ୍ଧୀବାଦୀ ନେତା ସେଇ ଲୋକଙ୍କୁ ଦେଶଦ୍ରୋହୀ, ସାମ୍ପ୍ରଦାୟିକ କହି ଡାକିଲେ ଯେଉଁମାନେ ପାକିସ୍ତାନର ବିରୋଧ କରିଥିଲେ ଏବଂ ପାକିସ୍ତାନ ଗଠନକୁ ସ୍ୱୟଂ ସ୍ୱୀକାର କରିନେଇ ଜିନ୍ନାଙ୍କ ସବୁ ଦାବୀ ମାନିନେଲେ । ଏପରି ଦୁର୍ଘଟଣା ଦ୍ୱାରା ମୋ ମନର ଶାନ୍ତିଭଙ୍ଗ ହେଲା । ପାକିସ୍ତାନ ଗଠନ ବାଦ୍ ସରକାର ପାକିସ୍ତାନର ହିନ୍ଦୁଙ୍କ ରକ୍ଷା କରିଥାଆନ୍ତେ ତା’ହେଲେ ମୋ କ୍ରୋଧ ଶାନ୍ତ ପଡ଼ିଯାଇଥାନ୍ତା । ଜନତାଙ୍କୁ ଧୋକା ମିଳୁ ଏହା ମୁଁ ଚାହିଁନଥିଲି । କୋଟି କୋଟି ହିନ୍ଦୁଙ୍କୁ ମୁସଲମାନଙ୍କ ଦୟାରେ ଛାଡ଼ି ଗାନ୍ଧୀବାଦୀ କହୁଥିଲେ ଯେ ହିନ୍ଦୁଙ୍କୁ ପାକିସ୍ତାନରୁ ଆସିବାର ନଥିଲା ଏବଂ ସେଇଠାରେ ହିଁ ରହିବାର ଥିଲା । ଏହି ପ୍ରକାର ହିନ୍ଦୁ ମୁସଲମାନଙ୍କ ଜାଲରେ ଫସିଗଲେ ଏବଂ ବିକଟ ବିପତ୍ତିର ଶିକାର ହେଲେ । ଯେବେ ମୋର ଏହି ଘଟଣାର ସ୍ମରଣ ହୁଏ ମୁଁ କ୍ରୋଧରେ ଓ ଦୁଃଖରେ ଜର୍ଜରିତ ହୋଇଯାଏ ।

(୧୨୨) ପ୍ରତିଦିନ ସହସ୍ର ହିନ୍ଦୁଙ୍କ ସଂହାର ହେଉଥିଲା । ପନ୍ଦରହଜାର ଶିଖଙ୍କୁ ଗୁଳିଦ୍ୱାରା ହତ୍ୟା କରାଗଲା । ହିନ୍ଦୁ ସ୍ତ୍ରୀଙ୍କୁ ନଗ୍ନ କରି ପରିକ୍ରମା କରାଗଲା । ସେମାନଙ୍କ ପଶୁ ପରି ବିକ୍ରି କରିଦିଆଗଲା । ଲକ୍ଷ ଲକ୍ଷ ହିନ୍ଦୁ ଧର୍ମ ବଞ୍ଚାଇ ପଳାୟନ କଲେ । ଚାଲିଶ ମାଇଲ ଲମ୍ବା ହିନ୍ଦୁ-ନିରାଶ୍ରିତଙ୍କ ଗାଡ଼ି ପାକିସ୍ତାନ ଆଡ଼ୁ ଆସୁଥିଲା । ହିନ୍ଦୁସ୍ତାନ ଶାସନ ଏପରି ଭୟାନକ କୃତର ଏପରି ଭୟାନକ ନିବାରଣ କରୁଥିଲେ । ସେଇ ନିରାଶ୍ରିତଙ୍କୁ ବାୟୁଯାନରୁ ରୁଟି ଫିଙ୍ଗା ଯାଉଥିଲା ।

(୧୨୩) ଭାରତ ସରକାର ପାକିସ୍ତାନର ଅତ୍ୟାଚାର ବନ୍ଦ ପାଇଁ ଅନୁରୋଧ କରୁଥିଲା ବା ଧମକ ଦେଉଥିଲା ଯେ ଯଦି ପାକିସ୍ତାନ ଅତ୍ୟାଚାର ବନ୍ଦ ନ କରିବ ତାହେଲେ ଭାରତରେ ବି ମୁସଲମାନଙ୍କ ଖରାପ ଦଶା ହେବ । ତାହେଲେ ମୁସଲମାନଙ୍କ ଏପରି ସଂଗଠିତ ଅତ୍ୟାଚାର ହୋଇନଥାଆନ୍ତା । ଭାରତ ସରକାର ଗାନ୍ଧୀଜୀଙ୍କ ଇସାରାରେ ଚାଲୁଥିଲେ ଏବଂ ତାଙ୍କ ନୀତି କିଛି ଭିନ୍ନ ଥିଲା । ଯଦି ପାକିସ୍ତାନର ହିନ୍ଦୁଙ୍କ ରକ୍ଷା ପାଇଁ ସମାଚାର ପତ୍ର କିଛି ଲେଖି ଦେଉଥିଲେ ତାହେଲେ ଏହାର ଅର୍ଥ ଥିଲା ହିନ୍ଦୁ-ମୁସଲମାନଙ୍କ ମଧ୍ୟେ ମତଭେଦ କରିବା ପାଇଁ ଏପରି ପ୍ରଯତ୍ନ କରାଯାଉଛି । ଏପରି କାର୍ଯ୍ୟକୁ ଅପରାଧ ବୋଲି ଧରିନିଆଗଲା ଏବଂ Indian Press (Emergency Power) Act, ୧୯୩୧ ଲାଗୁ କରାଯାଇ ଏକ ପରେ ଏକ ଅନ୍ୟ ଜମାନତ ମଗାଯାଉଥିଲା । ମୋତେ ବି ନୋଟିସ୍ ମିଳିଥିଲା ଏବଂ ୧୬୦୦୦ ଟଙ୍କାର ସୁରକ୍ଷିତ ନିଧି ମଗା ଯାଇଥିଲା । ଶ୍ରୀ ମୋରାରଜୀ ଦେଶାଇଙ୍କ ନ୍ୟାୟାଳୟ ବୟାନ ଅନୁସାରେ ଏପରି ୯୦୦ ଘଟଣା ହେଲା । କେବଳ ଏତିକି ନୁହେଁ ଯେବେ ପ୍ରେସ ପ୍ରତିନିଧି ମଣ୍ଡଳ ମୋରାଜୀଙ୍କୁ ଭେଟିବାକୁ ଗଲେ ସେ ତାଙ୍କର କିଛି ବି ଶୁଣିଲେନି । ଏଇଥିପାଇଁ ମୋର ଆଶା ନଥିଲା ଯେ ଗାନ୍ଧୀବାଦୀ କଂଗ୍ରେସ ସରକାର ଉପରେ ଶାନ୍ତପୂର୍ଣ୍ଣ ଢଙ୍ଗରେ ଚାପ ପ୍ରୟୋଗ କରାଯାଇ ପାରିଥାଆନ୍ତା ।

(୧୨୪)ଏହି ପ୍ରକାରର ଘଟଣା ଘଟୁଥିବା କାଳରେ ପାକିସ୍ତାନ ବା ମୁସଲମାନଙ୍କ ବିରୁଦ୍ଧରେ ଗାନ୍ଧୀଜୀ ପଦୁଟିଏ ମଧ୍ୟ କହିନଥିଲେ । ହିନ୍ଦୁ ଜାତି ଏବଂ ସଂସ୍କୃତିର ନଷ୍ଟ ପାଇଁ ମୁସଲମାନ ଯେଉଁ ଅତ୍ୟାଚାର କଲେ ତାହାର ମୂଳ କାରଣ ଗାନ୍ଧଜୀ ଥିଲେ । ଯଦି ଭାରତର ରାଜିନୀତିକୁ ଉତ୍ତମ ରୂପେ ପରିଚାଳିତ କରାଯାଇପାରନ୍ତା ତେବେ ଏପରି ହିନ୍ଦୁ ସଂହାର କେବେ ହୋଇ ନଥାଆନ୍ତା ଯାହା ଏବେ ହେଲା ଏବଂ ଯାହାର ଉଦାହରଣ ଇତିହାସରେ କେଉଁଠି ବି ମିଳିବ ନାହିଁ ।

