କବିତା

ତଥାଗତ

Biswajeebana Mishra's odia poem Tathaagata

ମୃତ୍ୟ ଭିତରେ ଅମୃତର ଗାଥା
ଗାଇ ଉଠ ବୀର ତୁହି
ଅସୀମ ଆନନ୍ଦେ ଏ ସାରା ଜଗତ
ଜାଗି ଉଠୁ ପ୍ରାଣ ବହି

ତଥାଗତ

କରମ କଷଣେ ଜୀବନ ଦାରୁଣ
ଲୁପ୍ତ ପ୍ରାୟ ସ୍ୱାଧୀନତା
ବିଳମ୍ବ ନ କରି ଆଖି ଖୋଲ ସାଧୁ
ହର ସବୁ ଜୀବ ବ୍ୟଥା

ମୃତ୍ୟ ଭିତରେ ଅମୃତର ଗାଥା
ଗାଇ ଉଠ ବୀର ତୁହି
ଅସୀମ ଆନନ୍ଦେ ଏ ସାରା ଜଗତ
ଜାଗି ଉଠୁ ପ୍ରାଣ ବହି

ଦୁର୍ବାର-ପଥର ପଥିକ ଅଟୁ ତୁ
ତୁହି ଶିବ ମହାବୁଦ୍ଧ
ଅନ୍ଧାର ବିଦାରି ଆଲୋକ ବିତରି
କର ହେ ଶୃଙ୍ଖଳ-ମୁକ୍ତ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top