କବିତା

ସେ ଦିନର ସେଇ ବର୍ଷା. . .

Debendra Dhinda's Odia Poem SE DINARA SEI BARSHAA

ନୀଳ ନୀଳ ସେଇ ନିରବତା ଆଖି
ସେ ଆଖିରେ କିଛି ଅକୁହା କଥା,
ବର୍ଷା ଛିଟା ସାଥେ ମିଶିଗଲା ପରେ
ଲାଗୁଥିଲା ସତେ ଭାରି ମିଠା ।।

ସେ ଦିନର ସେଇ ବର୍ଷା. . .
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ସେ ଦିନର ସେଇ ବର୍ଷା. . .
ଆଜି ବି ମୋର ମନେ ପଡ଼େ,
ତୁମ ଆଖିର ସେଇ ନିରବତା
ଆଜି ବି ଉଙ୍କି ମାରେ ।।

ନୀଳ ନୀଳ ସେଇ ନିରବତା ଆଖି
ସେ ଆଖିରେ କିଛି ଅକୁହା କଥା,
ବର୍ଷା ଛିଟା ସାଥେ ମିଶିଗଲା ପରେ
ଲାଗୁଥିଲା ସତେ ଭାରି ମିଠା ।।

ଗୋଧୂଳିର ସେଇ ମୃଦୁ ମଳୟରେ
ଲହରୀର ସେଇ ତାଣ୍ଡବ ନୃତ୍ୟରେ
ସାଗର ବେଳାରେ ତୁମେ. . .
ତୁମ ଓଠର ସେଇ ମାଦକତା
ସତେ ଯେପରି କହୁଥିଲା କିଛି ମୋତେ,
ହେଲେ ସେ ଅମାନିଆ ବର୍ଷା. . .
ଈର୍ଷାରେ ସତେ ଜଳୁଥିଲା ସିଏ
ଧୋଇ ନେଉଥିଲା ସବୁ ଭାଷା ।।

ସେ ଦିନର ସେଇ ବର୍ଷା ଭିଜା. . .
ତୁମ ହାଲ୍କା ଛୁଆଁର ସେ ଅଦେଖା ଛିଟା
ଆଜି ବି ମୋ ଚାରିପାଖେ ଚଳଚଞ୍ଚଳ
ସେଇ ବର୍ଷା ଭିଜା ସ୍ମୃତିର ସହର,
ଥରେ ପାଶେ ଆସି ଏ ଜୀବନ ମରୁରେ
ଝରି ଯାଅ ବର୍ଷା ହୋଇ
ସେ ମରୁ ଝରର ସ୍ମୃତିରେ ସତେ
ବଞ୍ଚିଯିବି ଚିରଦିନ ପାଇଁ ।।

ସେ ଦିନର ସେଇ ବର୍ଷା. . . !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top