ଆଖି ଖୋଲି ଏଇ ମିଛ ଆଲୁଅକୁ
ଦେଖି ହୁଏ ନାହିଁ
କି, ଆଖିବୁଜି ଅନ୍ଧାରରେ
ଶୋଇ ହୁଏ ନାହିଁ ।
ଚାରିଆଡ଼ ଅଜବ ଲାଗେ,
ମନଟା ଜାଗ୍ରତ ହୋଇ
ମଧ୍ୟ ପୁଣି ଶୁପ୍ତ ହୋଇଯା’ ।
ଏଇ ମାୟା ଜାଲ ମଝିରେ ।
ଦୁଃସ୍ୱପ୍ନଟିଏ ଦେଖି ଚମକି ପଡ଼ି
ଚାହିଁଲା ବେଳକୁ ଆଗରେ
ସତ ଭୂତ ଛିଡ଼ା ହୋଇଥାଏ
ଅତୀତର ମୋହ ନ ତେଜିବା ଆଗରୁ
ଭବିଷ୍ୟଟା ଜବରଦସ୍ତ
ଧସେଇ ପଶିଯାଏ ।
ବର୍ତ୍ତୁଳାକାର ଏଇ ଜୀବନ ଗତିରେ
ଯିଏ ନିଜ କେନ୍ଦ୍ରବିନ୍ଦୁ
ଖୋଜୁଥାଏ. . .
ସେଇ ହିଁ ଘୂରି ଘୂରି ତା’ର ପରିଧି
ଭିତରେ ସଦା
ନିଜ ମୁଣ୍ଡ ପିଟୁଥାଏ ।
