ଭିନ୍ନ ଭିନ୍ନ ରଙ୍ଗରେ
ଜଳୁଥାଏ ନିଆଁ
ତୁମକୁ ଜାଣିଥିବାର
ମିଛ ବାହାନାରେ ।
ଆଖି ବୁଝିଲେ
ମୁଁ ନିଜେ ଜଳୁଥାଏ
କିଛି ମନ୍ଦିରରେ,
କିଛି ମସଜିଦରେ
ଆଉ କିଛି ତମ ଖିଆଲରେ ।
ଆଖି ଖୋଲିଲେ ତମେ
ଆହୁରି ଅବୁଝା ହୁଅ
ଲାଗେ, ତମେ ହିଁ ନିଆଁ ?
ମୋ ରଙ୍ଗହୀନ ମୃତ୍ୟୁର
ରଙ୍ଗୀନ ଧୂଆଁ ?
ଆଖି ବୁଝିଲେ
ମୁଁ ନିଜେ ଜଳୁଥାଏ
କିଛି ମନ୍ଦିରରେ,
କିଛି ମସଜିଦରେ
ଆଉ କିଛି ତମ ଖିଆଲରେ ।
ଭିନ୍ନ ଭିନ୍ନ ରଙ୍ଗରେ
ଜଳୁଥାଏ ନିଆଁ
ତୁମକୁ ଜାଣିଥିବାର
ମିଛ ବାହାନାରେ ।
ଆଖି ବୁଝିଲେ
ମୁଁ ନିଜେ ଜଳୁଥାଏ
କିଛି ମନ୍ଦିରରେ,
କିଛି ମସଜିଦରେ
ଆଉ କିଛି ତମ ଖିଆଲରେ ।
ଆଖି ଖୋଲିଲେ ତମେ
ଆହୁରି ଅବୁଝା ହୁଅ
ଲାଗେ, ତମେ ହିଁ ନିଆଁ ?
ମୋ ରଙ୍ଗହୀନ ମୃତ୍ୟୁର
ରଙ୍ଗୀନ ଧୂଆଁ ?