କବିତା

ଏକ କବିର ମୃତ୍ୟୁ

Madhab Chandra Jena's odia poem Eka Kabira Mrutyu

ସେମିତି ମୃତ୍ୟୁ ଉପରେ କବିତା ଲେଖିବାକୁ ହେଲେ
ମରିବାକୁ ପଡ଼େ ।

ଏକ କବିର ମୃତ୍ୟୁ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

କବି ଗୋଟେ କବିତା ପାଇଁ
ଜଣା ନାହିଁ କଣ କଣ କରେ
ନିଆଁ ଉପରେ କବିତା ଲେଖିବାକୁ ହେଲେ
ନିଜେ ନିଆଁ ହେଇ ଜଳେ
ଏକା ବେଳେ କାହାକୁ ନା କାହାକୁ
ନିଜ ସାଥିରେ ଜାଳେ
କାରଣ ଜାଳିବା ବିନା ଜଳିବା ଅସମ୍ଭବ ।

ପ୍ରେମ ଉପରେ କବିତା ଲେଖିବାକୁ ହେଲେ
ପ୍ରେମ କରେ
ସେମିତି ମୃତ୍ୟୁ ଉପରେ କବିତା ଲେଖିବାକୁ ହେଲେ
ମରିବାକୁ ପଡ଼େ ।

କବିତା ଲେଖିବାକୁ କବି ଜଣା ନାହିଁ
କଣ କଣ କରେ
କେବେ ଫୁଲ ପରି ବାସେ
କେବେ ଓଠ ହେଇ ହସେ
କେବେ ଶ୍ରାବଣ ହେଇ ଝରେ
କେବେ ଫଗୁଣ ହେଇ ଝୁରେ
କେବେ ରାମ ହେଇ ମାରେ
ଆଉ ସାଥେ ସାଥେ ପୁଣି ରାବଣ ହେଇ ମରେ ।

କେବେ ପାପ କରେ କେବେ ପୁଣ୍ୟ କରେ
କେବେ ଧର୍ଷିତା ହୁଏ କେବେ ପୁଣି ଧର୍ଷଣ କରେ,
କବିତା ଗୋଟେ କବିକୁ ଭିନ୍ନ ଭିନ୍ନ କବିତାରେ
ପର୍ଯ୍ୟାୟକ୍ରମେ ଭିନ୍ନ ଭିନ୍ନ ଉପାୟରେ ମାରେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top