–ପୂର୍ବରୁ –
ଧର୍ମନିରପେକ୍ଷତା ଶବ୍ଦ ଯାହା ଆମ ସମ୍ବିଧାନରେ ଅନ୍ତର୍ଭୁକ୍ତ ହୋଇଛି, ଏହି ଶବ୍ଦ ପଛରେ ଏକ ସୁଚିନ୍ତିତ ରଣନୀତି ଥିଲା । ଜାତୀୟତାବାଦୀ ଚିନ୍ତାଧାରାକୁ ଦମନ କରିବା ଏହି ରଣନୀତିର କେନ୍ଦ୍ରବିନ୍ଦୁ ଥିଲା । ରାଷ୍ଟ୍ରବାଦୀ ଶକ୍ତିକୁ ଦବାଇବା ହିନ୍ଦୁ ଆକାଂକ୍ଷାକୁ ଦମନ କରିବା । ଏହି ଶବ୍ଦ ଯେଉଁମାନେ ବହୁ ଇସ୍ଳାମବାଦୀ ଓ କମ୍ୟୁନିଷ୍ଟ ମାନଙ୍କ ପାଇଁ ଏକ ଶସ୍ତ୍ର ପରି କାମ କରିବା କରିବାକୁ ଲାଗିଲା । ଆପଣ ଦେଖିଥିବେ ଏହି ଦେଶର ମୁସଲମାନମାନେ ଏପରି ଦାବୀ ଉପସ୍ଥାପନ କରନ୍ତି, ଯେଉଁଗୁଡିକୁ ମୁସଲମାନ ଦେଶରେ ନିଜେ ମୁସଲମାନ ମାନେ ମଧ୍ୟ ଦାବୀ କରନ୍ତି ନାହିଁ ।
ଏହା ଏକ ସଂପୂର୍ଣ୍ଣ ଏବଂ ନଗ୍ନ ସତ୍ୟ ଯେ ଆପଣ ଲୋକମାନଙ୍କର ଏକ ପ୍ରତିକ୍ରିୟାଶୀଳ ଶ୍ରେଣୀ ସୃଷ୍ଟି କରନ୍ତି ଏବଂ ଆପଣ ସେମାନଙ୍କୁ ଏକ ସମୟ ଯୁଦ୍ଧରେ ଲଗାଇଦିଅନ୍ତି ଏବଂ ଆପଣ ତାଙ୍କୁ କୁହନ୍ତି ଯେ ଆମେ ଆପଣଙ୍କୁ ଚିରସ୍ଥାୟୀ କରିବାରେ ସାହାଯ୍ୟ କରିବୁ । ତା’ପରେ ଆପଣ ସେମାନଙ୍କ ପାଇଁ ଏକ ଶାସକ କ୍ଲରିକାଲ୍ ଶ୍ରେଣୀ ଅବା ଏକ ମୁଲ୍ଲା ଶ୍ରେଣୀ ସୃଷ୍ଟି କରନ୍ତି ଯାହାକୁ ଆପଣ ଖାଇବାକୁ ଦିଅନ୍ତି ଏବଂ ଯାହାର ଆପଣ ଉପକାର କରନ୍ତି ଏବଂ ତା’ପରେ ଆପଣ ଏହି ଲୋକମାନଙ୍କୁ ଶାସନ କରନ୍ତି ଓ ତା’ପରେ ଏକ ସମୟ ଆସେ ଯେତେବେଳେ ଏହି ଲୋକମାନେ ପୁନର୍ବାର ବିଦ୍ରୋହୀ ହୋଇଯାଆନ୍ତି ଏବଂ ଦେଶ ବାହାରେ ଅନ୍ୟ କାହାକୁ ସମର୍ଥନ କରିବା ଆରମ୍ଭ କରନ୍ତି ।