(୧୨୫) ସବୁୁଠାରୁ ମହତ୍ୱପୂର୍ଣ୍ଣ କଥା ହେଲା ମୁସଲମାନଙ୍କ ଦ୍ୱାରା ଉତ୍ପନ୍ନ ସମସ୍ୟା ସମ୍ପନ୍ଧିତ କୌଣସି ବିଚାର ଗାନ୍ଧୀଜୀ କଲେ ନାହିଁ, ଜନତାର ମନୋଭାବକୁ ଅଣଦେଖା କଲେ । ଗାନ୍ଧୀଜୀଙ୍କ ଅହିଂସାର ଆଢ଼ୁଆଳରେ ଏତେ ରକ୍ତପାତ ହୋଇସାରିଥିଲା ଯେ ଜନତା ପାକିସ୍ତାନ ସମର୍ଥିତ କୌଣସି ବିଚାରକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ନଥିଲେ । ସ୍ପଷ୍ଟ ଥିଲା ଯେପର୍ଯ୍ୟନ୍ତ ପାକିସ୍ତାନରେ ଧର୍ମାନ୍ଧ ମୁସଲମାନ ରାଜୁତି ଚାଲିବ ସେପର୍ଯ୍ୟନ୍ତ ଭାରତରେ ଶାନ୍ତି ସ୍ଥାପିତ ହୋଇପାରିବ ନାହିଁ । ତଥାପି ଗାନ୍ଧୀଜୀ ଏମିତି ବିଚାର ପାକିସ୍ତାନ ସପକ୍ଷରେ ପ୍ରସାର କରୁଥିଲେ ଯେ ଏପରି କରିବାରେ କୌଣସି ଉଗ୍ର ନେତା ନେତା ବି ସଫଳ ହୋଇପାରିନଥାନ୍ତେ ।

(୧୨୬) ସେହିଦିନମାନଙ୍କରେ ଆମରଣ ଅନଶନ ପାଇଁ ଘୋଷଣା କରି ସେ ଯେଉଁ ସର୍ତ୍ତମାନ ଉପସ୍ଥାପିତ କଲେ ତାହା କେବଳ ହିନ୍ଦୁଙ୍କ ବିରୁଦ୍ଧରେ ଏବଂ ମୁସଲମାନଙ୍କ ପକ୍ଷରେ ଥିଲା ।

(୧୨୭) ଗାନ୍ଧୀଜୀଙ୍କ ଅନଶନ ପାଇଁ ପ୍ରଥମ ସର୍ତ୍ତ ଥିଲା, ଦିଲ୍ଲୀର ମସଜିଦଙ୍କ ରହୁଥିବା ହିନ୍ଦୁ ଶରଣାର୍ଥୀଙ୍କ ବାହାର କରି ମସଜିଦ ମୁସଲମାନଙ୍କୁ ସମର୍ପି ଦିଆଯାଉ । ଅନଶନର ଧମକ ଦେଇ ଗାନ୍ଧୀଜୀ ନିଜ ସର୍ତ୍ତକୁ ପୂରଣ କରାଇବାରେ ସରକାର ଏବଂ ଅନ୍ୟ ନେତାଙ୍କ ରାଜି କରାଇନେଲେ । ଏହିଦିନମାନଙ୍କରେ ମୁଁ ଦିଲ୍ଲୀରେ ଥିଲି । ମୁଁ ଦେଖିଲି କେଉଁ ପ୍ରକାର ଗାନ୍ଧୀଜୀଙ୍କ ଜିଦକୁ ପୂରଣ କରିଦିଆଗଲା । ଶୀତ ଦିନ ଥିଲା । ଯେଉଁ ଦିନ ଗାନ୍ଧୀଜୀ ଅନଶନ ଭାଙ୍ଗିଲେ ବର୍ଷା ହେଉଥିଲା । ଏପରି ଥଣ୍ଡା ଓ ବର୍ଷାରେ ଭଲ ସ୍ଥାନରେ ରହୁଥିବା ଲୋକେ ବି ଥରି ଉଠୁଥିଲେ । ସେ ସମୟରେ ନିରାଶ୍ରିତଙ୍କ କୁଟୁମ୍ବଙ୍କୁ ମସଜିଦରୁ ବାହାର କରିଦିଆଗଲା, ପ୍ରବଳ ଶୀତରେ ବି । ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନଥିଲା । କିଛି ଶରଣାର୍ଥୀ ଯେଉଁମାନେ କୁଟୁମ୍ବ ଏବଂ ସ୍ତ୍ରୀ ସହିତ ବିରଳା ହାଉସ ପହଞ୍ଚିଲେ ଏବଂ ସେଠାରେ ସ୍ଳୋଗାନ ଦେଲେ, “ଗାନ୍ଧୀଜୀ ଆମକୁ ରହିବାକୁ ସ୍ଥାନ ଦିଅ ।” ଭବ୍ୟ ଭବନରେ ରହୁଥିବା ଗାନ୍ଧୀଙ୍କ ନିକଟରେ ସେଇ ନିରାଶି୍ରିତଙ୍କ ଗୁହାରି ପହଞ୍ଚିପାରି ନଥିଲା । ଏହି ଦୃଶ୍ୟ ମୁଁ ନିଜ ଆଖିରେ ଦେଖିଛି ଯାହା ଦେଖି କଠୋରରୁ କଠୋର ବ୍ୟକ୍ତି ବି ତରଳି ଯିବ । ଅନେକ ପ୍ରକାରର ବିଚାର ମୋ ମନକୁ ବିଚଳିତ କଲା । ମୁଁ ଭାବୁଥିଲି କ’ଣ ଶରଣାର୍ଥୀମାନେ ପ୍ରସନ୍ନତାପୂର୍ବକ ମସଜିଦରେ ଡେରା ପକାଇଥିଲେ ? ନା…ନା… । ଗାନ୍ଧୀ ସ୍ଥିତି ବିଷୟରେ ପୂରା ଜ୍ଞାତ ଥିଲେ, କେଉଁ କାରଣ ବଶତଃ ଲୋକେ ବାଧ୍ୟ ହୋଇ ଘରଦ୍ୱାର ଛାଡ଼ି ଏହି ମସଜିଦରେ ଆଶ୍ରୟ ନେଇଥିଲେ । ପାକିସ୍ତାନରେ ଗୋଟିଏ ବି ମନ୍ଦିର ବା ଗୁରୁଦ୍ୱାର ସୁରକ୍ଷିତ ରହିଲାନାହିଁ । ଶରଣାର୍ଥୀ ସ୍ୱଚକ୍ଷୁରେ ଦେଖିଲେ କି କେଉଁ ପ୍ରକାର ଓ କିପରି ମୁସଲମାନ କେବଳ ହିନ୍ଦୁ ମନ୍ଦିର ଏବଂ ଗୁରୁଦ୍ୱାରକୁ ଅପବିତ୍ର କଲେ । ଯେଉଁ ଶରଣାର୍ଥୀ ଦିଲ୍ଲୀ ଆସିଥିଲେ ଶରଣ ନେବା ପାଇଁ ସେମାନଙ୍କୁ ଏଠାରେ କୌଣସି ସ୍ଥାନ ମିଳିଲା ନାହିଁ । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯଦି ଏପରି ପରିସ୍ଥିତିରେ ଉପାୟଶୂନ୍ୟ ଅସହାୟ ଲୋକେ ଗଛ ତଳେ ବା ଗଳି ନଳାକୁ ଆଶ୍ରୟ ମଣିବେ । ପଞ୍ଜାବରେ ଘଟିତ ଘଟଣାକୁ ସ୍ମରଣ କରି ଦିଲ୍ଲୀରେ ରିକ୍ତ ମସଜିଦରେ ଆଶ୍ରୟଶିବିର ବନ୍ଦୋବସ୍ତ କରାଗଲା । ମୋ ବିଚାରରେ ଏହି ପ୍ରକାର ମସଜିଦ ମାନବତାର ଭଲ ପାଇଁ କିଛିଟା ଉପଯୋଗୀ ସାବ୍ୟସ୍ତ ହେଲା । କେଉଁ ଯୁକ୍ତିରେ, କେଉଁ ବିଚାରରେ କ’ଣ ଭାବି ଗାନ୍ଧୀଜୀ କହିଲେ ଯେ ମସଜିଦକୁ ଖାଲି କରାଯାଉ ବୋଲି ? ତା’ହେଲେ ଲୋକଙ୍କ ରହିବା ପାଇଁ ଅନ୍ୟ ପ୍ରବନ୍ଧ କ’ଣ ପାଇଁ କରାଗଲାନି ? ସେ ପାକିସ୍ତାନର ମନ୍ଦିରସବୁକୁ ହିନ୍ଦୁଙ୍କୁ ସମର୍ପିବା ପାଇଁ କାହିଁକି ଦାବୀ କଲେ ନାହିଁ ? ଏହା ଦ୍ୱାରା ସମସ୍ତେ ଜାଣିଥାନ୍ତେ ଯେ ଗାନ୍ଧୀଜୀ ବସ୍ତୁତ୍ୱ ଅହିଂସାର ପୂଜାରୀ, ହିନ୍ଦୁ-ମୁସଲମାନ ଏକତାର ଇଚ୍ଛୁକ ଏବଂ ତାଙ୍କଠି ନିରପେକ୍ଷ ଆତ୍ମଶକ୍ତି ଅଛି । ଗାନ୍ଧୀ ପୂରା ଚତୁର ରୂପେ ନିଜ ଅନଶନ ଶେଷ କଲେ ଏବଂ ପାକିସ୍ତାନ ପାଇଁ କୌଣସି ସର୍ତ୍ତ ରଖିଲେ ନାହିଁ । ଯଦି ସେ ଏପରି କରିଥାଆନ୍ତେ ତାହେଲେ ସଂସାର ଦେଖିଥାଆନ୍ତା ଯେ ଗାନ୍ଧୀଜୀ ଅନଶନ କରି ଦେହ ତ୍ୟାଗ କଲେ ଏବଂ ପାକିସ୍ତାନର ଗୋଟିଏ ବି ମୁସଲମାନର ଲେଶ ମାତ୍ର ଦୁଃଖ ହେଇନଥାନ୍ତା । ସେ ନିଜର ଅନୁଭବରୁ ଜାଣିଯାଇଥିଲେ ଯେ ତାଙ୍କ ବ୍ରତର ଜିନ୍ନାଙ୍କ ଉପରେ କୌଣସି ପ୍ରଭାବ ପଡ଼ିବନାହିଁ ଏବଂ ଲିଗ୍ ତାଙ୍କ ଆତ୍ମଶକ୍ତିକୁ ଖାତିର କରୁନଥିଲା ।

