କବିତା

ଶିଉଳି

Barun Kumar Das's odia poem Shiuli

ଉନ୍ମୁକ୍ତ ସୁରଭି
ଆକର୍ଷିତ କରୁଥାଏ
ନିଜ ଭଙ୍ଗୀରେ
ପୂର୍ବପରି ଟାଣି ହୋଇଯାଏ
ଆପଣା ପଣେ
ଆପ୍ଲୁତ ମନ ।

ସୁଗନ୍ଧିତ ସ୍ପର୍ଶ
କବଜା କରେ
ତମାମ ଶରୀର
ମୁକୁଳି ପାରି ବାର
ସବୁ ସୁଯୋଗ
ପରିଚିତ ଢ଼ଙ୍ଗରେ ହିଁ
ବନ୍ଦ ହୋଇ ଯାଏ
ଥରକୁ ଥର ।

ଉନ୍ମୁକ୍ତ ସୁରଭି
ଆକର୍ଷିତ କରୁଥାଏ
ନିଜ ଭଙ୍ଗୀରେ
ପୂର୍ବପରି ଟାଣି ହୋଇଯାଏ
ଆପଣା ପଣେ
ଆପ୍ଲୁତ ମନ ।

ଭାବନା ଭିତରେ
ଚଳଚଞ୍ଚଳ
ଅଗଣିତ ଚିତ୍ର କଳ୍ପ
ପଞ୍ଚଇନ୍ଦ୍ରିୟ ଯାକ
ତମ ଆଗମନର ପ୍ରତିବିମ୍ବ,
ଶବ୍ଦର ଆଧାରରେ ତମକୁ
ଧରିବାର ପାରୁପଣ
ନାଗ ଚମ୍ପାରଙ୍ଗୀ ଫର୍ଦ୍ଦେ
କାଗଜ ଉପରେ
କଡ଼ ଲେଉଟାଏ
ତମେ ଆସି
ଆଲିଙ୍ଗନ କଲା ପରେ
ନିଦଠି ସର୍ମପିତ
ହୋଇସାରିଥାଏ
ପୁଣି ଏକ ବାସ୍ନାୟିତ ରାତି
ଠିକ୍ ଗତକାଲି ପରି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top