ତାପରେ ସେମାନେ ଆପଣଙ୍କର ଶତ୍ରୁ ହୁଅନ୍ତି । ଆପଣ ଲକ୍ଷ୍ନୋର ଛୋଟ କିମ୍ବା ବଡ ଇମାମ ବାଡା କୁ ଯାଆନ୍ତୁ ଏବଂ ଆପଣ କ’ଣ ଦେଖିବେ ? ଆପଣ ଦେଖିବେ କି ସେଠାରେ ଖୋମେଇନିଙ୍କର ବଡ ବଡ ଚିତ୍ର ଲାଗିଛି । କାହିଁକି ?? ଏହି ପ୍ରକାରର ଚିନ୍ତାଧାରା ମୋ ମତରେ ମୁସଲିମ ସମ୍ପ୍ରଦାୟକୁ ସବୁଠାରୁ ଅଧିକ କ୍ଷତି ପହଞ୍ଚାଇଛି । ସେମାନେ ସେହି ଲୋକମାନଙ୍କଠାରୁ ଅଲଗା ଅଛନ୍ତି ଏବଂ ସେହି ଦେଶ ଠାରୁ ଅଲଗା ଅଛନ୍ତି , ଯେଉଁଠାରେ ସେମାନେ ବାସ କରିବାକୁ ଯାଇଛନ୍ତି । ଏହା ସେମାନଙ୍କ ଭବିଷ୍ୟତ ଉପରେ , ପିଲାମାନଙ୍କର ସ୍ୱାସ୍ଥ୍ୟ, ବୈବାହିକ ଜୀବନ ଉପରେ ବିପର୍ଯ୍ୟୟକାରୀ ପ୍ରଭାବ ପକାଇଥାଏ, କାରଣ ଏହା ଯେ ସେମାନେ ସମୟ ସହିତ ବଦଳିଲେ ନାହିଁ ।
ଧିରେ ଧିରେ ସମୟ ବଦଳିଲା । ଇରାନ ବିପ୍ଳବ ପରେ, ଇରାନ ସିଆ ଏବଂ ସାଉଦି ଆରବ ସୁନ୍ନି ଇସଲାମର ପ୍ରଚାର ଆରମ୍ଭ କଲେ । ସବୁଥର ପରି ଆମର ସାହେବ ମାନେ ବହୁ ଇସଲାମ ବାଦୀ ମାନଙ୍କୁ ଅଣଦେଖା କରି ଚାଲିଥିଲେ । ପେଟ୍ରୋଲ ବିକ୍ରି କରି ଡଲାରରେ ଗାଧୋଉଥିବା ସାଉଦି ଆରବ, ଭାରତରୁ ଅନେକ ଶ୍ରମିକ ଆମଦାନୀ କରିଆସୁଥିଲା । ସେଠିକାର ଜାକଜମକ କୁ ୱାହାବୀ ଇସଲାମର ଅବଦାନ ବୋଲି ମାନିକରି ଏହି ଲୋକମାନେ ଯେତେବେଳେ ଏହି ପ୍ରବାସୀ, ଭାରତକୁ ଫେରନ୍ତି, ସେମାନେ, ସେହି ୱାହାବୀ ମାନସିକତା କୁ ସାଙ୍ଗରେ ଆଣନ୍ତି । ଚାରିପାଖରେ ମସଜିଦ ଓ ମଦ୍ରାସାର ସଂଖ୍ୟା ବଢିଚାଲିଲା ତା ସାଥିରେ ସଂଗଠିତ ଅପରାଧ ଓ ଡି -କମ୍ପାନୀ ର ଉଦୟ ହେଲା ।
୧୯୮୦ ଦଶକରେ ଭାରତ , ଆଇ ଏସ ଆଇ ,ସି ଏସ ଏ ଓ କେ ଜି ବୀ କାର୍ଯ୍ୟକଳାପର ଗଡ ହୋଇ ରହିଲା । ସାଧାରଣ ଭାରତୀୟଙ୍କ ଜୀବନ ଅନିଶ୍ଚିତ ଥିଲା । ଆତଙ୍କବାଦୀ ଆକ୍ରମଣ, ରାଜନୈତିକ ହତ୍ୟା ଓ ଭ୍ରଷ୍ଟହାକଜାର ସହିତ ସାଧାରଣ ଜନତା ସନ୍ଧି କରିନେଲେ । ଯେଉଁ ଶାସନ ପ୍ରଣାଳୀକୁ ଆଜି ଆମେ ଗାଳି ଦେଉଛୁ, ତାହା ଏହି ପରିବାରର ପୃଷ୍ଠପୋଷକତାରେ ବଢିଲା ।
