ଗଳ୍ପ

ହସ ଲୁଚିଗଲା ଆଖି ଲୁହରେ

Prasanta Kumar Nath's odia story Hasa Luchigala Akhi Luhare

ଦୁହେଁ ଦୁହିଁକୁ ଏତେ ଭଲ ପାଉଥିଲେଯେ କେହି କାହାରକୁ ଛାଡି ରହି ପାରୁନଥିଲେ । ବବିତାକୁ ପାଇଲା ପରେ ପପୁର ହସ ଦ୍ୱିଗୁଣିତ ହୋଇଗଲା ।

ହସ ଲୁଚିଗଲା ଆଖି ଲୁହରେ

ପପୁ ସବୁବେଳେ ହସ ହସ ମୁହଁ କେତେବେଳେ ତାକୁ କେହି ଦେଖି ନାହାନ୍ତି କେବେ ସିଏ ମନ ଦୁଃଖ କରିବାର । ତାକୁ ଯିଏ ଯାହା ପଚାରିଲେ ବି ସ୍ମିତ ହସଟିଏ ହସି ଦେଇ ତାର ଉତର ଦେଇଥାଏ । ତାର ଏହି ହସ ଦେଖି ତାକୁ ସମସ୍ତେ ଭଲ ପାଆନ୍ତି । ତାକୁ କିଏ ଗାଳି କଲେବି ସିଏ ହସିଦିଏ ଏମିତିକି ଯଦି ତାକୁ କିଏ ମାଡ ମାରେ ତଥାପି ସିଏ ହସି ଦେଇଥାଏ । କେତେବେଳେ କାନ୍ଦିବାର କେହି ଦେଖି ନାହାନ୍ତି ତାକୁ କିନ୍ତୁ ଆଜି କଣ ପାଇଁ ତାର ଆଖିରେ ଲୁହ ।

ତାର ହସ ହସ ମୁହଁ ଦେଖି ସବୁ ଝିଅ ନିଜର ପ୍ରେମ ଜାଲରେ ଫସେଇବାକୁ ଚେଷ୍ଟା କରନ୍ତି । ଏମିତିକି ବହୁତ ଝିଅ ତା ସହିତ ଥଟାମଜ୍ଜା କରନ୍ତି ଆଉ ଅନେକ ମଧ୍ୟ ଜିଦି ମରାମରି ହୁଅନ୍ତି ତା ମନରେ ଦୁଃଖ ଭରିଦେବାକୁ କିନ୍ତୁ କେହିବି ଏଥିରେ ସଫଳ ହୋଇ ପାରନ୍ତିନି ।

ପପୁ ମଧ୍ୟ ଭଲ ପାଠ ପଢୁଥିଲା । ଆଉ ସମସ୍ତଙ୍କ ହୃଦୟ ରାଜ୍ୟରେ ରାଜୁତି କରୁଥିଲା । କିନ୍ତୁ ସିଏ ନିଜେ ଜାଣି ପାରିଲା ନାହି କେତେବେଳେ କେମିତି ସିଏ ବବିତାର ପ୍ରେମରେ ପଡିଗଲା ।

