କବିତା

ଅସ୍ଥିର ଉପତ୍ୟକା

Jayashree Swain's odia poem Asthira Upatyaka

ହଁ ତୁମେ ତୁମ
କର୍ତ୍ତବ୍ୟ କରୁଛ
ସତରେ କ’ଣ ଏତେ ବ୍ୟସ୍ତ
ମୋ କଥା ଭୁଲି ଯାଉଛ।

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ସୁନ୍ଦର ତୁମ ଗର୍ଭରେ
କେତେ କଣ ଭରିଛି
ତଥାପି କାଇଁ ଏତେ
ଅସ୍ଥିର ହେଉଛ ।

ସମୟର ସହିତ
ଆଗକୁ ବଢୁଛ
ସମୟ ପଛରେ ହେଲେ
ତୁମେ ଆଗରେ ରହୁଛ ।

ହଁ ତୁମେ ତୁମ
କର୍ତ୍ତବ୍ୟ କରୁଛ
ସତରେ କ’ଣ ଏତେ ବ୍ୟସ୍ତ
ମୋ କଥା ଭୁଲି ଯାଉଛ ।

ଅତୀତ ଅଫେରା
ବର୍ତ୍ତମାନ ସାଖି
ସବୁବେଳେ ଶିକ୍ଷା ଦେଉଛ
ଅତୀତକୁ ଭୁଲି ବର୍ତ୍ତମାନ ସାଥେ
ହସି ହସି ବହି ଯାଉଛି ।

ରୂପ ଲାବଣ୍ୟକୁ ଏମିତି କରୁଛ
ଏତେ ରଙ୍ଗ ତୁମେ ଭରିଛ
କାହିଁ ତୁମେ ଏତେ ସୁନ୍ଦର ହୋଇକି
ମୋ ମନକୁ ଯେ ମୋହି ନେଉଛ

ତୁମ ସେ ମନରେ ମିଛ ମାୟା ନାହିଁ
କେମିତି ଯେ ଆକର୍ଷି ନଉଛ
ସୁନ୍ଦର ପ୍ରଭାତେ ସୂରୂଜ କିରଣେ
ଆହାଃ କି ସୁନ୍ଦର ଦିଶୁଛ ।

ନଉକା ଉପରେ
ବସିକି ଧୀବର
କେତେ ସେ ମୀନକୁ ଧରୁଛି
ସେ ମୀନ ଧରିବା ଦୃଶ୍ୟଟିକୁ ଦେଖି
ଆକର୍ଷିତ ମୁଁ ହେଉଛି ।

ଅସ୍ଥିରତା ସହ କର୍ମରେ ତତ୍ ପର
କାହିଁକି ଉଚ୍ଛନ୍ନ ହୁଏ ।
ତୁମ ରୂପକାନ୍ତି ଦେଖି ମୋ ନୟନ
କେତେ ଲାଜମନ୍ୟ ହୁଏ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top