କବିତା

ତୁମେ ଥିଲ ପ୍ରିୟା ମୋର..

Pritam Tripathy's odia poem Kabita Tume Thila Priya Mora

ଖୋଜିବନି ମୋ ବାହୁର ଉଷ୍ମ ଆଲିଙ୍ଗନ କି…
ଖୋଜିବନି ମୋ ଅଙ୍ଗୁଳିର କୁହୁକ ସ୍ପର୍ଶ !!!

ଯଦି କେବେ ଦେଖା ହୁଏ ଭିଡ଼ରେ, ମୋଡ଼ରେ
ହାଟ କି ବଜାରେ
ଖୋଜିବନି ମୋ ଓଠେ ପୂର୍ବବତ୍ ମିଠା ହସ…
ଖୋଜିବନି ମୋ ଆଖିରେ ସେଇ ଢଳ ଢଳ ପ୍ରେମ…
ଖୋଜିବନି ମୋ ବାହୁର ଉଷ୍ମ ଆଲିଙ୍ଗନ କି…
ଖୋଜିବନି ମୋ ଅଙ୍ଗୁଳିର କୁହୁକ ସ୍ପର୍ଶ !!!

ଦୁନିଆ ଆଗରେ ଆମେ ପୁଣି ଅଚିହ୍ନା ହେଇ ଯିବା
ଦୁହେଁ ମିଶି ଦୁହିଁଙ୍କର ଠିକଣା ଖୋଜିବା
ଲୋକ ତତେ ମୋ ନାଁରେ ଆଉ ମତେ ତୋ ନାଁରେ ଚିହ୍ନୁଥିବେ
କିନ୍ତୁ…
ଆମେ ଦୁହେଁ ଦୁହିଁଙ୍କ ପାଇଁ ଅଜଣା ହୋଇଯିବା ।

ଧିରେ ଧିରେ ତତେ ଦେଖିବା ବି ସ୍ବପ୍ନ ହେଇଯିବ ।।

ତୋର ଯେତେ ସ୍ମୃତି ମୋତେ ଜାଳିବ ପୋଡ଼ିବ…
ମୋ ଏ ହଳେ ଆଖି ତତେ ହିଁ ଖୋଜିବ
ଏ ହୃଦୟଟା ଖାଲି ଯାହା ଦରଜ ସହିବ ।।

ହୋମ ନିଆଁ ସାକ୍ଷୀ ଥିବ, ତୁ ବେଦୀରେ ବସିବୁ
ଆଉ କାହା ହାତୁ ସିନ୍ଦୂର ମଥାରେ ନାଇବୁ
ତୁ ସୁହାଗିନି ହବୁ ମୁଁ ବେସାହାରା ହେବି
ତୋ ସବାରି ଉଠିଲେ ମୁ ମଶାଣିକୁ ଯିବି ।।

ତୋ ମଧୁ ରାତି ମଧୁ ଶଯ୍ୟା ତୋ ପାଇଁ ସାଜିବ
ମୋ ଶରୀର ପୋଡ଼ି ଏଠି ପାଉଁଶ ହୋଇବ।।

ଆଖିରୁ ଲୋତକ ହୃଦୟୁ ରୁଧିର ଝରୁଥିବ ଧାର ଧାର ।।

ଖୋଲିବନି ତୁଣ୍ଡ କାହାରି ଆଗରେ ତୁମେ ଥିଲ ପ୍ରିୟା ମୋର ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top