କବିତା

ବସ୍ତି

Rajanigandha Swain's Odia Poem BASTI

ଶିଶିର ଭିଜା ଶୀତ କଟିଯାଏ
ମଳି କୁଟୁ କୁଟୁ ବିଛଣାରେ,
ହଜିଯାଏ ସ୍ୱପ୍ନ
କାଳରାତ୍ରିର କୁହାଟରେ ।

ବସ୍ତି
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଏଠି ସ୍ୱପ୍ନ ହଜେ
ନୂଆଁଣିଆ ଚାଳ ଘରେ,
ସରସର କାଦୁଅ ଲଟପଟ ରାସ୍ତାରେ,
ଲଙ୍ଗଳା ଛୁଆର ନୁଖୁରା କେଶ
ଉଡୁଥାଏ ପବନର ସୁଅରେ
ବଢ଼ିଲା ଝିଅର ଯୌବନ
ସ୍ପଷ୍ଟବାରି ହୋଇଯାଏ
ସାତସିଆଁ ଶାଢ଼ୀ ଖଣ୍ଡଟିରେ,
ପେଟର ଭୋକ ମରେନି
ବୟସର ଚିହ୍ନ
ସହଜରେ ଲିଭେନି
ଶସ୍ତା ସ୍ନୋ ପାଉଡ଼ରରେ ।

କେହି ନା କେହି
ଖୁଣ୍ଟି ଖାଏ ଭାତ
ଅଇଁଠା ପତ୍ରରୁ
ଦିନର ଏଇ ସତେଜ ଆଲୋକରେ ।

ଶିଶିର ଭିଜା ଶୀତ କଟିଯାଏ
ମଳି କୁଟୁ କୁଟୁ ବିଛଣାରେ,
ହଜିଯାଏ ସ୍ୱପ୍ନ
କାଳରାତ୍ରିର କୁହାଟରେ ।

ଝରକା ପାଖରୁ ଶୁଭେ
କାହାର ଖୁଁ ଖୁଁ
ଦାଉ ସାଧେ ରୋଗ
ଶୋଇ ଯାଇଥାଏ ହେଂସରେ,
ଷାଠିଏ ବର୍ଷର ବୁଢ଼ା
ରାତି ନ ପାହୁଣୁ
ନିଘୋଡ଼ ନିଦରେ ସବୁଦିନ ପାଇଁ
ଜୀବନଟା ଏମିତି
ନାରଖାର ହନ୍ତସନ୍ତ
କୁହେଳିକାମୟ ।

ସକାଳ ହୁଏ ପୁଣି ସଞ୍ଜ
ମଳୟ ଆସେ ପୁଣି ବସନ୍ତ
ହେଲେ ଫରକ ପଡ଼େନି,
ସବୁ ଚାଲେ ଆଗ ଭଳି ।

1 Comment

1 Comment

  1. Dukhishyam rana

    April 29, 2016 at 9:42 pm

    ବହୁତ ଭଲ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top