ରୂପଯେ ତାହାର ମନହାରିଣୀ
ମନକୁ ଆମର ନିଏ ଯେ କିଣି ।
ପାହାଡ଼ରେ ବସି ଆକାଶ ଚାହେଁ
ଆସ ଆସ ବୋଲି ମେଘକୁ କହେ ।
କଳାମେଘ ଦେଖି ପାଦ ତା’ ନାଚେ
ଆକାଶଟା ତହିଁ ଗରଜି ଉଠେ ।
ତା ପଙ୍ଖରେ ରଙ୍ଗ କି ମନଲୋଭା
ଶ୍ରୀକୃଷ୍ଣଙ୍କ ମୁଣ୍ଡେ ପାଏ ସେ ଶୋଭା ।
ଦେହରେ ତାହାର ସବୁଜ ନେଳି
ଇନ୍ଦ୍ରଧନୁ ରଙ୍ଗ ହୋଇଛି ବୋଳି ।
କାର୍ତ୍ତିକଙ୍କ ସିଏ ଅଟେ ବାହନ,
ଶିବଙ୍କର ପୁଣି ବଢ଼ାଏ ମାନ ।
ଦନ୍ତରେ ରହିଛି ବିଷ ଯା ଯାହାର,
ତାକୁ ସେ କରୁଛି ନିତି ଆହାର ।
ପର ମନେ ସିଏ ଭରେ ଉଲ୍ଲାସ
ତା’ ଋତୁରେ ଚାଷୀ କରେନା ଚାଷ ।
ଛୋଟ ଜୀବ ବୋଲି କରନି ରନି ହେଳା
ବୋହି ନେବ ତମ ଜୀବନ ଭେଳା ।
କଳାମେଘ ଦେଖି ହୁଏ ସେ ଖୁସି,
ସୂରୁଜ ଦେଖିଲେ ଯାଏ ସେ ଋଷି ।