(୧୨୮) ଅନ୍ତରେ କହିବା ଅନୁଚିତ ହେବନି ଯେ ଗାନ୍ଧୀଙ୍କ ଅସ୍ଥି ଭାରତ ଏବଂ ବିଦେଶର ବହୁତ ନଦନଦୀରେ ଭସାଇ ଦିଆଗଲ କିନ୍ତୁ ଏହି ଅସ୍ଥି ସିନ୍ଧୁ ନଦୀରେ ବିସର୍ଜନ କରାଯାଇ ପାରିଲା ନାହିଁ । ଏହି ସମ୍ବନ୍ଧରେ ପାକିସ୍ତାନରେ ଭାରତର ରାଷ୍ଟ୍ରଦୂତ ଶ୍ରୀଯୁକ୍ତ ଶ୍ରୀ ପ୍ରକାଶଜୀଙ୍କ ପ୍ରଯତ୍ନ ଅସଫଳ ହେଲା ।

(୧୨୯) ଏବେ ୫୫ କୋଟିର ଅର୍ଥ ରାଶି ବିଷୟକୁ ଧରନ୍ତୁ । ଉପ-ପ୍ରଧାନମନ୍ତ୍ରୀଙ୍କ ନିବେଦନକୁ ଦେଖନ୍ତୁ । ଗାନ୍ଧୀଜୀ ସ୍ୱୟଂ କହିଛନ୍ତି ଯେ କୌଣସି ସରକାରୀ ଚାପରେ ତାଙ୍କର ନିର୍ଣ୍ଣୟ ବଦଳାଇବା ପ୍ରୟାସ କଠିନ । କିନ୍ତୁ ଭାରତ ସରକାର ଗାନ୍ଧୀଜୀଙ୍କ ଅନଶନ ଯୋଗୁଁ ପାକିସ୍ତାନକୁ ୫୫ କୋଟି ଟଙ୍କା ନ ଦେବା ପାଇଁ ନିଜ ନିର୍ଣ୍ଣୟ ବଦଳାଇଦେଲେ । ( ଗାନ୍ଧୀଜୀଙ୍କ ୨୧ ଜାନୁଆରୀ , ୧୯୪୮ର ପ୍ରାର୍ଥନା-ପ୍ରବଚନ ଦେଖନ୍ତୁ) । ଜନତାଙ୍କ ପ୍ରତିନିଧି ରୂପରେ ସରକାର ପାକିସ୍ତାନକୁ ୫୫ କୋଟି ନଦେବା ପାଇଁ ନିଶ୍ଚୟ କରିଥିଲେ । କିନ୍ତୁ ଗାନ୍ଧୀଜୀଙ୍କ ଅନଶନ ଏହି ନିର୍ଣ୍ଣୟକୁ ବଦଳାଇ ଦେଲା । ମୁଁ ଜାଣିଲି ଯେ ଗାନ୍ଧୀଜୀଙ୍କ ପାକିସ୍ତାନ ପ୍ରୀତି ସାମ୍ନାରେ ଜନତାଙ୍କ ମତର କୌଣସି ମହତ୍ୱ ନାହିଁ । ଅପିଲର ପ୍ରଥମ ଖଣ୍ଡର ପୃଷ୍ଠା ୧୪୫ରେ ନ୍ୟାୟାଧିଶ ଶ୍ରୀ କପୁର ସେ ସମୟରେ ସମାଚାର ପତ୍ରରେ ମୁଦି୍ରିତ ଖବରର ଉଦାହରଣ ପ୍ରସ୍ତୁତ କଲେ । ଅନୁଚ୍ଛେଦ ୧୨/ ଏ -୪୫ ଏହି ପ୍ରକାର ଅଟେ – ବମ୍ବେରୁ ପ୍ରକାଶିତ ସାପ୍ତାହିକ ‘ନ୍ୟାସନାଲ ଗାର୍ଡିଆନ’ ନିଜ ୧୭ ଜାନୁଆରୀ, ୧୯୪୮ର ଅଙ୍କରେ ‘ନେହେରୁ ଶାସନ ଯୋଗୁଁ ହିନ୍ଦୁସ୍ତାନର ଘୋର ହାନୀ ହେଲା । ପାକିସ୍ତାନ ଯାହା ନ ପାଇଲା ତାହା ଗାନ୍ଧୀଜୀଙ୍କ ହଟ ଦ୍ୱାରା ପାଇ ପାରିଲା ।’ ଶୀର୍ଷକର ନିମ୍ନରେ ଲେଖାଯାଇଥିଲା – “ଆମ ଜନତାର ଯେଉଁ କାର୍ଯ୍ୟ ଦ୍ୱାରା ନରସଂହାର ହେବ ସେଭଳି ଅର୍ଥନୈତିକ ରାଶି ପ୍ରଦାନ ଭଳି କୁକୃତ ଆମେ କରିବା ନାହିଁ ।” ଏପରି ଖବରମାନ ପ୍ରକାଶିତ ହେଉଥିଲା ଏବଂ ସର୍ଦ୍ଧାର ବଲ୍ଲଭଭାଇଙ୍କ “ଚାପରେ ପଡ଼ି ଆଉ ଭିକ ଦେବା ନାହିଁ” ପରି ସାହସିକ ଉକ୍ତି ଶୁଣିବାକୁ ମିଳୁଥିଲା । ଏପରି ସମୟରେ ଗାନ୍ଧୀଜୀ ଅନଶନ କରି ପାକିସ୍ତାନକୁ କୋଟି କୋଟି ଟଙ୍କା ଦେବା ପାଇଁ ବାଧ୍ୟ କଲେ । ୫୫ କୋଟି ପ୍ରଦାନର ସ୍ୱୀକୃତି ଦ୍ୱାରା ଲୋକେ କିପରି କ୍ଷୁବ୍ଧ ଥିଲେ ଏହା ତାହାରି ଉଦାହରଣ ।