ଯେତେବେଳେ ଧର୍ମନିରପେକ୍ଷତା ଉଈପରି ଭାରତର ଆତ୍ମବିଶ୍ୱାସକୁ ଖାଇଚାଲିଥିଲା, ସେତେବେଳେ ଅପର ପକ୍ଷରେ ଅର୍ଥବ୍ୟବସ୍ଥା ମଧ୍ୟ ବାପା ଓ ଝିଅଙ୍କ ସମାଜବାଦ କାରଣରୁ ମୁହଁ ମାଡି ତଳେ ପଡିଥିଲା । ଚୀନ୍,ଜାପାନ, ସିଙ୍ଗାପୁର ଭଳି ଦେଶ ମଧ୍ୟ ଭାରତ ସହିତ ସେମାନଙ୍କର ସ୍ୱାଧୀନତାର ଯାତ୍ରା ଆରମ୍ଭ କରିଥିଲେ କିନ୍ତୁ ଏହି ସମୟ ମଧ୍ୟରେ ସେମାନେ ବହୁତ ଅଗ୍ରଗତି କରିସାରିଥିଲେ । ଆଜି ଯେତେବେଳେ ଆମେ ରାସ୍ତା ଏବଂ ଲମ୍ବା ପ୍ଲାଷ୍ଟିକ୍ ଆଚ୍ଛାଦିତ ଘରଗୁଡିକ ର ଧାଡ଼ି ଦେଖି ଦେଖି ଘୃଣାରେ ସଂକୁଚିତ ହୋଇଥାଉ, ଏଥିପାଇଁ କିଏ ଦାୟୀ ବୋଲି ଆମେ ପଚାରିଥାଉ ?
ଏହା ଲଜ୍ଜାଜନକ ବିଷୟ ଯେ ଆମେ ଆମେରିକାରୁ ନୋଟ୍ ନେଇ ଦୁଗ୍ଧ ପାଉଡର ଆମଦାନି କରିଥିଲୁ, ଗୋପାଳଙ୍କ ଜନ୍ମଭୂମିରେ । ଏଭଳି ଏକ ଭୂମିରେ ଯେଉଁଠି ଶ୍ରୀକୃଷ୍ଣଙ୍କୁ ଗୋପାଳ , ଗାଈ ମାନଙ୍କର ରକ୍ଷାକର୍ତ୍ତା ଭାବରେ ପୂଜା କରିଥାଏ । ଫୋରେମୋଷ୍ଟ ଦୁଗ୍ଧ ପାଉଡର ପାଇଁ ଚୁକ୍ତି ଫୋର ଫାଉଣ୍ଡେଶନ ସହ ହୋଇଥିଲା ଯିଏକି ଏହି ଅର୍ଥ କୁ ଅନ୍ୟ ଏଜେନସି ମାନଙ୍କୁ ଦେଉଥିଲା, ଯେପରି କି ଚର୍ଚ ଓ ମିସନାରୀ । ଚର୍ଚ ଦୁଗ୍ଧ ପାଉଡରକୁ, ଛୋଟ ଛୋଟ ପିଲାମାନଙ୍କର ଧର୍ମାନ୍ତରୀକରଣ ପାଇଁ ଅସ୍ତ୍ର ଭଳି ବ୍ୟବହାର କରୁଥିଲେ । ଆପଣ ଅନ୍ୟ କିଛି ଉଦାହରଣ ମଧ୍ୟ ନିଅନ୍ତୁ , ଯେପରିକି କୃଷି । ହଁ , ଠିକ୍ ଅଛି, ଯେଉଁଠାରେ କିଛି ଅଭାବ ଏବଂ ଦୁର୍ଭିକ୍ଷ ଇତ୍ୟାଦି ଥିଲା , କିନ୍ତୁ ବ୍ରିଟିଶ ଅର୍ଥନୀତି ଯାହା ମୁଖ୍ୟତଃ କୃଷିରୁ ଆସୁଥିଲା, ଆପଣ କଣ ଏହା କହିବାକୁ ଚେଷ୍ଟା କରୁଛନ୍ତି କି ଆମକୁ କୃଷି କ୍ଷେତ୍ରରେ ୟୁରୋପୀୟ ଏବଂ ଆମେରିକୀୟମାନଙ୍କ ମାର୍ଗଦର୍ଶନ ଦରକାର ଥିଲା ?
