କବିତା

ମା’

Dibakar Sahoo's odia poem Maa

ସେହି ମୋ ମା’
ସାନବେଳୁ ମୋତେ ହୋଇଛି ସାହା
ପଡ଼ିଗଲେ ତଳେ କାଖେଇ କୋଳେଇ
ଝାଡ଼ିଝୁଡ଼ି ଦେଇ କହିଛି ଆହା ।।

ମା'
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ସେହି ମୋ ମା’
ମମତା ମଧୁରେ ଭରା ଯା ନାଁ
ପଣତ କାନିରେ ଘୋଡ଼େଇ ଘାଡ଼େଇ
ରଖିଛି ଆସିଲେ ବରଷା ବା’ ।।

ସେହି ମୋ ମା’
ସାନବେଳୁ ମୋତେ ହୋଇଛି ସାହା
ପଡ଼ିଗଲେ ତଳେ କାଖେଇ କୋଳେଇ
ଝାଡ଼ିଝୁଡ଼ି ଦେଇ କହିଛି ଆହା ।।

ସେହି ମୋ ମା’
ସଫାକରି କାଛୁ କୁଣ୍ଡିଆ ଘା’
ଗୁହ ମୂତ କନା ଗୋଟେଇ ଗୋଟେଇ
ଅଧ ରାତିରେ ଧୋଇଛି ତାହା ।।

ସେହି ମୋ ମା’
ଅଝଟ କଲେ ବୁଲାଏ ଗାଁ
ଜହ୍ନକୁ ଦେଖେଇ ଭୁଲେଇ ଭାଲେଇ
ଯାଚିଯୁଚି କେତେ କହିଛି ଖା’ ।।

ସେହି ମୋ ମା’
ମାଟି ସିଲଟରେ ମୋତେ ଅ’ ଆ’
ଖଡ଼ି ଧରି ହାତେ ଦେଇଛି ଶିଖାଇ
ପାଠଶାଠ ପଢ଼ି ରଖିବୁ ନାଁ ।।

ସେହି ମୋ ମା’
କେତେ ସେ କରିଛି ଦଉଡ଼ ଧା’
ଗୁଣିଆ ବଇଦ ମନ୍ଦିର କେବେ
ଦେହ ମୁଣ୍ଡ ଯଦି ହୁଅଇ ଯାହା ।।

ମା’ ଲୋ’ ମା’
ମରତେ ଥା’ କି ସରଗେ ଥା’
ଜଳୁଥାଉ ତୋର ସେନେହ ସଳିତା
ବିପଦେ ଆପଦେ ଦେଖାଉ ରାହା ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top