ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ମୁଁ ଜହ୍ନ ପରି
ଜର୍ଜରିତ
କଇଁର ପ୍ରେମରେ
ସଜେଇ ହେଇ ଯିଏ
ଅପେକ୍ଷା କରେ
ସାରା ରାତି
ମୋ ପାଇଁ
ବିନା ଇସାରାରେ
ମୁଁ
ସେଇ ଦୂର ଜହ୍ନ ପରି
ବେଦନା ଦଗ୍ଧ
ନୀରବ ବିରହୀ
ଅବ୍ୟକ୍ତ
ଅନାବିଳ ପ୍ରେମସର୍ବସ୍ଵ
ମୋ ପ୍ରାସାଦରେ
କିନ୍ତୁ
ମୁଁ ନିସ୍ଵ
ନିରୂପାୟ
ମୁଁ ଜାଣେ
ଅସ୍ପଷ୍ଟ, ଅନିର୍ଦ୍ଦିଷ୍ଟ
ଭବିଷ୍ୟତକୁ
ରୂପ ଦେଇ ହେବ
ସ୍ଵପ୍ନ ଦେଖି ହେବ
କଇଁ ସହ
ରାତି ବିତେଇହେବ
ପଲକେ,
ସାମାନ୍ୟ ଇଙ୍ଗିତରେ
ପଥ ହୁଡ଼ି
ଅସମ୍ଭ୍ରମତାରେ
ପ୍ରେମ ପାଇଁ
ଆତ୍ମହୁତି
ଦେଇ ହେବ
ଓଲ୍ହେଇ ଆସିହେବ
ଆକାଶରୁ
ନିମିଷକରେ
ଆପଣାକୁ ପର କରି
ପରକୁ ଆପଣା
କରିହେବ
କଇଁଟିଏ ପାଇଁ
ରାତିଟିଏ ପାଇଁ
ଜୀବନଟେ ପାଇଁ

କିଶୋରୀ ମୋହନ କର
August 30, 2024 at 11:06 am
ସୁନ୍ଦର ରଚନା । ନମସ୍କାର
କିଶୋରୀ ମୋହନ କର
August 30, 2024 at 11:02 am
ସୁନ୍ଦର ଉପସ୍ଥାପନା । ନମସ୍କାର