ମୋ ପ୍ରିୟାର ଚିଠିପାଇଛି ଆଜି ମୁଁ
ବାହଘର ତାର ଲେଖିଛି
ଭଙ୍ଗା ମନ ନେଇକେମିତି ଯିବି ମୁଁ
ସେହି କଥା ଖାଲି ଭାବୁଛି ।
କେମିତି ଦେଖିବିବଧୂବେଶ ତାର
କେମିତି ଏମନ ସହିବ
ଯେତେ ବୁଝେଇଲେଅବୁଝା ମନକୁ
ମନଟାକି ସତେ ବୁଝିବ ।
କି ଉପହାରଅବା ଦେବି ପ୍ରିୟାକୁ
ଦେଖିକି ତା କନିଆଁ ବେଶ
ଆଖିର ଲୁହକୁଓଠରେ ଚାପି ମୁଁ
କେମିତିଗୋ ହସିବି ହସ ।
ଚିଠିରେ ଦେଇଛିରାଣ ଯେ ତାହାର
ନିମନ୍ତ୍ରଣ କରି କହିଛି
ଶେଷଥର ସିଏଦେଖିବ ବୋଲିକି
ମନ ତାର ପରା ଚାହିଁଛି ।
କନିଆଁ ବେଶରେଦେଖିଦେଲେ ତାକୁ
ଆଖିରୁ ମୋ ଲୁହ ଝରିବ
ମଥାର ଚନ୍ଦନହାତର ମେହେନ୍ଦୀ
ମୋପାଇଁ ବଜର ପଡିବ ।
କେମିତି ଭାଙ୍ଗିବିରାଣ ମୁଁ ତାହାର
ସେକଥା ଆଜି ମୁଁ ଭାବୁଛି
ଶେଷ ଦେଖା ପାଇଁରାଣ ଖାଇ ସିଏ
ଅନୁରୋଧ ପରା କରିଛି ।
ଆଖିର ଲୁହକୁଓଠରେ ପିଇ ମୁଁ
ଯିବି ବୋଲି ମାନେ ଭାବିଛି
ସିଏ ସିନା ହେବଆଉ କାହାର ଯେ
ମୁ ଯେ ତାକୁ ଭଲ ପାଉଛି ।