ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ତମେ ମୋର ଅତିପ୍ରିୟ
ଯେମିତିକା ଜୀବନ ଓ ମୃତ୍ୟୁ
ମୋ ଉପାସନାର
ଈଶ୍ୱରେଟେ ତୁମେ
ମୋ ବ୍ରତର ଗୀତା ଭାଗବତ
ତମେଇ ତ ପ୍ରିୟବ୍ରତ
ପ୍ରିୟଠାରୁ ପ୍ରିୟତମ ମୋର
ସୁନାରଙ୍ଗୀ ସକାଳର
ମିଠାମିଠା ଖରା ପରି
ଉଲ୍ଲସିତ ମୁହଁ ତୁମ
ସରଳ କୋମଳ,
ନିଆରା ସେନେହ ତୁମ
ପ୍ରଥମ ବର୍ଷାର
ଭିଜାଭିଜା ମାଟିଗନ୍ଧ ପରି
ଭଲ ପାଇବାର ହୃଦୟଟି
ଖୁବ୍ ଶାନ୍ତ
ରଙ୍ଗମୟ ପୃଥିବୀର
ଷଡ଼ଋତୁ ପରି
ମୁକ୍ତାପରି ଚିକ୍ ମିକ୍
ଆକାଶର ଛାତି ପରି
ମୋ ଭଲ ପାଇବା ପରି
ଠିକ୍ ମୋର ଭଲ ପାଇବା ପରି ।