(୧୩୦) ମୁସଲମାନ ସ୍ୱତନ୍ତ୍ରତା ଆନ୍ଦୋଳନର ବିରୋଧ କଲେ, ତେଣୁ ପାକିସ୍ତାନ ନିର୍ମାଣ ହେଲା । ଯେଉଁମାନେ ପାକିସ୍ତାନର ପକ୍ଷ ନେଲେ, ତାଙ୍କର ପଞ୍ଚମ ସ୍ତମ୍ଭ (Fifth Columnist) କୁଆଡେ଼ ଗଲା ? ତାଙ୍କର ନିନ୍ଦା କରାଗଲା, ପରନ୍ତୁ ମୋ ଦୃଷ୍ଟିରେ ଗାନ୍ଧୀଜୀ ପାକିସ୍ତାନର ପକ୍ଷ ନେବା ମାତ୍ରାଧିକ ହୋଇଗଲା ଏବଂ କୌଣସି ଶକ୍ତି ତାଙ୍କୁ ବାଧା ଦେଇ ପାରିଲା ନାହିଁ ।

(୧୩୧) ଏପରି ସ୍ଥିତିରେ ହିନ୍ଦୁଙ୍କୁ ମୁସଲମାନଙ୍କ ଅତ୍ୟାଚାରରୁ ବଞ୍ଚାଇବା ପାଇଁ ଏକ ମାତ୍ର ଉପାୟ ଥିଲା ଗାନ୍ଧୀଜୀଙ୍କ ଜୀବନର ଅନ୍ତ ।

(୧୩୨) ଗାନ୍ଧୀଜୀଙ୍କୁ ରାଷ୍ଟ୍ରପିତା ଭାବେ ସମ୍ବୋଦିତ କରାଯାଉଥିଲା । ଏହା ସମ୍ମାନସ୍ପଦ ଉପାଧି ଥିଲା । କିନ୍ତୁ ସେ ପିତାର କର୍ତ୍ତବ୍ୟ ପାଳନ କରିବାରେ ଅସଫଳ ହେଲେ । ସେ ତ ବଡ଼ ନିର୍ଦ୍ଧୟତାର ସହିତ ଦେଶର ଦୁଇ ଟୁକୁଡ଼ା କରିଦେଲେ । ଯଦି ସେ ପୂର୍ଣ୍ଣପ୍ରାଣରେ ପାକିସ୍ତାନର ବିରୋଧ କରିଥାଆନ୍ତେ ତ ମୁସଲିମ ଲିଗ କେବେ ବି ଏତେ ଦୃଢ଼ତାର ସହିତ ଏପରି ଦାବି ଉପସ୍ଥାପିତ କରିପାରିନଥାନ୍ତା ଏକଂ ଇଂରେଜ ପୂରା ପ୍ରଯତ୍ନ କରି ବି ପାକିସ୍ତାନ ନିର୍ମାଣ କରିପାରିନଥା’ନ୍ତେ । ଦେଶର ଜନତା ପାକିସ୍ତାନ ନିର୍ମାଣର ଘୋର ବିରୋଧି ଥିଲେ କିନ୍ତୁ ଗାନ୍ଧୀଜୀ ଜନତାକୁ ଧୋକା ଦେଲେ ଏବଂ ମୁସଲମାନଙ୍କୁ ପାକିସ୍ତାନର ପିତା ସିଦ୍ଧକଲେ । ଏଣୁ ମୁଁ ଭାରତମାତାର ଏକ ପୁତ୍ର ରୂପେ ନିଜ କର୍ତ୍ତବ୍ୟ ଭାବି ଏପରି ବ୍ୟକ୍ତିର ଅନ୍ତ କରି ଦେବା ଉଚିତ ବୋଲି ଭାବିଲି ଯିଏ ରାଷ୍ଟ୍ରପିତା ତ ବୋଲାଉଥିଲା କିନ୍ତୁ ଯାହାର ମାତୃଭୂମିର ବିଭାଜନରେ ସର୍ବାଧିକ ଯୋଗଦାନ ଥିଲା ।

(୧୩୩) ହାଇଦ୍ରାରାବାଦ ସମସ୍ୟାର ସମାନ ଇତିହାସ । ନିଜାମଙ୍କ ମନ୍ତ୍ରୀ ଏବଂ ରଜାକର ବା ନିଜାମଙ୍କ ନିଜସ୍ୱ ସେନା ହିନ୍ଦୁ ଉପରେ ଯେଉଁ ଅତ୍ୟାଚାର କଲେ ତାହାର ବର୍ଣ୍ଣନର ଆବଶ୍ୟକତା ନାହିଁ । ସେଠାକାର ପ୍ରଧାନମନ୍ତ୍ରୀ ଲାୟକ ଅଲ୍ଲୀ ଜାନୁଆରୀ, ୧୯୪୮ର ଅନ୍ତିମ ସପ୍ତାହରେ ଗାନ୍ଧୀଙ୍କୁ ଭେଟିଥିଲେ । ଏ ବିଷୟରେ ଗାନ୍ଧୀଜୀଙ୍କ ବ୍ୟବହାର ବିଚିତ୍ର ଥିଲା । ଯେଉଁ ପ୍ରକାର ସେ ସୁହାରବର୍ଦ୍ଧିଙ୍କ ଆପଣେଇଥିଲେ ସେଇ ପ୍ରକାର କାସିମ ରିଜବୀକୁ ବି ଦତ୍ତପୁତ୍ର ରୂପେ ଆଦର କଲେ, ଏହା ସ୍ପଷ୍ଟ ଥିଲା । ଯେପର୍ଯ୍ୟନ୍ତ ଗାନ୍ଧୀଜୀ ଜୀବିତ ଥିଲେ ସେପର୍ଯ୍ୟନ୍ତ ସରକାର ହାଇଦ୍ରାବାଦ ବିରୁଦ୍ଧରେ କିଛି କରିପାରୁନଥିଲେ ଯଦିଚ ସେମାନେ ପୂର୍ଣ୍ଣ ଅଧିକାର ପ୍ରାପ୍ତ ଏବଂ ଶକ୍ତି ସଂପନ୍ନ ଥିଲେ । ଯଦି ଗାନ୍ଧୀଜୀଙ୍କ ଜୀବନକାଳରେ ଭାରତ ସରକାର ହାଇଦ୍ରାବାଦରେ ସେବା ବା ପୋଲିସ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ନିଶ୍ଚୟ କରିଥା’ନ୍ତା ତାହେଲେ ଗାନ୍ଧୀଜୀ ହିନ୍ଦୁ ମୁସଲମାନ ଏକତା ନାମରେ ସରକାରକୁ ନିଜ ନିଶ୍ଚୟ ବଦଲିବା ପାଇଁ ବାଧ୍ୟ କରିଦେଇଥାନ୍ତେ ଯେଉଁ ପ୍ରକାର ୫୫ କୋଟି ଟଙ୍କା ପାକିସ୍ତାନକୁ ନ ଦେବାର ନିଶ୍ଚୟ ବଦଳାଇବା ପାଇଁ ବାଧ୍ୟ କରାଗଲା । ଯେବେ ଗାନ୍ଧୀଜୀ ଅନଶନ କରିବାକୁ ଜିଦ୍ ଧରି ବସନ୍ତି ତାଙ୍କୁ ବଞ୍ଚାଇବା ପାଇଁ ସରକାର ତାଙ୍କ ଇଚ୍ଛାନୁସାରେ ଚାଲନ୍ତି ।

