କବିତା

ନୀରବ ବାର୍ତ୍ତାଳାପ

Suchismita Behera's odia poem Neerab Barttaalaapa

ପ୍ରଭୁ ତୁମେ ପାହାଚର ପ୍ରଥମ ସୋପାନ
ପ୍ରଭୁ ତୁମେ ପଥିକର ସର୍ବୋଚ୍ଚ ସିଂହାସନ
ପ୍ରଭୁ ତୁମେ ପ୍ରଭାତର ସୁନେଲୀ କିରଣ
ପୁଣି ତୁମେ ସନ୍ଧ୍ୟାର ସାନିଧ୍ୟ ସମର୍ପଣ ।

ନୀରବ ବାର୍ତ୍ତାଳାପ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ପ୍ରଭୁ ତୁମେ ପାହାଚର ପ୍ରଥମ ସୋପାନ
ପ୍ରଭୁ ତୁମେ ପଥିକର ସର୍ବୋଚ୍ଚ ସିଂହାସନ
ପ୍ରଭୁ ତୁମେ ପ୍ରଭାତର ସୁନେଲୀ କିରଣ
ପୁଣି ତୁମେ ସନ୍ଧ୍ୟାର ସାନିଧ୍ୟ ସମର୍ପଣ ।

ପ୍ରଭୁ ତୁମେ ହାତ ଧରି ନେଇଗଲ କେତେ ବାଟ
ଆଉ କିଛି ବାଟ ପାଇଁ ଦେଇଦିଅ ସାହାସ
ଲୋଡା ନାହିଁ ମୋର କେବେ ସଂସାରର ପ୍ରେମ
ଲୋଡା ଅଛି ତ’ କେବଳ ତୁମ ସମର୍ଥନ |

ପାର୍ଥନା ମୋ ପୂଜା ପାଉ, ଏହା ହିଁ ମୋ ସୌଭାଗ୍ୟ
ମଥାରେ ମୋ, ତୁମ ହାତ ଥାଉ, ଏତିକି ମୋ ଐଶ୍ଵର୍ଯ୍ୟ
ପାଦ ପଦ୍ମେ ତୁମ, ସମର୍ପିତ ଏ ଜୀବନ
ମୋ ପାଇଁ ତୁମ ଆଶୀର୍ବାଦ ସବୁବେଳେ ପ୍ରଥମ ।।

ଛୋଟ ହୁଦୟରେ ମୋର କାହିଁ କେତେ ସପନ
ଉଙ୍କିମାରୁଥାଏ ମନେ, ପୁଣି ଏକାଧିକ ପ୍ରଶ୍ନ
ଏଇ କିଛି ଧାଡି ମୋର କହୁଛି କେତେ କଥା
ତୁମ ବିମୁଗ୍ଧ ଚାହାଣୀରେ ହଜିଯାଏ ସବୁ ବ୍ୟଥା ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top