କବିତା

ହଜିଗଲା !!

Soubhagya Samal's odia poem Hajigalaa

ସପନା ଆଜି ଯାଉଛି ଫେରି
ଏ ନୁହେଁ ତା ଗାଁ
କୁଆଡେ ଗଲା ରାତି ପାହିଲା
ସପନା ଥିଲା ତାହା ।।

ହଜିଗଲା !!
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ସପନା ଆଜି ସପନ ଭାରି
ଆସିଛି ଗାଁ ଫେରି
କୁନା ବୋଉଲୋ ଏଇ ମୋ ଗାଁ
ସରାଗ ଧାମ ପୂରୀ ।।

ଯେଉଁଥି ଥିଲା ମୋ ପିଲା ଦିନ
ମୋ ଷଠିଘର ନିଆଁ
ମୋ ଗାଁ ଦାଣ୍ଡ ପଡ଼ିଆ ନାଳ
କି ସୁନ୍ଦର ଆହା ।।

ଚିନୁ,ମନୁ ମୋ ଗାଁ ର ସାଥି
ପାଠରେ ଲଢୁ ଆମେ
ନଦେଖି ଦିନେ ରହି ପାରୁନା
ମନ ଲାଗେନି କାମେ ।।

କଖାରୁ , ଲାଉ ମଞ୍ଜାରେ ମାଡ଼େ
ବାଡ଼ିରେ ଶାଗ, ଭେଣ୍ଡି
ମୁଗ ଡାଲି କୁ ବାଡ଼ି କଦଳୀ
ଖେଚୁଡ଼ି ମାଟି ହାଣ୍ଡି ।।

ଢ଼ିଙ୍କି ଶାଳରେ ଚାଉଳ ଚୁନା
ରାତି ଅଧରୁ ଭିଡ଼
କି ସୁଆଦ ଆରିସା ପିଠା
ମଣ୍ଡା , ଏଣ୍ଡୁରୀ , ପୋଡ଼ ।।

ଚାଳ ପାଣିର କାଗଜ ଡଙ୍ଗା
ପାଣି ଫଟକା ବାହା
ନଦୀ ବାଡ଼ିର ଏକତା ବାନ୍ଧି
ବିପଦେ ହେଉ ଠିଆ ।।

ସପନା ଆଜି ଯାଉଛି ଫେରି
ଏ ନୁହେଁ ତା ଗାଁ
କୁଆଡେ ଗଲା ରାତି ପାହିଲା
ସପନା ଥିଲା ତାହା ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top