(୧୩୪) ଗାନ୍ଧୀଜୀଙ୍କ ଅହିଂସା ସିଦ୍ଧାନ୍ତ ଅନୁସାରେ ଆମେ ଅତ୍ୟାଚାର ସହିଯିବା ଦରକାର ଏବଂ ଶସ୍ତ୍ର ବା ଶାରୀରିକ ଶକ୍ତି ଦ୍ୱାରା ପ୍ରତିକାର କରିବା ଉଚିତ ନୁହେଁ । ଗାନ୍ଧୀଜୀଙ୍କ ଅହିଂସା ସେଇ ସିଂହର ଅହିଂସା ପରି ଯିଏ ସେଇ ସମୟରେ ଅହିଂସାର ପୂଜାରୀ ହୋଇଯାଏ ଯେବେ ସେ ସହସ୍ର ଗାଈଙ୍କୁ ଖାଇ ପିଇ ଥକି ପଡେ଼ । କାନପୁରରେ ସାମ୍ବାଦିକ ଗଣେଶ ଶଙ୍କର ବିଦ୍ୟାର୍ଥୀଙ୍କୁ ମୁସଲମାନ ନିର୍ଦ୍ଧୟତା ପୂର୍ବକ ହତ୍ୟା କଲେ । ଗାନ୍ଧୀଜୀ ତାହାର ଉଦାହରଣ ଦେଇ କୁହନ୍ତି ଯେ କେଉଁ ପ୍ରକାର ଅହିଂସାରେ ପରିଚାଳିତ ହୋଇ ନିଜ ବଳିଦାନ ଦେବା ପ୍ରଶଂସନୀୟ । ମୋ ବିଶ୍ୱାସ ଯେ ଅହିଂସା (ନଂପୁସକ) ଦେଶକୁ କେବଳ ଦୁର୍ଗତି ମାର୍ଗରେ ଟାଣିନେବ ଏବଂ ପାକିସ୍ତାନ ଭାରତ ଉପରେ ଆଧିପତ୍ୟ ଜମାଇ ବସିବ ।

(୧୫୫) ମୋତେ ସ୍ପଷ୍ଟ ଦେଖାଯାଉଥିଲା ଯେ ଯଦି ମୁଁ ଯଦି ଗାନ୍ଧୀଜୀଙ୍କ ବଧ କରେ ତାହେଲେ ମୁଁ ମୂଳରୁ ନଷ୍ଟ ହୋଇଯିବି । ଲୋକେ ମତେ ଘୃଣା କରିବେ, ମୋ ସମ୍ମାନ ଯାହା ମୋ ପ୍ରାଣଠୁ ବି ଅଧିକ ପ୍ରିୟ ନଷ୍ଟ ହୋଇଯିବ କିନ୍ତୁ ମୁଁ ଏହା ମଧ୍ୟ ଜାଣିଥିଲି ଯେ ଗାନ୍ଧୀଜୀ ସଦା ପାଇଁ ବିଦା ହୋଇଯିବେ ତାହେଲେ ଦେଶର ରାଜନୀତିରେ ଶସ୍ତ୍ର ପ୍ରୟୋଗ ଏବଂ ପ୍ରତିକରାତ୍ମକ କାର୍ଯ୍ୟାନୁଷ୍ଠାନକୁ ଗୁରୁତ୍ୱ ମିଳିବ । ଦେଶ ଶକ୍ତିଶାଳୀ ହେବ । ମୁଁ ଅବଶ୍ୟ ମୃତ୍ୟୁପ୍ରାପ୍ତ ହେବି କିନ୍ତୁ ଦେଶ ଅତ୍ୟାଚାରରୁ ମୁକ୍ତ ହେବ । ସମସ୍ତେ ମୋତେ ମୁର୍ଖ କହିବେ କିନ୍ତୁ ଦେଶ ଏପରି ମାର୍ଗରେ ଚାଲିବ ଯାହା ଉଚିତ । ଏପରି ଭାବି ମୁଁ ଗାନ୍ଧୀଜୀଙ୍କ ଅନ୍ତ କରିବାକୁ ମନ ଟାଣ କଲି । ମୁଁ ନିଜର ନିର୍ଣ୍ଣୟ କାହାକୁ କହିଲି ନାହିଁ । ୩୦ ଜାନୁଆରୀ ୧୯୪୮ରେ ମୁଁ ଗାନ୍ଧୀଜୀଙ୍କ ବଧ କଲି ।

(୧୩୬) ମୋ ପାଖରେ କହିବାକୁ ଆଉ କିଛି ନାହିଁ । ଯଦି ଦେଶଭକ୍ତି ପାପ ମୁଁ ମାନୁଛି ଯେ ମୁଁ ପାପ କରିଛି । ଯଦି ପ୍ରସଂଶନୀୟ ତାହେଲେ ମୁଁ ନିଜକୁ ସେପରି ପ୍ରଶଂସାର ଅଧିକାରୀ ବୋଲି ଭାବୁଛି । ମୋର ବିଶ୍ୱାସ ଅଛି ଯେ ମନୁଷ୍ୟ ଦ୍ୱାରା ସ୍ଥାପିତ ନ୍ୟାୟଳୟ ଉପରେ ଯଦି କୌଣସି ନ୍ୟାୟାଳୟ ଅଛି ତାହେଲେ ସେ ମୋ କାର୍ଯ୍ୟକୁ ଅପରାଧ ବୋଲି ବିବେଚନା କରିବେ ନାହିଁ । ମୁଁ ସେଇ ବ୍ୟକ୍ତିଙ୍କୁ ଗୁଳି ଚାଳନା କଲି ଯାହାଙ୍କର ନୀତି ଦ୍ୱାରା ହିନ୍ଦୁଙ୍କୁ ଘୋର ସଙ୍କଟର ସମ୍ମୁଖୀନ କରିବାକୁ ପଡ଼ିଲା ଏବଂ ହିନ୍ଦୁଙ୍କ କ୍ଷତି ହେଲା ।

(୧୩୭) ବାସ୍ତବରେ ମୋ ଜୀବନର ସେଇ ସମୟରେ ଅନ୍ତ ଘଟିଥିଲା ଯେବେ ଗାନ୍ଧୀଜୀଙ୍କ ଉପରେ ଗୁଳି ଚାଳନା କଲି । ଏହା ପଶ୍ଚାତ୍ ମୁଁ ଅନାଶକ୍ତ ଜୀବନ ବିତାଉଛି । ମୋ ପାଇଁ ଏହା ସନ୍ତୋଷର କାରଣ ହେଉଛି ମୋର କୌଣସି ପଶ୍ଚାତାପ ନାହିଁ ।

