କବିତା

ଏଇ ତ’ ଜୀବନ

Debendra Dhinda's Odia Poem EAI TA JEEBANA

ମୋ ଜୀବନ ଚଲାବାଟେ ଯାଇଛି ମୁଁ ଆଜି ହାରି
ହାରିଲି ମୁଁ ଦୁଃଖ ନାହିଁ
ଦୁଃଖ ଖାଲି ତୁମ ପାଇଁ
ନିଜର ଭାବି ବିଶ୍ୱାସ କରିଥିଲି ମୁଁ ତୁମକୁ
ମିଛ କହି ଠକି ଦେଲ ଏଇ ମୋର ଆତ୍ମାକୁ ! !

ଏଇ ତ' ଜୀବନ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଜୀବନଟା ଗୋଟେ ଏଠି ସମୁଦ୍ରର ବେଳାଭୂମି
କିଏ ଆସେ କିଏ ଯାଏ
କିଏ ପୁଣି ରହିଯାଏ ମିଛ ଆଶା ଦେଇ ! !

ଜୀବନଟା ଗୋଟେ ଏଠି ପଶାଖେଳଟିଏ
ଖେଳୁ ଖେଳୁ ଜଣେ ଜିତେ ଜଣେ ଯାଏ ହାରି ! !

ମୋ ଜୀବନ ଚଲାବାଟେ ଯାଇଛି ମୁଁ ଆଜି ହାରି
ହାରିଲି ମୁଁ ଦୁଃଖ ନାହିଁ
ଦୁଃଖ ଖାଲି ତୁମ ପାଇଁ
ନିଜର ଭାବି ବିଶ୍ୱାସ କରିଥିଲି ମୁଁ ତୁମକୁ
ମିଛ କହି ଠକି ଦେଲ ଏଇ ମୋର ଆତ୍ମାକୁ ! !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top