କବିତା

ପ୍ରିୟାର ଚିଠି

Prasanta Kumar Nath's odia poem Priyara Chithi

କେମିତି ଦେଖିବି ବଧୂବେଶ ତାର
କେମିତି ଏମନ ସହିବ
ଯେତେ ବୁଝେଇଲେ ଅବୁଝା ମନକୁ
ମନଟାକି ସତେ ବୁଝିବ ।

ପ୍ରିୟାର ଚିଠି
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ମୋ ପ୍ରିୟାର ଚିଠିପାଇଛି ଆଜି ମୁଁ
ବାହଘର ତାର ଲେଖିଛି
ଭଙ୍ଗା ମନ ନେଇକେମିତି ଯିବି ମୁଁ
ସେହି କଥା ଖାଲି ଭାବୁଛି ।

କେମିତି ଦେଖିବିବଧୂବେଶ ତାର
କେମିତି ଏମନ ସହିବ
ଯେତେ ବୁଝେଇଲେଅବୁଝା ମନକୁ
ମନଟାକି ସତେ ବୁଝିବ ।

କି ଉପହାରଅବା ଦେବି ପ୍ରିୟାକୁ
ଦେଖିକି ତା କନିଆଁ ବେଶ
ଆଖିର ଲୁହକୁଓଠରେ ଚାପି ମୁଁ
କେମିତିଗୋ ହସିବି ହସ ।

ଚିଠିରେ ଦେଇଛିରାଣ ଯେ ତାହାର
ନିମନ୍ତ୍ରଣ କରି କହିଛି
ଶେଷଥର ସିଏଦେଖିବ ବୋଲିକି
ମନ ତାର ପରା ଚାହିଁଛି ।

କନିଆଁ ବେଶରେଦେଖିଦେଲେ ତାକୁ
ଆଖିରୁ ମୋ ଲୁହ ଝରିବ
ମଥାର ଚନ୍ଦନହାତର ମେହେନ୍ଦୀ
ମୋପାଇଁ ବଜର ପଡିବ ।

କେମିତି ଭାଙ୍ଗିବିରାଣ ମୁଁ ତାହାର
ସେକଥା ଆଜି ମୁଁ ଭାବୁଛି
ଶେଷ ଦେଖା ପାଇଁରାଣ ଖାଇ ସିଏ
ଅନୁରୋଧ ପରା କରିଛି ।

ଆଖିର ଲୁହକୁଓଠରେ ପିଇ ମୁଁ
ଯିବି ବୋଲି ମାନେ ଭାବିଛି
ସିଏ ସିନା ହେବଆଉ କାହାର ଯେ
ମୁ ଯେ ତାକୁ ଭଲ ପାଉଛି ।

2 Comments

2 Comments

  1. Pingback: Odia Poem Priyara Chithi by Prasanta Kumar Nath | Oriya Magazine ameodia.com

  2. Subhasmita

    July 20, 2016 at 5:34 pm

    dukha o jantrana bhara daradi hrudayara bhasa, sundar kabita

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top