କବିତା

ଆସୁଛି ଦୀପାବଳୀ

Sagaria Abhiram's odia poem Aasuchhi Deepabali

ଆଜି ଆସିଛି ଦୀପାବଳୀ, ଆଲୋକର ମହୋତ୍ସବ,
ଅନ୍ଧକାରକୁ ଧ୍ଵଂସ କରି, ଆଶା ଓ ବିଜୟର ଉତ୍ସବ ।

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଆଜି ଆସିଛି ଦୀପାବଳୀ, ଆଲୋକର ମହୋତ୍ସବ,
ଅନ୍ଧକାରକୁ ଧ୍ଵଂସ କରି, ଆଶା ଓ ବିଜୟର ଉତ୍ସବ ।

ଘରେ ଘରେ ଦୀପ ଜଳେ, ହସି ଉଠେ ପ୍ରତି ମୁହଁ,
ହସ ଖୁସି ଶାନ୍ତି ମୈତ୍ରୀ, ଯୁଆଡେ ବି ଚାହଁ,
ପ୍ରେମର ଜ୍ୟୋତି ଦିଶେ, ବିଶ୍ଵାସର ଦିପରୁ,
ଆଶାର ଆଲୋକ ଦିଶେ, ଆଶା ହରା ମନରୁ,

ଆଜି ଆସିଛି ଦୀପାବଳୀ, ଆଲୋକର ମହୋତ୍ସବ,
ଅନ୍ଧକାରକୁ ଧ୍ଵଂସ କରି, ଆଶା ଓ ବିଜୟର ଉତ୍ସବ ।

ଗଡି ଚାଲୁ ଜଗତରେ ସତ୍ୟ ନ୍ୟାୟର ରଥ,
ହାରୀଯାଉ ଅନ୍ଧକାର, ଖୋଲିଯାଉ ଆଲୋକର ସତ୍ୟପଥ,
ଆହ୍ୱାନ ଦେଲାଣି ଦୀପ ଶିଖା ଉଠ ଉଠ ନ କରି ମଠ,
ଅଧର୍ମ ଅନିତି କୁ ଗ୍ରାସ କର, କରି ଧର୍ମର ମନ୍ତ୍ର ପାଠ,

ଆଜି ଆସିଛି ଦୀପାବଳୀ, ଆଲୋକର ମହୋତ୍ସବ,
ଅନ୍ଧକାରକୁ ଧ୍ଵଂସ କରି, ଆଶା ଓ ବିଜୟର ଉତ୍ସବ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top