କବିତା

ତମେ ଯେବେ ପାଖେ ନଥାଅ

Binay Mohapatra's odia poem Tame Jebe Pakhe Na Thaa

ତମେ ଗଲା ପରେ
ମିଠା ମିଠା ବାସ୍ନା ଚାଲିଯାଏ
ଥମି ଯାଏ କୋଇଲିର ସୁର
ଅତି ଆପଣାର ବୋଲି
ବାରମ୍ବାର ସୁଚଉ ଥିବା
ତୁମର ସେ ଗେହ୍ଲା ଗେହ୍ଲା ହସ ।।

ତମେ ଯେବେ ପାଖେ ନଥାଅ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ତମରି ଅବର୍ତ୍ତମାନରେ
ତମର ସେ ରୁଣୁ ଝୁଣୁ
କର କଙ୍କଣର ସୁର ମନେ ପଡେ
ମନେ ପଡେ ତୁମର ସେ
ଢଳ ଢଳ ଦୁଇ ଆଖି
ଆଉ ସବୁଠାରୁ ବେଶି ମନେ ପଡେ
ତମର ସେ ତାଗିଦ୍‌ର ସୁର ।।

ତମେ ଗଲା ପରେ
ମିଠା ମିଠା ବାସ୍ନା ଚାଲିଯାଏ
ଥମି ଯାଏ କୋଇଲିର ସୁର
ଅତି ଆପଣାର ବୋଲି
ବାରମ୍ବାର ସୁଚଉ ଥିବା
ତୁମର ସେ ଗେହ୍ଲା ଗେହ୍ଲା ହସ ।।

ତୁମ ପରି ତୁମ ସ୍ମୃତି
ବହୁତ ମଧୁର
କୁତୁ କୁତୁ କଲା ପରି
ଦେଇ ଯାଏ କୋମଳ ପରଶ
କେବେ ପୁଣି ଦେଇଯାଏ ବିରହର
ମିଠା ମିଠା ଦରଦ ।

ଖଟା ମିଠା ଟଫି ପରି
କେତେ ରସ ଭରିଯାଅ ଏ ମନେ
ଭରି ଯାଏ ହସ ଟିକେ ମୋ ଓଠରେ
କେତେ ବେଳେ ଲୁହ ଟୋପେ
ଝରି ଆସେ ନୟନେ ।

ଜହ୍ନ ପରି ତୁମେ ମୋ ଆକାଶେ
ମୋ ସ୍ମୃତିରେ ଲୁଚକାଳି ଖେଳ,
ଜୋଛନାର ରୋଷଣୀ ଖେଳାଇ ଯାଅ
କେବେ ପୁଣି ଉଆଁସୀ ଅନ୍ଧାର ।

ଚାନ୍ଦ ମୋର ଲୋଡା ନାହିଁ
ନା ଲୋଡା ଜୋଛନା ରୋଷଣୀ
ମୋ ପ୍ରିୟା ମୋ ବାହୁ ବନ୍ଧନେ ଲୋଡା
ତୁମେ ମୋର ହୃଦୟର ରାଣୀ ।।

2 Comments

2 Comments

  1. ଶ୍ରୀ ବିନୟ ମହାପାତ୍ର

    ବିନୟ ମହାପାତ୍ର

    September 18, 2016 at 7:58 pm

    Thank you for your sweet comment. କବିତାଟି ଆପଣଙ୍କୁ ଭଲ ଲାଗିଲା ଜାଣି ଖୁସି ଲାଗିଲା। ଧନ୍ୟବାଦ ।

  2. Subrat garanayak

    September 15, 2016 at 8:40 pm

    So Innocent

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top