(୧୩୮) ହାଇଦ୍ରାବାଦର ସମସ୍ୟାର ନିରାକରଣରେ ଅକାରଣ ବିଲମ୍ବ ହେଉଥିଲା । ସରକାର ଗାନ୍ଧୀଜୀଙ୍କ ମୃତ୍ୟୁ ପଶ୍ଚାତ୍ ସେନା କାର୍ଯ୍ୟାନୁଷ୍ଠାନ ଦ୍ୱାରା ଏହି ସମସ୍ୟାର ଠିକ୍ ରୂପେ ସମାଧାନ କରିଛନ୍ତି । ଭାରତର ନବ ରାଜନୀତି ଏବଂ ସରକାର ଏବେ ପର୍ଯ୍ୟନ୍ତ ସଠିକ୍ ରୂପେ ଚାଲୁଥିବା ପ୍ରତୀତ ହେଉଛି । ଗୃହମନ୍ତ୍ରୀ କହିଛନ୍ତି ଦେଶ ପାଖରେ ପ୍ରଚୁର ଯୁଦ୍ଧ ସାମଗ୍ରୀ ମହଜୁଦ ରହିବା ଉଚିତ୍ । ଏପରି ବିଚାର ପ୍ରକଟ କରିବା ବେଳେ ସେ ଏହା କହିନଥିଲେ ଯେ ଗାନ୍ଧୀଜୀଙ୍କ ସିଦ୍ଧାନ୍ତରେ ପରିଚାଳିତ ହୋଇ ସେ ଏସବୁ କିଛି କରୁଛନ୍ତି । ଯଦି ସେ ଏହା କହିବେ, ତାହେଲେ କେବଳ ନିଜ ମନର ସନ୍ତୋଷ ପାଇଁ । ଏହା ମନେ ରଖିବା ଦରକାର ଯେ ଯଦି ଆଧୁନିକ ଶସ୍ତ୍ରର ପ୍ରୟୋଗ କରି ଏହା କୁହାଯିବ ଯେ ଗାନ୍ଧୀଜୀଙ୍କ ଅହିଂସା ସିଦ୍ଧାନ୍ତରେ ଅନୁପ୍ରାଣିତ ହୋଇ ଦେଶ ଶାସନ କରାଯାଉଛି ତାହେଲେ ହିଟଲର, ମୁସୋଲିନି, ଚର୍ଚ୍ଚିଲ ବା ରୁଜବେଲ୍ଟଙ୍କ ଦେଶ ରକ୍ଷା ପଦ୍ଧତି ଏବଂ ଗାନ୍ଧଜୀଙ୍କ ଅଂହିସା ସିଦ୍ଧାନ୍ତରେ କୌଣସି ଫରକ୍ ରହିବନି ।

(୧୩୯) ମୁଁ ମାନିବାକୁ ରାଜି ଅଛି ଯେ ଗାନ୍ଧୀଜୀ ଜନତାଙ୍କୁ ଜାଗ୍ରତ କଲେ । ସେ ସ୍ୱାର୍ଥବଶତଃ କିଛି ବି କରିନାହାଁନ୍ତି । କିନ୍ତୁ ଦୁଃଖ ଏହା ଯେ ସେ ଏତେ ସଚ୍ଚୋଟ ନଥିଲେ ଯେ ଅହିଂସାର ଅସଫଳତାକୁ ସ୍ୱୀକାର କରିନେବେ । ମୁଁ ଅନ୍ୟ ଭାରତୀୟ ଦେଶଭକ୍ତ ଏବଂ ନେତାଙ୍କ ଚରିତ୍ର ବି ପଠନ କରିଛି, ଯେଉଁମାନେ ଗାନ୍ଧୀଜୀଙ୍କଠାରୁ ବି ଅଧିକ ବଳିଦାନ ଦେଇଛନ୍ତି । ସେ ଯାହା ହେଉ ଗାନ୍ଧୀଜୀ ଦେଶର ଯେଉଁ ସେବା କରିଛନ୍ତି ସେଥିପାଇଁ ସେ ମୋର ଚିର ନମସ୍ୟ । ତାଙ୍କ ଉପରକୁ ଗୁଳି କରିବା ପୂର୍ବରୁ ମୁଁ ତାଙ୍କ ସାମ୍ନାରେ ଏଥିପାଇଁ ନତମସ୍ତକ ହେଲି କିନ୍ତୁ ଜନତାଙ୍କୁ ଧୋକା ଦେଇ ପୂଜ୍ୟ ମାତୃଭୂମିକୁ ବିଭାଜିତ କରିବାର ଅଧିକାର କୌଣସି ବଡ଼ ମହାତ୍ମାଙ୍କ ନାହିଁ । ଗାନ୍ଧୀଜୀ ଦେଶ ସହିତ ଛଳ କରି ଦେଶର ଟୁକୁଡ଼ା କଲେ କାରଣ ଏପରି ନ୍ୟାୟାଳୟ ବା କାନୁନ ନାହିଁ ଯାହାର ଆଧାରରେ ଏପରି ଅପରାଧିକୁ ଦଣ୍ଡ ଦିଆଯାଇପାରିବ ତେଣୁ ମୁଁ ହିଁ ଗାନ୍ଧୀଜୀଙ୍କୁ ଗୁଳି କଲି । ତାଙ୍କୁ ଦଣ୍ଡ ଦେବାର କେବଳ ଏହି ମାର୍ଗ ଥିଲା ।

(୧୪୦) ଯଦି ମୁଁ ଏହା କରି ନଥାନ୍ତି ମୋ ପାଇଁ ଭଲ ହୋଇଥାଆନ୍ତା, କିନ୍ତୁ ସ୍ଥିତି ବହୁତ ଖରାପ ହେଇଯାଇଥିଲା ଏବଂ ମୋର ହୃଦୟ ଏତେ କ୍ଷୋଭରେ ଭରିଯାଇଥିଲା ଯେ ମୁଁ ବିଚାର କଲି ଯେ ଗାନ୍ଧୀଜୀଙ୍କ ସ୍ୱାଭାବିକ ମୃତ୍ୟୁ କାମ୍ୟ ନୁହେଁ । ସଂସାର ଜାଣୁ ଯେ ଏହି ବ୍ୟକ୍ତି ଅନ୍ୟାୟପୂର୍ବକ ରାଷ୍ଟ୍ର ସହିତ ଛଳ କରି ଦେଶର ଏକ ସମ୍ପ୍ରଦାୟକୁ ଯେଭଳି ସମର୍ଥନ ଏବଂ ପକ୍ଷ ନେଲେ ତାହାର ପରିଣାମ ସ୍ୱରୂପ ଏପରି ଦଣ୍ଡ ଭୋଗିବାକୁ ପଡ଼ିଲା । ଏହି ସମସ୍ୟାର ଅନ୍ତ ମୁଁ ଏପରି କରିବାକୁ ଚାହିଁଲି କାରଣ ଏପରି କରିବା ଦ୍ୱାରା ଲକ୍ଷ ଲକ୍ଷ ନିର୍ଦ୍ଧୋଷ ହିନ୍ଦୁଙ୍କ ଜୀବନ ବର୍ତ୍ତିଯିବ । ଗାନ୍ଧୀଜୀଙ୍କ ଅହଙ୍କାରୀ ପ୍ରକୃତି ଏହି ପବିତ୍ର ଭୂମିର ପୁତ୍ରଙ୍କ ପାଇଁ ଘାତକ ସିଦ୍ଧ ହେଲା ତାହା ପାଇଁ ଭଗବାନ ତାଙ୍କୁ କ୍ଷମା ପ୍ରଦାନ କରନ୍ତୁ ।

