ଶୀତ ଆସେ ରାଜରାସ୍ତା ବ୍ୟସ୍ତ ବିପଣିରେ
କିଛି କ୍ଲାନ୍ତ ଫେଣ୍ଟି ଦେଇ ଚାଇନିଜ୍ ରେସ୍ତୋଁରାର ନିଭୃତ କକ୍ଷରେ
ଶୀତ ଆସେ ଝୁଣ୍ଟି ପଡୁଥିବା ଦୁଃଖକୁ ଗୋଟେଇ
ଝୁମ୍ପୁଡ଼ିର ଖୋଲା ଝରକାରେ
କାଠ ଚୁଲି ଆଲୁଅରେ ତେଲ ଲୁଣ ସଂସାରକୁ ପରଖି ନେବାରେ
ସାତସିଆଁ ସ୍ୱପ୍ନ ଆଉ ସୁରଭିକୁ ଏକାଠି ମିଶେଇ
ଶୀତ ଆସେ ରିଫୁଇଜ୍ ରମଣୀର ଖୋଲା ପିଠି ସିକ୍ତ କବରୀରେ
ଇପ୍ସିତ ମୁହୂର୍ତ୍ତମାନଙ୍କୁ ଚୁରମାର୍ କରି
ଲେଉଟାଣି ପକ୍ଷୀଙ୍କ କାକଳୀ ହଜିଗଲାପରେ
ଚା’ ଭୋଜି ସନ୍ଧ୍ୟାର ଆସର ନାଲି ନେଳି ଆଲୁଅରେ
ସ୍ମୃତି ଆଉ ସ୍ୱୀକୃତିର ସାମିଆନା ତଳେ
ପାନପତ୍ର ଫଳକରେ ଲୋହିତ ମୁଦ୍ରାରେ
ଶୀତ ଆସେ ଅରଣ୍ୟର କ୍ଷୁଧା ନେଇ ମୁଠା ମୁଠା ଆଦିମ ତୃଷ୍ଣାରେ
କୁହୁଡ଼ିର କାରୁକାର୍ଯ୍ୟ ହସନ୍ତ ଜ୍ୟୋସ୍ନାରେ
ଶୀତ ଆସେ ଅଜଣା ଅତିଥି ପରି ଅନାହୂତି ଅସୂର୍ଯ୍ୟ ସହରେ
ଶୀତ ହୁଏ ଆନମନା କିଛି ପ୍ରାପ୍ତି ଶୂନ୍ୟତାକୁ ଖୋଜି
ରହସ୍ୟର କୁହେଳି କାବ୍ୟରେ
ରାତ୍ରୀର ବୟସ ବଢ଼େ ଚକ୍ରବାକୀ ଏକା ଏକା ଝୁରେ
ଅନ୍ଧଗଳି ଉପାନ୍ତରେ ଆଉ କିଛି ଦୃଶ୍ୟ ହଜେ
ଅଧା ଲେଖା ଶୀତ ଡାଏରାରେ ।
ସହରରେ ଶୀତ
ଲେଖିଛନ୍ତି
ପାନପତ୍ର ଫଳକରେ ଲୋହିତ ମୁଦ୍ରାରେ
ଶୀତ ଆସେ ଅରଣ୍ୟର କ୍ଷୁଧା ନେଇ ମୁଠା ମୁଠା ଆଦିମ ତୃଷ୍ଣାରେ
କୁହୁଡ଼ିର କାରୁକାର୍ଯ୍ୟ ହସନ୍ତ ଜ୍ୟୋସ୍ନାରେ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