ସେତେବେଳେ ଆଉ ଅବା କଣ ହୋଇଥା’ନ୍ତା ? କୀଟନାଶକ ଏବଂ ଉଚ୍ଚ ଅମଳକ୍ଷମ ବିହନ ଗୁଡିକର ଶକ୍ତିରେ ଭାରତରେ ସବୁଜ ବିପ୍ଳବ ସୃଷ୍ଟି ହୋଇଥିଲା ଏବଂ ପଞ୍ଜାବକୁ ଆଜି ପର୍ଯ୍ୟନ୍ତ ଏହାର ମୂଲ୍ୟ ଦେବାକୁ ପଡୁଛି ।
ଦୁଇଟି ଜିନିଷ ଭାରତକୁ ନଷ୍ଟ କରିଦେଲା, ଗୋଟିଏ ସମାଜବାଦ ଏବଂ ଆଉ ଗୋଟିଏ ଧର୍ମନିରପେକ୍ଷତା । ଆପଣଙ୍କୁ ଲାଇସେନ୍ସ ରାଜର ଅନୁମତି ଅନୁଯାୟୀ ବଞ୍ଚିବାକୁ ପଡେ । ମୁଁ ମୋର ପିଲାଦିନରେ ମୋ ମାଆଙ୍କ ପାଇଁ ଏକ ଛୁଞ୍ଚି କିଣିବାକୁ ଚାହୁଁଥିଲି ଏବଂ ସେହି ଛୁଞ୍ଚିଟି ୟାର୍ଡଲେ କମ୍ପାନୀର ଥିଲା ଯାହା ଇଂଲଣ୍ଡରେ ତିଆରି ହୋଇଥିଲା । ତେଣୁ ସମାଜବାଦର ନୀତି , ଯେ କୌଣସି ପ୍ରକାରର ଅତି ସରଳ ଟେକ୍ନୋଲୋଜି ଆମଦାନୀ କରିବାକୁ ହେଲେ ମଧ୍ୟ , ଆପଣଙ୍କୁ ଲାଇସେନ୍ସ ନେବାକୁ ପଡୁଥିଲା । ଯଦି ଆପଣ ସାମଗ୍ରୀ ଆମଦାନୀ କରନ୍ତି ତେବେ ଆପଣଙ୍କୁ ଲାଇସେନ୍ସ ନେବାକୁ ପଡୁଥିଲା କିମ୍ବା ଆପଣ ଆବଶ୍ୟକ କରୁଥିବା ସାମଗ୍ରୀକୁ ଯଦି ବିକ୍ରୟ କରିବାକୁ ଚାହୁଁଥିଲେ , ତେବେ ଆପଣଙ୍କୁ ଲାଇସେନ୍ସ ନେବାକୁ ପଡୁଥିଲା । ବର୍ତ୍ତମାନ ତାହା ହିଁ ଭାରତରେ ଦୁର୍ନୀତି ଆରମ୍ଭ କରିଥିଲା , କାରଣ ଲାଇସେନ୍ସ ପାଇବାକୁ ହେଲେ ଆପଣଙ୍କୁ ଅମଲାତନ୍ତ୍ରକୁ ଲାଞ୍ଚ ଦେବାକୁ ପଡୁଥିଲା । ଅମଲାତନ୍ତ୍ର କୁ ପରବର୍ତ୍ତୀ ସ୍ତରରେ ରାଜନେତାମାନଙ୍କୁ ଲାଞ୍ଚ ଦେବାକୁ ପଡୁଥିଲା କାରଣ ରାଜନେତାମାନେ ଓ ସରକାର ଏହା ଜାଣିଛନ୍ତି ଯେ ଟଙ୍କା ରୋଜଗାରର ଏହା ହେଉଛି ସର୍ବୋତ୍ତମ ଉପାୟ । ତେଣୁ ଏହି ଉପାୟରେ କଳା ଟଙ୍କା ବୃଦ୍ଧି ପାଇଲା ଏହା ରାଜନୈତିକ ଦୃଷ୍ଟିରୁ ସୁବିଧାଜନକ ଥିଲା ଏବଂ ଆଜି ପର୍ଯ୍ୟନ୍ତ ମଧ୍ୟ ସବୁ ସ୍ଥାନରେ କଳା ଟଙ୍କା ପ୍ରଚଳନ ରେ ଅଛି ଓ ରାଜନୀତି କଳାଧାନର ଭିତ୍ତି ଉପରେ ଠିଆ ହୋଇଛି ।
ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଏକ ପ୍ରଫେସର ଏହାକୁ ହିନ୍ଦୁ ଅଭିବୃଦ୍ଧି ହାର ବୋଲି କହିଲେ । ସମାଜବାଦୀ ଅଭିବୃଦ୍ଧି ହାର ନୁହେଁ , ନେହେରୁଙ୍କ ଅଭିବୃଦ୍ଧି ହାର ନୁହେଁ ବରଂ ହିନ୍ଦୁ ଅଭିବୃଦ୍ଧି ହାର ।
ନେହେରୁଙ୍କ ନୀତି ଗୁଡିକ ପ୍ରକୃତ ଭାରତ ଏବଂ ଭାରତୀୟ ପଣକୁ ବାହୁଲ୍ୟ କରି ଦେଇଥିଲା ଯେଉଁଥି ପାଇଁ ସ୍ୱାଧୀନତା ସଂଗ୍ରାମ କରାଯାଇଥିଲା । ନେହେରୁ ବିଶ୍ୱବିଦ୍ୟାଳୟ କ୍ୟାମ୍ବ୍ରିଜ ର ପ୍ରଫେସର ଆଇଶେଜ୍ ରେକଲ ଏହି ଅଭ୍ୟାସକୁ ଅଟୋ-ଓରିଏଣ୍ଟାଲିଜିମ୍ ବୋଲି କହିଛନ୍ତି।
ଯଦି କିଛି ଭୁଲ ହୋଇଯାଏ ତେବେ ଲୋକମାନେ କହିବେ ଏହା ସବୁ ପାଶ୍ଚାତ୍ୟରେ ଘଟୁଥିଲା । ଯଦି ବର୍ଷା ହେବ ଏବଂ ଲୋକମାନେ କହିବେ ଯେ ଏହା ବନ୍ୟା ରେ ପରିଣତ ହେବ; ଏହା ସର୍ବଦା ଏକ କପୋଳ କଳ୍ପିତ ତୁଳନା । ବିଦ୍ୟାଳୟକୁ ଯିବା ଦ୍ୱାରା ପିଲା ସଚେତନ ହୁଏ ଯେ ଏଗୁଡିକ ସମାଜର ମାନକ ଏବଂ ଏଠାରେ ଲୋକମାନଙ୍କର ଏକ ପ୍ରଭେଦ ଅଛି । ସେ ପିଲାଟି ଭାବେ ମୋର ପିତାମାତା ସମାଜର ମାନକ ର ଅଭାବରେ ପଡୁଛନ୍ତି । ଆପଣ ପାଶ୍ଚାତ୍ୟ ଆଖିରେ ନିଜକୁ ଦେଖିବାକୁ ଚେଷ୍ଟା କରନ୍ତି ମ ଯେବେ ଆପଣଙ୍କ ପାଖରେ କୌଣସି ପାଶ୍ଚାତ୍ୟଲୋକ ହିଁ ନାହାନ୍ତି । ତେବେ ମଧ୍ୟ ଆପଣ ଅନୁଭବ କରନ୍ତି ଯେ ଆପଣ ଅନେକ କିଛି ଉପାୟରେ ସେମାନଙ୍କ ଠାରୁ କମ ଅଟନ୍ତି ।