ପପୁ ପିଲାଟି ବେଳରୁ କବିତା ଲେଖୁଥିଲା ଆଉ ଅନେକ ପତ୍ରପତ୍ରିକା ଖବର କାଗଜ ଗୁଡିକରେ ତାର ଲେଖା ପ୍ରକାଶ ପାଉଥିଲା । ସେଦିନ ମକର ସଂକ୍ରାନ୍ତି ଉପଲକ୍ଷେ ହେଉଥିଲା ଏକ କବି ସମ୍ମିଳନି । ଯେଉଁଠାରେ ତାର ଦେଖା ହୋଇଥିଲା ବବିତା ସହ । ବବିତା ଥିଲା ଏକ କବ୍ୟୟତ୍ରୀ ଆଉ ସେହି କବି ସମ୍ମିଳନୀରେ ବବିତା ଏକ କବିତା ଆବୃତି କରିଥିଲା ଯାହାର ଶୀର୍ଷକ ଥିଲା “ମୋ ସ୍ୱପ୍ନର ରାଜକୁମାର” । କବିତାଟି ସେମିତି ଦମଦାର ଥିଲା । ଆଉ ପପୁ ସେଦିନ ତାର କବିତା “ମୋ ମନ ମଇନା” ପାଠ କରିଥିଲା । ଯାହାକୁ ପାଠକ ମାନେ ବହୁତ ପ୍ରଶଂସା କରିଥିଲେ ଆଉ ଏହି କବିତା ପାଇଁ ମଧ୍ୟ ସିଏ ଶ୍ରେଷ୍ଠ ଯୁବ କବିର ପୁରସ୍କାର ପାଇଥିଲା । ଅନ୍ୟମାନଙ୍କ ପରି ବବିତା ମଧ୍ୟ ସେଦିନ ପପୁକୁ ଜଣାଇ ଥିଲା ସ୍ୱାଗତ । ପପୁ କହିଥିଲା ଆପଣଙ୍କ କବିତା ମଧ୍ୟ ବହୁତ ସୁନ୍ଦର ଥିଲା । ଦୁଇ ଚାରି ପଦ କଥା ପରେ ଦୁହେଁ ଫୋନ୍ ନମ୍ବର ଦିଆନିଆ କରିଥିଲେ । ଆଉ ତାପରେ ଫୋନ୍‌ରେ କଥାବାର୍ତା ହେଉଥିଲେ । ଆଉ ଦୁହେଁ ସାଥି ହୋଇ ଯାଉଥିଲେ ବିଭିନ୍ନ କବି ସମ୍ମିଳନିକୁ । ତା ପରେ ଦୁହିଁଙ୍କ ମଧ୍ୟରେ ଗଢି ଉଠିଥିଲା ବନ୍ଧୁତା । ଆଉ କେତେବେଳେ ସେହି ବନ୍ଧୁତା ପ୍ରେମରେ ପରିବର୍ତ୍ତନ ହୋଇଗଲା ଦୁହେଁ ଜାଣିପାରିଲେ ନାହିଁ । ଦୁହେଁ ଦୁହିଁକୁ ଏତେ ଭଲ ପାଉଥିଲେଯେ କେହି କାହାରକୁ ଛାଡି ରହି ପାରୁନଥିଲେ । ବବିତାକୁ ପାଇଲା ପରେ ପପୁର ହସ ଦ୍ୱିଗୁଣିତ ହୋଇଗଲା ।

ଏମିତି ହସଖୁସିରେ ସେମାନଙ୍କ ପ୍ରେମ ସମ୍ପର୍କ ଗଢି ଚାଲିଥିବା ବେଳେ ହଠାତ୍ ସେମାନଙ୍କ ଜୀବନକୁ ଏକ ଅଦିନିଆ ଝଡ ମାଡି ଆସିଲା । ହଠାତ୍ ପପୁର ଏକ ଦୁର୍ଘଟଣାରେ ପପୁର ଏକ ଗୋଡ ଭାଙ୍ଗିଗଲା । ଆଉ ତାକୁ ଠିକ୍ ହେବାକୁ କିଛି ଦିନ ସମୟ ଲାଗିଲା । ଆଉ ସେହି ସମୟ ଭିତରେ ସେମାନେ ଠିକ୍‌ରେ  କଥାବାର୍ତ୍ତା  ହୋଇ ପାରୁନଥିଲେ । ପପୁର ଗୋଡ ଠିକ୍ ହେଲା ପରେ ପପୁ ଫୋନ୍ କରିଥିଲା ବବିତାକୁ । ଆଉ ବବିତାର ଭାଈ ଫୋନ୍ ରିସିଭ୍ କରି କହିଲା ବବିତାର ବାହାଘର ହୋଇ ସାରିଛି । ଦୟାକରି ଆପଣ ଆଉ କେବେ ଫୋନ୍ କରିବେ ନାହିଁ ।

କେହି ଜାଣିନଥିଲେ ପପୁ ଆଉ ବବିତାର ପ୍ରେମ ସମ୍ପର୍କ ବିଷୟରେ ତେଣୁ କେହି ଜାଣି ପାରିଲେ ନାହିଁ ପପୁର ଦୁଃଖର କାରଣ । ସବୁବେଳେ ହସୁଥିବା ପପୁ ମନରେ ଆଜି କଣ ପାଇଁ ଭରି ଯାଇଛି ଏତେ ଉଦାସ । କଣ ପାଇଁ ପପୁର ଆଖିରେ ଆଜି ଭରି ଯାଇଛି ଲୁହର ଧାର ।

ସତରେ ଆଜି ପପୁର ହସ ଲୁଚିଯାଇଛି ତାର ଆଖି ଲୁହରେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top