(୧୪୧) ମୋ କାହା ସହିତ ନା ଅଛି ଶତ୍ରୁତା ନା କାହା ପ୍ରତି ଦୁର୍ଭାବନା । ମୁଁ ଅବଶ୍ୟ କହିବି ଯେ ଏହି ସରକାର ପ୍ରତି ମୋ ହୃଦୟରେ କୌଣସି ଆଦର ନଥିଲା କାରଣ ସେମାନେ ଅନୁଚିତ ଢଙ୍ଗରେ ଦେଶର ଶତ୍ରୁର ହାତ ମଜବୁତ କରୁଥିଲେ । ମୁଁ ଦେଖୁଥିଲି ଏହି ନୀତି ଗାନ୍ଧୀଜୀଙ୍କ ଯୋଗୁଁ ଥିଲା । ଏଣୁ ଏପରି ବ୍ୟକ୍ତିଙ୍କ ଅନ୍ତ ହୋଇଯିବା ପରେ ସେମାନେ ରାଷ୍ଟ୍ର ନିର୍ମାଣ ଯୋଜନାରେ କାର୍ଯ୍ୟ କରିବା ପାଇଁ ସ୍ୱତନ୍ତ୍ର ହେବେ । କିନ୍ତୁ ମୋତେ କହିବାକୁ ଦୁଃଖ ହେଉଛି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନେହେରୁଙ୍କ ଭାଷଣ ଏବଂ କାର୍ଯ୍ୟରେ ବଡ଼ ଅନ୍ତର ଅଛି । ସେ ଧର୍ମ -ନିରପେକ୍ଷତା ଆଧାରରେ ରାଷ୍ଟ୍ର ନିର୍ମାଣର କଥା କହୁଛନ୍ତି ଯେବେ ସେ ନିଜେ ପାକିସ୍ତାନକୁ ଧାର୍ମିକ ଆଧାରରେ ସ୍ୱୀକାର କଲେ । ତାଙ୍କୁ ବିଚାର କରିବାର ଥିଲା ସାମ୍ପ୍ରଦାୟିକ ଆଧାରରେ ନିର୍ମିତ ପାକିସ୍ତାନ ଭାରତ ପାଇଁ ଲାଭଦାୟକ ହେବନି । ତଥାପି ସବୁ କିଛି ଭାବିବା ପଶ୍ଚାତ୍ ମୋ ହୃଦୟ କହିଲା, ଗାନ୍ଧୀଙ୍କ ବିରୁଦ୍ଧରେ କାର୍ଯ୍ୟ କରିବାକୁ ହେବ । କେହି ମୋତେ ଏହି ସମ୍ବନ୍ଧରେ ଚାପ ପ୍ରୟୋଗ କରିନଥିଲେ ଏବଂ ନା କେହି ଏପରି କରିପାରିଥାଆନ୍ତେ ।

(୧୪୨) ଆପଣ ମୋର ଏପରି ଭାବନାକୁ ଯେପରି ଚାହିଁବେ ଅନୁଶୀଳନ କରିବେ ଏବଂ ଏପରି ଭାବନାର ପରିଣାମସ୍ୱରୂପ ମୁଁ କରିଥିବା କାର୍ଯ୍ୟର ପରିଣାମ ସ୍ୱରୂପ ଯାହା ଦଣ୍ଡ ଉଚିତ୍ ଭାବିବେ ଦେବେ । ଏହି ବିଷୟରେ ମୋର କିଛି କହିବାର ନାହିଁ । ମୁଁ କୌଣସି ପ୍ରକାରର ଦୟା ଚାହେଁ ନାହିଁ । ମୁଁ ଏହା ମଧ୍ୟ ଚାହେଁ ନାହିଁ ଯେ ମୋ ତରଫରୁ କେହି ଦୟା ଯାଚନା କରୁ ।

(୧୪୩) ଏହି ଅଭିଯୋଗ ଯୋଗୁଁ ଅନେକ ବ୍ୟକ୍ତିଙ୍କୁ ମୁଁ କରିଥିବା ଅପରାଧରେ ସଂକ୍ଳିଷ୍ଟ ବା ଭାଗିଦାରୀ ଥିବା ସନ୍ଦେହରେ ଗିରଫ କରାଯାଇଛି । ସେମାନଙ୍କ ଉପରେ ଏହି ଆରୋପ ଲାଗିଛି ଯେ ସେମାନେ ଷଡ଼ଯନ୍ତ୍ର ରଚିଲେ । ଏ ବିଷୟରେ ମୁଁ ପ୍ରଥମରୁ କହିସାରିଛି ଏହି କାର୍ଯ୍ୟରେ ମୋର କେହି ସହଯୋଗୀ ନାହାନ୍ତି । ସ୍ୱୟଂ ମୁଁ ଏବଂ କେବଳ ମୁଁ ହିଁ ଏହି କାର୍ଯ୍ୟ ପାଇଁ ଉତ୍ତରଦାୟୀ । ଯଦି ଅନ୍ୟ ବ୍ୟକ୍ତି ଏହି ଦୋଷ ସକାଶେ ଗିରଫ କରାଯାଇନଥାନ୍ତେ ମୁଁ ମୋ ନିଜ ରକ୍ଷା ପାଇଁ କିଛି ବି କରିନଥାନ୍ତି । ନ୍ୟାୟାଳୟ ଯେ ୩୦ ଜାନୁଆରୀ ୧୯୪୮ କୃତ ସମ୍ବନ୍ଧିତ ସାକ୍ଷୀଙ୍କ ପରିପରୀକ୍ଷା (Cross Examination) ନ ନିଅନ୍ତୁ । ଏପରି ମୋର ଇଚ୍ଛା ଅଛି ଏବଂ ମୋର ବିଧିବିଜ୍ଞ ବା ଆଇନ ବିଶାରଦଙ୍କୁ ମୋର ସମ ଅନୁରୋଧ । ଏହା ଦ୍ୱାରା ମୁଁ ନିଜର ରକ୍ଷା କରୁନି ଏହା ସ୍ପଷ୍ଟ ।

(୧୪୪) ମୁଁ ପୂର୍ବରୁ ହିଁ କହିସାରିଛି ଯେ ମୁଁ ୨୦ ଜାନୁଆରୀରେ ଶାନ୍ତିିମୟ ପ୍ରଦର୍ଶନ ପକ୍ଷରେ ନଥିଲି । ନିଜ ସିଦ୍ଧାନ୍ତର ପ୍ରସାର ପାଇଁ ଏହି ଉପାୟ ମୋତେ ବ୍ୟର୍ଥ ପ୍ରତୀତ ହେଉଥିଲା । ତଥାପି ମୁଁ ପ୍ରାର୍ଥନା ସଭାରେ ହେବାକୁ ଥିବା ସେ ପ୍ରଦର୍ଶନରେ ସମ୍ମଳିତ ହେବା ପାଇଁ ସ୍ୱୀକାର କରିନେଲି ଯଦିଓ ଏଥିରେ ସମ୍ମିଳିତ ହେବା ପାଇଁ ମୋ ଆନ୍ତରିକ ଇଛା ନଥିଲା । ଦୈବାତ୍ ମୁଁ ଏଥିରେ ସମ୍ମିଳିତ ହୋଇପାରିଲି ନାହିଁ ଏବଂ କୌଣସି କାରଣ ବଶତଃ ଯେବେ ଏହି ପ୍ରଯତ୍ନ ସଫଳ ହେଲା ନାହିଁ ମୁଁ ନିରାଶ ହେଲି । ଆପତେ ଏବଂ ଅନ୍ୟ ଲୋକେ ପୁନା, ବମ୍ବେ, ଗ୍ୱାଆଲିୟରର ସ୍ୱୟଂ ସେବକଙ୍କ ପାଇଁ ଯେଉଁ ପରିଶ୍ରମ କଲେ, ତାହାର କୌଣସି ଫଳ ହେଲା ନାହିଁ, ତେଣୁ ଗାନ୍ଧୀଜୀଙ୍କ ବଧ ଅତିରିକ୍ତ ମୋ ପାଖେ ଅନ୍ୟ ମାର୍ଗ ନଥିଲା ।

(୧୪୫) ମୁଁ ଏହି ବିଚାରରେ ବ୍ୟଥିତ ହୋଇ ଦିଲ୍ଲୀ ଶରଣାର୍ଥୀ ଶିବିରରେ ଘୁରୁଥିଲି ଯେବେ ମୁଁ ଏକ ଫଟୋଗ୍ରାଫରଙ୍କୁ ଦେଖିଲି ଯାହାର ଅଣ୍ଟାରେ କ୍ୟାମେରା ଝୁଲୁଥିଲା । ସେ ମୋତେ ଫଟୋ ଉଠାଇବା ପାଇଁ କହିଲା । ସେ ଶରଣାର୍ଥୀ ବୋଲି ଜଣାପଡ଼ୁଥିଲା । ମୁଁ ଫଟୋ ଉଠାଇଲି । ଯେବେ ଷ୍ଟେସନରେ ପହଞ୍ଚିଲି ମୁଁ ଆପତେକୁ ଦୁଇଟି ପତ୍ର ଲେଖିଲି । ସେଥିରେ ମୁଁ ନିଜର ମାନସିକ ଦଶାର ବର୍ଣ୍ଣନା କଲି ଏବଂ ନିଜର ସେଇ ଫଟୋ ବି ପଠାଇଦେଲି । ନାନାରାଓ ଆପତେଙ୍କ ସହିତ ମୋର ପ୍ରେସ କ୍ଷେତ୍ରରେ ଘନିଷ୍ଠ ସମ୍ପର୍କ ରହିଥିଲା, ତାଙ୍କ ସହ ଏବଂ ପତ୍ର ବିନିମୟ ଯୋଗାଯୋଗ ମଧ୍ୟ ଥିଲା । ତାଙ୍କ ବ୍ୟକ୍ତିଗତ ଠିକଣାରେ ମୁଁ ଏକ ପତ୍ର ତାଙ୍କୁ ପଠାଇଲି ଅନ୍ୟଟି ‘ହିନ୍ଦୁ ରାଷ୍ଟ୍ର’ କାର୍ଯ୍ୟାଳୟ ଠିକଣାରେ ପଠାଇଦେଲି ।

(୧୪୬) ଅନ୍ତରେ ମୁଁ ଏହା କହିବାକୁ ଚାହୁଁଛି ଯେ ଯେଉଁ ବକ୍ତବ୍ୟ ମୁଁ ଦେଲି ତାହା ସତ୍ୟ ଏବଂ ଶୁଦ୍ଧ ଅଟେ । ପ୍ରତ୍ୟେକ ବାକ୍ୟ ଏହି ସନ୍ଦର୍ଭ ଗ୍ରନ୍ଥ ଦେଖି ପ୍ରସ୍ତୁତ କରାଯାଇଛି । ମୁଁ ସରକାରୀ ସମାଚାର-ପତ୍ର, ‘ଇଣ୍ଡିଆନ ଇଅର ବୁକ୍’ , ‘କଂଗ୍ରେସର ଇତିହାସ’, ‘ଗାନ୍ଧୀଜୀଙ୍କ ଆତ୍ମକଥା’, ସମୟାନ୍ତରରେ ପ୍ରକାଶିତ କଂଗ୍ରେସର ବୁଲେଟିନ, ‘ୟଙ୍ଗ ଇଣ୍ଡିଆ’ ଏବଂ ‘ହରିଜନ’ର ଫାଇଲ ଏବଂ ଗାନ୍ଧୀଜୀଙ୍କ ପ୍ରାର୍ଥନା ସଭାର ଭାଷଣର ଏହି ବ୍ୟକ୍ତବ୍ୟ ପ୍ରସ୍ତୁତ କରିବା ପାଇଁ ସାହାଯ୍ୟ ନେଇଛି । ଏପରି ଦୀର୍ଘ କଥନ ଦେବାରେ ମୋର ଅଭିପ୍ରାୟ ନୁହେଁ ଯେ ଲୋକେ ମୋ କାମକୁ ଉଚିତ୍ ବୋଲି ବିଚାରନ୍ତୁ ବରଂ ଏଇଥି ପାଇଁ ଲୋକେ ମୋ ବିଚାର ବିଷୟରେ ଅବଗତ ହୁଅନ୍ତୁ ଏବଂ କାହା ମନରେ ମୋ ବିଷୟରେ ଭ୍ରାନ୍ତ ଧାରଣା ନ ରହୁ ।

(୧୪୭) ଭଗବାନ କରନ୍ତୁ ଆମ ଦେଶ ପୁଣି ଅଖଣ୍ଡ ହେଉ ଏବଂ ଜନତା ସେଇ ବିଚାରକୁ ତ୍ୟାଗ କରିଦିଅନ୍ତୁ ଯାହା ଅତ୍ୟାଚାରୀ ଆଗକୁ ମୁଣ୍ଡ ନୁଆଁଇବାର ପ୍ରେରଣା ଦିଏ । ଭଗବାନଙ୍କଠାରେ ମୋର ଏହା ଅନ୍ତିମ ପ୍ରାର୍ଥନା ଅଟେ ।

(୧୪୮) ମୋ ବୟାନ ଏବେ ସମାପ୍ତ ହେଲା । ଆପଣ ମୋ କଥା ଧ୍ୟାନ ପୂର୍ବକ ଶୁଣିଲେ, ସମସ୍ତ ସୁବିଧା ଉପଲବ୍ଧ କରାଇଲେ, ସେଥିପାଇଁ ମୁଁ କୃତଜ୍ଞ । ଏହି ଅଭିଯୋଗରେ ଯେଉଁମାନେ ମୋତେ କାନୁନ ସହାୟତା ଦେଲେ ଏବଂ ଯେଉଁ ପୁଲିସ ଅଫିସର ଏ ଅଭିଯୋଗରେ ସମ୍ବନ୍ଧିତ ତାଙ୍କ ପ୍ରତି ମୋ ମନରେ କୌଣସି ଦୁର୍ଭାବନା ନାହିଁ । ତାଙ୍କର ମୋ ପ୍ରତି ସଦ୍‌ବ୍ୟବହାର ପାଇଁ ମୁଁ ସେମାନଙ୍କ ପ୍ରତି କୃତଜ୍ଞ ଅଟେ । ଜେଲ ଅଧିକାରୀଙ୍କୁ ବି ଧନ୍ୟବାଦ, ସେମାନେ ମୋ ସହିତ ବହୁତ ଉତ୍ତମ ବ୍ୟବହାର କଲେ ।

(୧୪୯) ଏହା ସତ୍ୟ ଯେ ମୁଁ ତିନି-ଚାରି ଶହ ଲୋକଙ୍କ ଭିଡ଼ରେ ଗାନ୍ଧୀଜୀଙ୍କ ଉପରକୁ ଗୁଳି ଚଳାଇଲି । ମୁଁ ସେଠାରୁ ଖସି ପଳାଇବାକୁ କୌଣସି ଚେଷ୍ଟା କଲି ନାହିଁ । ବାସ୍ତବରେ ପଳାୟନ ବିଚାର ମୋ ମନରେ ନଥିଲା । ନିଜ ଉପରେ ଗୁଳି ଚଳାଇବାର ପ୍ରଯତ୍ନ ବି କଲି ନାହିଁ । ଆତ୍ମଘାତ କରିବା ମୋ ଭାବନା ବହିର୍ଭୂତ ଥିଲା । କାରଣ ମୁଁ ନିଜ ଚିନ୍ତାଧାରାକୁ ଖୋଲା ନ୍ୟାୟାଳୟରେ ପ୍ରଚାର କରିବାକୁ ଚାହୁଁଥିଲି ।

(୧୫୦) ମୁଁ ଯେଉଁ କୃତ କଲି ନୈତିକତା ଦୃଷ୍ଟିରୁ ବି ମୋ ଆତ୍ମା ଜମା ବିଚଳିତ ହେଲା ନାହିଁ । ମୋର କିଞ୍ଚିତ ବି ସନ୍ଦେହ ନାହିଁ ଯେ ଭବିଷ୍ୟତରେ, ସତ୍ୟ ଏବଂ ସଚ୍ଚୋଟତାର ସହ ଇତିହାସର ଏହି ଅଧ୍ୟାୟକୁ ଯଦି ଇତିହାସକାର ଲେଖିବେ ତାହେଲେ ମୋ କାର୍ଯ୍ୟ ଏବଂ ତାହାର ପରିଣାମର ସଠିକ୍ ମୂଲ୍ୟାଙ୍କନ ହେବ ।

ଅଖଣ୍ଡ ଭାରତ ଅମର ରହୁ

ବନ୍ଦେ ମାତରମ୍

ଦିଲ୍ଲୀ
ନାଥୁରାମ ବିନାୟକ ଗଡ଼ସେ
୮ ନଭେମ୍ବର, ୧୯୪୮

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top