ତୃତୀୟ ଦୃଶ୍ୟ….
– ପୂର୍ବରୁ –
(ରାମ୍ ହାରିଯାଇନି… ସେ କେବଳ ପରିସ୍ଥିତି ସହିତ ଯୁଦ୍ଧ କରୁଛି…
ମା’ର ଦୁଇ ପଦ କଥା ଆଜି ରାମ୍ ମନରେ ଅସୀମ ଶକ୍ତି ଭରିଦେଇଛି….
ସେ ଏବେ ନୂଆ ଆଶା ନେଇ ପୁଣିଥରେ ପ୍ରଥମରୁ ଆରମ୍ଭ କରିଛି।)
ରାମ୍: (ମନରେ ଭାରି ଭୟ। ଆଜି ଯେମିତି ଜୀବନର ଗୋଟିଏ ବଡ଼ ପରୀକ୍ଷା ଦେବାକୁ ଯାଉଛି।)
ମନର ଅନ୍ତର୍ଦ୍ଧ୍ୱନି:
“ତୁ କରିପାରିବୁ ରାମ୍…
ନିଜ ପ୍ରତି ଭରସା ରଖ, ତୁ ନିଶ୍ଚୟ ସଫଳ ହେବୁ।”
(ସକାଳ ୧୦ଟା। Ram BJB Autonomous College ରେ interview ପାଇଁ ପହଞ୍ଚିଥିଲା …କେବିନ୍ ବାହାରେ ଶାନ୍ତ ଭାବେ ବସି ଅପେକ୍ଷା କରୁଥାଏ…
କିଛି ସମୟ ପରେ ପଛ ଆଡ଼ୁ ହଠାତ୍ ଶବ୍ଦ ଆସିଲା…)
ସାର୍: “Mr. Ram, please come to the office.”
ରାମ୍: “Yes Sir.”
(ରାମ୍ ଧୀରେ ଧୀରେ କେବିନ୍ ଭିତରକୁ ପ୍ରବେଶ କଲା।)
ରାମ୍: “Good Morning respected Sir and Ma’am.”
ମାମ୍: “Please introduce yourself.”
ରାମ୍: “Myself Ram. I have completed my Graduation, Post-Graduation and B.Ed. I have also qualified NET.”
(ତା’ପରେ ସାର୍ ଓ ମାମ୍ କିଛି ପ୍ରଶ୍ନ ପଚାରିଲେ।
କିଛି ପ୍ରଶ୍ନର ଉତ୍ତର ରାମ୍ ଭଲ ଭାବେ ଦେଲା,
କିନ୍ତୁ କିଛି ପ୍ରଶ୍ନର ଉତ୍ତର ସେ ଦେଇପାରିଲା ନାହିଁ।)
(Interview ଶେଷ ହେଲା। ରାମ୍ ଶାନ୍ତ ଭାବେ ଘରକୁ ଫେରିଲା।)
ରାମ୍: “ପୁଣିଥରେ ମୁଁ ହାରିଗଲି…”
(କିନ୍ତୁ କିଛି ସମୟ ପରେ ରାମ୍ ନିଜ ସହ ବହୁତ ଯୁକ୍ତି କଲା
ସେ ଭାବିଲା—ହାରିଯିବା ମାନେ ଶେଷ ନୁହେଁ।)
ପୁଣିଥରେ ନୂଆ ସାହସ ସହିତ ..
ବାରମ୍ବାର Interview ଓ Entrance Exam ଦେଇ ଚାଲିଲା।
ଅନେକ ସଂଘର୍ଷ ଓ ପରିଶ୍ରମ ପରେ
ରାମ୍ ଶେଷରେ SSB ଓ PGT crack କଲା ଜଣେ lecture ଭାବେ ନିଯୁକ୍ତ ପାଇଲା….
ହଠାତ୍ ଆଜି କାହିଁ ରାମ୍ ଇଚ୍ଛା ହେଉଥାଏ …..
ମୁଁ ଜୋର୍ ଜୋର୍ ରେ କହି ପାରନ୍ତି କି ଆଜି ମୁଁ ଜିତିଗଲି…
(ମା ‘ ଙ୍କୁ call ଲଗେଇଛି ରାମ୍)
ରାମ୍:- ମା’ ଆଜି ତୋ ପୁଅ ଜିତିଯାଇଛି ଜୀବନ ଯୁଦ୍ଧରେ …..
( ପୁଣି ଟିକେ ନୀରବ ଯେମିତି କ’ଣ ଗୋଟେ ତା ମନ୍ ଟାକୁ ଅସ୍ଥିର କରିଦେଉଛି )
( ହଠାତ୍)ମା:- ରାମ୍ କଣ ହେଲା ଚୁପ୍ ହେଇଗଲୁ
ମୁଁ ଆଉ ତୋ ବାପା ଆଜି ବହୁତ ଖୁସି ରାମ୍ ତୁ ଏମିତି ଆଗେଇ ଚାଲେ ଆଗକୁ ଆଗକୁ ….
(ସେ ଦିନ ରାମ୍ ବୁଝିଲା—
ଜୀବନରେ ହାର ନୁହେଁ,
ହାର ପରେ ଉଠିବାକୁ ହୁଏ ପୁଣି ଲଢ଼ିବାକୁ ହୁଏ…..)
ଆଗକୁ ନାଟକର ମୋଡ଼ କିଛି ଭିନ୍ନ
ବସନ୍ତରେ ଶ୍ରାବଣୀ ନା ଆଉ କିଛି …..
– ତା’ପରେ –
