ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ସଂସାର ଦ୍ୱୀପରେ ଆସେ ଦୀପାବଳି, ତୁମକୁ ଝୁରିବା ପାଇଁ
ଶରଧାର ଘିଅ ଭଣ୍ଡାରରୁ ଶେଷ, ସେନେହଁ ସଳିତା ନାହିଁ
ସେଦିନ ଦିପାଳି ଝାପ୍ସା ଆଲୁଅରେ ତୁମ ପ୍ରଥମ ଚାହାଣି
ବିନା ରାଇଜରେ ରାଜା କରିଦେଲା ଭାବିଥିଲି ତୁମେ ରାଣି
ସ୍ୱପ୍ନ ଭାଙ୍ଗି ଦେଇ ଏକା ଚାଲିଗଲ ଦେଇଥିବା କଥା ଭୁଲି
ଜହ୍ନ ତାରା ସଙ୍ଗେ ସରଗରେ ତୁମେ ମନାଉଥିବ ଦୀପାଳି
ଗୋଟେ ପରେ ଗୋଟେ ବରଷ କଟୁଛି ତୁମକଥା ଭାଳିଭାଳି
ହୃଦୟ ଦ୍ୱୀପରେ ରକତ ଓଜାଡ଼ି ଆମସ୍ମୃତି ସଳିତାକୁ ଜାଳି
ଅମାବାସ୍ୟା ରାତି ଆଲୋକ ଆଶାରେ ପାଳେ ଶୁଭ ଦୀପାବଳି
