ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ତମ ମନ
ଗୋଟେ ନିର୍ଜନ ଦ୍ୱୀପର ଇଲାକା
ଲୁହ ସବୁ ସେଠି ମୁକ୍ତା ପରି ଦିଶେ
ଦୋହଲୁଥାଏ, ଲହଡି ଶେଯରେ
ଚିକ୍ ମିକ୍ ଆଲୁଅରେ ଚମକୁ ଥାଏ
ତମ ଚାରିଆଡ଼
ଶହେ ବର୍ଷ ତପସ୍ୟା ପରେ
ତମ ହସ ଟିକେ ଶୁଭେ
ଈର୍ଷା ଆଉ ଅଭିମାନ
ଏଠି ସେଠି
ଶିଉଳିର ଲତା ପରି ମାଡ଼ିଥାଏ
ତା ଦେହରେ ଛନ୍ଦି ହେଲେ
ଶର ଆସି ହୃଦୟରେ ବାଜେ
ତମ ହସ ଶୁଭେ
ପରଜାପତିର ହସ
ଫୁଲର ଫୁଲକୁ
ଆଶା ବାଣ୍ଟି ଆହତଙ୍କୁ
ତମ ମନ
ଉଡ଼ି ବୁଲୁଥାଏ

Subrat
November 25, 2023 at 9:37 am
Excellent