କବିତା

ଆସିବାକୁ ଦିଅ ଥରେ ଏ ଧରାକୁ ମୋତେ

Debendra Dhinda's odia poem Aasibaaku Dia Thare E Dharaaku Mote

ଯେଉଁ କନ୍ୟାର ହାତ ରନ୍ଧା ସ୍ଵାଦରେ ଭରେ ନୀତି ତୁମ ପେଟ
ଆଜି ମୁଁଇ କନ୍ୟା ଭୃଣ ଟିଏ ବୋଲି
ମାରିବାକୁ ଯାଏ କେମିତି ତୁମ ହାତ ???

ଆସିବାକୁ ଦିଅ ଥରେ ଏ ଧରାକୁ ମୋତେ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ମାର ନାହିଁ ମାର ନାହିଁ ମାର ନାହିଁ ମୋତେ
କଥା ଦେଲି ଉଜ୍ଜ୍ୱଳ କରିବି ମୁଁ ତୁମ ନାମ ଏଇ ଜଗତେ
ଆସିବାକୁ ଦିଅ ଥରେ ଏ ଧରାକୁ ମୋତେ ।। (୧)

ଯେଉଁ କନ୍ୟାର ହାତ ରନ୍ଧା ସ୍ଵାଦରେ ଭରେ ନୀତି ତୁମ ପେଟ
ଆଜି ମୁଁଇ କନ୍ୟା ଭୃଣ ଟିଏ ବୋଲି
ମାରିବାକୁ ଯାଏ କେମିତି ତୁମ ହାତ ??? ।। (୨)

କନ୍ୟା ଭୃଣ ଟିଏ ବୋଲି କରୁଛ ତମେ ମୋତେ କିଆଁ ଘୃଣା
ସେଇ କନ୍ୟା ଜାତି ସାଥେ ନିତି ମେଣ୍ଟାଉଛ ତୁମ ତୃଷ୍ଣା ।।( ୩)

ଥରେ ଖାଲି, ଥରେ ଖାଲି ମୋତେ
ପାଦ ରଖିବାକୁ ଦିଅ ଏ ଜଗତେ,

ଦିଅ ଥରେ ସୁଯୋଗ ମୋତେ
ଭିଜିବାକୁ ବର୍ଷାର ଛିଟାରେ ,
ଚାଖିବାକୁ ମାଟିର ସ୍ୱାଦ ,
ଉପଭୋଗ କରିବାକୁ ଶୀତଳ ପବନର ମହକ ,
ଆଉ ଡାକିବାକୁ ତୁମକୁ ବାପା ମା ,
ଖେଳିବାକୁ ଲୁଚକାଳି ଜହ୍ନ ସାଥେ ।। ( ୪)

ମାର ନାହିଁ ମାର ନାହିଁ ମାର ନାହିଁ ମୋତେ
ଆସିବାକୁ ଦିଅ ଥରେ ଏ ଧରାକୁ ମୋତେ . . .

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top