କବିତା

ଆଉ କି ଲେଖିବି ନାଁ?

Soubhagya Samal's odia poem Aau Ki Lekhibi Naa

ଭଲ ଲାଗୁଥିଲି ଯଦି ମୁଁ ତମକୁ
କହିଲନି ମନ ଖୋଲି ,

ଆଉ କି ଲେଖିବି ନାଁ?
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ମନ କଥା ମୋର ମନରେ ଯେ ଥାଉ
କିଛି କଥା ଥାଉ ମାନେ,
ସବୁକଥା ଯଦି ଖୋଲି କହିଦେବି
ପ୍ରେମର ଆଉ କି ମାନେ ।।

କହିପାରିଲିନି ତମକୁ ସେଦିନ
କହିବାର ଯାହା ଥିଲା ,
ଆଉ କିବା ଲାଭ ଭାବିଲେ ସେ କଥା
ହବା କଥା ଯାହା ହେଲା ।।

ଫଗୁଣ ଯେ ରଙ୍ଗ ନେଇ ଆସିଥାଏ
ହେଲେ ରଙ୍ଗ ଲାଗେ ଥରେ ,
ଛାଡେ ନାହିଁ କେବେ ଜୀବନେ ସେ ରଙ୍ଗ
ଶ୍ରବଣ କି ଧୋଇ ପରେ ।।

ଭଲ ଲାଗୁଥିଲି ଯଦି ମୁଁ ତମକୁ
କହିଲନି ମନ ଖୋଲି ,
ତୁମ ମନକଥା ବୁଝିଲା ବେଳକୁ
ସମୟଟା ଗଲା ଚାଲି ।।

ମଝି ନଈରେ ମୁଁ ନାଉରି ସାଜିଛି
ଏପଟରେ ମୋ ଗାଁ ,
ସେପଟେ ସହର ତମ ଇଲାକାରେ
ଆଉ କି ଲେଖିବି ନାଁ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top