ଶ୍ରୀ ମାଧବ ଚନ୍ଦ୍ର ଜେନା

ଶ୍ରୀ ମାଧବ ଚନ୍ଦ୍ର ଜେନା

ମାଧବ ଚନ୍ଦ୍ର ଜେନା ୧୦ ଜୁନ୍ ୧୯୮୦ ରେ ଓଡିଶାର ଜାଜପୁର ଜିଲ୍ଲାର ଈଷାଣପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ଜଣେ ବ୍ୟକ୍ତିତ୍ୱ ଯିଏ ଓମ୍ କୃଷ୍ଣ କଳା ଏବଂ ବିଜ୍ଞାନ ଅନୁସନ୍ଧାନ ଫାଉଣ୍ଡେସନ୍ ପ୍ରତିଷ୍ଠା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସେ ଓଡିଆ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ସାହିତ୍ୟ କୃତି ରଚନା କରି ପାଠକମାନଙ୍କ ଦ୍ୱରା ଆଦୃତ ହେଇଛନ୍ତି । ଏହି ବହୁମୁଖୀ ଲେଖକଙ୍କ ଉଲ୍ଲେଖନୀୟ ବହି ଗୁଡିକ ହେଉଛି “ଆଲୋକ”, “ବର୍ଷା ”, “ଖରାବେଳ ଓ ଫେରିବାଲା”, ଓଡିଆରେ ଏବଂ “ଗଡ଼ ଆଣ୍ଡ ଘୋଷ୍ଟ ”, “ବ୍ଲ।କ ଆଣ୍ଡ ଅଦର୍ଶ” ଏବଂ “ଲେଟ ମି ଗୋ ଟୁ ହେଲ ” ଇଂରାଜୀରେ ସମୟ ସମୟରେ ପ୍ରକାଶ ପାଇଛି । ତାଙ୍କ ଲେଖା ଭାଷାଭିତ୍ତିକ ସୀମା ଅତିକ୍ରମ କରି ଲଣ୍ଡନ ଗ୍ରିପ୍, ମ୍ୟୁଜ୍ ଇଣ୍ଡିଆ, ଇଣ୍ଡିଆନ୍ ରିଭ୍ୟୁ, ଚ୍ୟାଲେଞ୍ଜ, ଫେନୋମେନାଲ ଲିଟରେଚର , ଏବଂ ଦି ଭର୍ବାଲ୍ ଆର୍ଟ ଭଳି ସମ୍ମାନଜନକ ଇଂରାଜୀ ପତ୍ରିକାରେ ସ୍ଥାନ ପାଇଛି ଏବଂ ପ୍ରଜାତନ୍ତ ସାପ୍ତାହିକ, ଆଇନା, ସମାଜ ଭଳି ଓଡିଆ ପତ୍ର ପତ୍ରିକାରେ ସ୍ଥାନ ପାଇଛି । ଏହା ବ୍ୟତୀତ ଜେନାଙ୍କ ବିଜ୍ଞାନ ଅନୁସନ୍ଧାନ ଦ୍ୱାରା ସ୍ପ୍ରିଞ୍ଜର, ୱିଲି, ଏବଂ ଟେଲର ଫ୍ରାନ୍ସିସ୍ ଇତ୍ୟାଦି ବିଶ୍ୱ ଖ୍ୟାତିସମ୍ପନ୍ନ ପତ୍ରିକାରେ ତାଙ୍କର ଅନୁସନ୍ଧାନ ମୂଳକ ଲେଖା ପ୍ରକାଶ ପାଇଛି ।

Posts By ଶ୍ରୀ ମାଧବ ଚନ୍ଦ୍ର ଜେନା

To Top