ଇଚ୍ଛା ହୁଏ ଫୁଟିବାକୁ ତୁମର
ସେ ଲିପଷ୍ଟିକ୍ ଲଗା ମଧୁର ଅଧରେ,
କେଜାଣି କି ଅତୀତର ଅଦିନ ବସନ୍ତ
ତାଗିଦା କରି ବୁଣିଦିଏ ମନେ
ଆଶଙ୍କାର ମଞ୍ଜି
ଧୁସ୍ କରି ଧକ୍କା ଖାଇ ଝଡ଼ିପଡେ
ମୋର ପ୍ରେମର ଉନ୍ମତ୍ତ ପତ୍ରରାଜି ।
ରବି ତାର ରଶ୍ମିର ଗବାକ୍ଷ ବୁଜନ୍ତେ
ଧିରେ କରି ପାଦ କାଢ଼େ ନିଶା
ଅଙ୍ଗରେ ପିନ୍ଧି କୃଷ୍ଣଶାଢ଼ୀ
ମଥାରେ ଲଗାଇ ଚନ୍ଦ୍ରମାର ବିନ୍ଦି,
କୂଅ ପାଖେ ଏକଲାରେ ବସି କୁହେ
ସୁଲୁ ସୁଲିଆ ମଧୁର ବାଣୀରେ
ଅତୀତର ପ୍ରେମ କାହାଣୀ ।
ଗ୍ୟାଲେରୀର ଫଟୋ ଦେଖି ଭାବିଲେ
ମଜିଯାଏ ଅନ୍ତର ମୋ ଗପସପରେ,
ଅସରନ୍ତି ଭାବନାକୁ ଛିନ୍ନ କରି
ପ୍ରକୃତିର ସନ୍ତାନ ଓ ଯନ୍ତ୍ରର ସମ୍ବନ୍ଧୀୟ
ପାଟି କରି ଡାକି ଦେଖାଏ ବାସ୍ତବ ରାଇଜ ।