ନେହେରୁଙ୍କ ପଦାଙ୍କ ଅନୁସରଣ କରି ଇଂରାଜୀ ଭାଷାର ଯେପରି ଏକପ୍ରକାର ପୂଜା ଆରମ୍ଭ ହୋଇଗଲା । ଧନ ଏବଂ ଦାରିଦ୍ର୍ୟ ଅପେକ୍ଷା ଏକ ବଡ଼ ପରିଚୟ ଇଂରାଜୀ ହୋଇଥିଲା । ଯଦି ଆପଣଙ୍କୁ ଜୀବନରେ ସଫଳ ହେବାକୁ ଅଛି , ତେବେ ସାହେବ ହେବାର ଅଛି । ଏହି ଚିନ୍ତାଧାରା ଏକ ତରଙ୍ଗ ହୋଇ ସାହେବ ମାନଙ୍କ ମଧ୍ୟରେ ଏକ ଉଚ୍ଚମନ୍ୟତାର ଭାବ ହୋଇ ବସିଗଲା ଏବଂ ଏହା ସାଧାରଣ ଜନତାଙ୍କ ମଧ୍ୟରେ ହୀନମନ୍ୟତାର ଭାବ ସୃଷ୍ଟି କଲା । ବିଦ୍ୟାଳୟଗୁଡ଼ିକ ଆମକୁ ଅଧ୍ୟୟନ ଦେବା ଆରମ୍ଭ କଲେ କି ବ୍ରିଟିଶମାନେ ଆମକୁ ରେଳବାଇ ଦେଇଛନ୍ତି, ମୁଗଲ ଶାସକ ଆମକୁ ସ୍ଥାପତ୍ୟ ଦେଇଛନ୍ତି , ଗ୍ରୀକ ମାନେ ଆମକୁ କଳା ଦେଇଛନ୍ତି । ମଧ୍ୟବିତ୍ତ ଶ୍ରେଣୀୟ ପାଇଁ ଆଧୁନିକତା ଓ ଅଭିବୃଦ୍ଧିର ଅର୍ଥ ଆମ ସମାଜରେ ରେ ବିଦେଶୀମାନଙ୍କୁ ଅନୁକରଣ କରିବା ବୋଲି ବିବେଚନା କରାଗଲା । ପ୍ରଗତି ପାଇଁ ସଂସ୍କୃତିକୁ ଘୃଣା କରିବା ଆବଶ୍ୟକ ବୋଲି ଶିକ୍ଷା ଦିଆଗଲା । ଯେଉଁମାନେ ଗତକାଲି ଆମକୁ ଚାବୁକରେ ପିଟୁଥିଲେ, ଆଜି ଆମେ ସେମାନଙ୍କ ପରି ହେବାକୁ ଚାହୁଁଥିଲୁ ।
ଆଜି ବି ଜାପାନରେ ଶିଂଟୋ ଧର୍ମର ସଂସ୍କୃତି ଅତି ଉନ୍ନତ ରୋବୋଟିକ୍ସ ଏବଂ କାର ଉତ୍ପାଦନ ସହିତ ସମଭାବରେ ବୃଦ୍ଧି ପାଉଛି । କିନ୍ତୁ ନେହେରୁଙ୍କ ଆଧୁନିକ ଭାରତ ବହୁ ପୂର୍ବରୁ ଏ ନେଇ ବୁଝାମଣା କରିସାରିଥିଲା ।
-ତା’ପରେ –