ତୁମେ ଏକ ଲୟରେ ଅନେଇ ବସିଥିଲ
କୁଆଡ଼େ ବେଶି ଦୂର ଯାଇନଥିଲା ସେ ଚେହେରା
ଏ ପର୍ଯ୍ୟନ୍ତ ମିଳିଥିବା ଆଖପାଖରେ ସ୍ଥିର ହୋଇ ରହିଥିଲା
ମୁଁ ମନକୁ ମନ କହିଲି ମୋର ତରତର ହେବାରେ କିଛି ନାହିଁ
ଯେ ମୁଁ ତୁମକୁ ଏ ରୂପରେ ପାଇବି ରହିବିନି ତୁମ ପାଖେ
ମୁଁ ସବୁ କାମରୁ ଛୁଟି ନେଇଯାଇଛି
ରହିବି ତ କେବଳ ଏଇଠି ରହିବି
ପଶ୍ଚାତାପର ହାଲକା ଯନ୍ତ୍ରଣା ସହି
ଅପେକ୍ଷା କରନ୍ତି ଏକ ଛୋଟ ଆଶ୍ୱାସନାର
ମୁଁ ଜାଣିନି ତାହା କେମିତି ଆସିବ
ତୁମେ ଉଠିଲ ଏବଂ ଯେଉଁଠି ଥିଲ ସେଇଠି ରହି
ଆଉ କୁଆଡ଼େ ଚାଲିଗଲ
ତମେ କଡ଼ ଲେଉଟେଇଲ
ମୁଁ ନିଜକୁ ନିଜେ ଡରି ସେଇ ପାଖରେ ବସିଥିଲି
ତୁମେ ଉଠିଲ
ଆଉ ଟିକେ ପରେ ତୁମେ ଶୋଇଗଲ
ମୁହଁ ଉପରେ ଉକୁଟିଗଲା ଯନ୍ତ୍ରଣା
ମୁହଁ ସାରା ଛାଇଗଲା
ଗୋଟେ ଛୋଟ ଅକ୍ଷରରେ ଲୁଚିଥିବା ବହିପରି ଖୋଲିଗଲା
ସେ ମୁହଁଟି
ଶୋଇଥାଅ
ମୁଁ ପଡୁଛି
ଭାଷାର ଗୁଞ୍ଜନରେ ଘର ଭିତରେ ଶୁଭୁଛି
ବାରମ୍ୱାର ଆମ ଦୁହିଁଙ୍କ ଅତୀତ !
