କବିତା

ଅବସର

Ramakant Mishra's odia poem Abasara

ଧିରେ ଧିରେ ପୁର୍ବର କର୍ମ ଚଞ୍ଚଳତା ଚାଲି ଯାଏ,
ବସି ବସି ଶରୀରର ବିଭିନ୍ନ ଅଂଗରେ କଳଙ୍କି ଲାଗି ଯାଏ ।
ମସ୍ତିଷ୍କ କିନ୍ତୁ ଅଧିକ କ୍ରିୟା ଶୀଳ ହୋଇ ଯାଏ,
ସାରା ଜୀବନର ‘ଅନୁଭବ’ ର ପୁଞ୍ଜିତକ,
ବିନା ସୁଧରେ ବହୁଗୁଣିତ ହୋଇ ଯାଏ ।

ଅବସର
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଅବସର ପରେ ସମୟ କଟେ ନାହିଁ,
ଦିନ, ବାର ଆଦିର ହିସାବ ରହେ ନାହିଁ ।
ସବୁଦିନ ଛୁଟିଦିନ, ରବିବାର ପରି ମନେ ହୁଏ ।
ଧିରେ ଧିରେ ପୁର୍ବର କର୍ମ ଚଞ୍ଚଳତା ଚାଲି ଯାଏ,
ବସି ବସି ଶରୀରର ବିଭିନ୍ନ ଅଂଗରେ କଳଙ୍କି ଲାଗି ଯାଏ ।
ମସ୍ତିଷ୍କ କିନ୍ତୁ ଅଧିକ କ୍ରିୟା ଶୀଳ ହୋଇ ଯାଏ,
ସାରା ଜୀବନର ‘ଅନୁଭବ’ ର ପୁଞ୍ଜିତକ,
ବିନା ସୁଧରେ ବହୁଗୁଣିତ ହୋଇ ଯାଏ ।
ବସି ବସି ଖାଲି ମନେ ପଡେ ବିଗତ ଜୀବନ କଥା,
ବିନା କାରଣରେ କେବେ ହସ ଆଉ କେବେ ରାଗ,
କେବେ ଅଭିମାନରେ ଭରି ଯାଏ ମନ,
ମନ ଖୋଜେ ଲୋକଟିଏ କହିବା ପାଇଁ ମନର କଥା,
କିନ୍ତୁ ଲୋକ କାହାନ୍ତି ମନ କଥା ଶୁଣିବା ପାଇଁ ?

ସଂସାରରେ ଏବେ ସବୁକିଛି ମିଳିଯିବ,
କିନ୍ତୁ ମନର କଥା ଶୁଣିବାକୁ ମିଳିବନି ଲୋକ,
ସେ ପୁଣି ଅବସର ପ୍ରାପ୍ତ ଲୋକର କଥା ?
ଅବସର ଶରୀରକୁ କରିଥାଏ ଶିଥିଳ,
ପୁରୁଣା କଥା ସବୁ ମନକୁ କରେ ଅସ୍ଥିର,
ଦେହ ଆଉ ମନ ଧିରେ ଧିରେ –
ବିଚିତ୍ର ବିରୋଧାଭାଷରେ ପହଞ୍ଚି ଯାନ୍ତି ।
ବିଭିନ୍ନ ଅବସ୍ଥା ପରି ଅବସର ମଧ୍ୟ ଏକ ଅବସ୍ଥା,
ବିଭିନ୍ନ ଅବସ୍ଥାରେ ଯେମିତି ଚଳି ଆସିଲେ,
ଏ ଅବସ୍ଥାକୁ ମଧ୍ୟ ସେମିତି ପାର କରିବାକୁ ହେବ ।
ଆଶା ଆଉ ଆକାଂକ୍ଷାରୁ ଉର୍ଦ୍ଧ୍ଵରେ ରହି,
ଅତୀତ ଆଉ ବର୍ତ୍ତମାନର ପାର୍ଥକ୍ୟକୁ ଭୁଲି,
ବର୍ତ୍ତମାନକୁ ଗ୍ରହଣ କରିବାକୁ ହେବ ସାଦରେ,
ଦେଇ ନିଜ ଅତୀତ କଥାକୁ କବର,
ଭବିଷ୍ୟତର ଭାବନା ମନୁଁ କରି ଦୂର,
ବର୍ତ୍ତମାନରେ ମଜ୍ଜି ଯିବା ହିଁ ଶ୍ରେଷ୍ଠ ଅବସର ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top