କବିତା

ମାଟି କଣ୍ଢେଇ

Dr Mousumi Parida's odia poem Maati Kandhei

କ୍ଷମା କରି କରି
ଭାଗ୍ୟ ବି ଥକିପଡିଥିଲା ବୋଧେ..
ହସିଦେଇ କହିଲା-ଜନ୍ମ ଓ ମୃତ୍ୟୁ ଉଭୟ
ଏବେ ତୋ ହାତରେ..!

ମାଟି କଣ୍ଢେଇ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଖୁବ୍ ଖୋଜିଛି ସେ ଆଖି
ଦରାଣ୍ଡିଛି ଋତୁମାନଙ୍କ ପାଗଳପଣରେ
ଧାଇଁଛି ଅଂଶୁଘାତ ଜର୍ଜରିତ
ପଥିକଟେ ପରି ଏଣେତେଣେ!
ବିଛେଇ ହୋଇ ପଡିଥିବା
ଅବଶୋଷକୁ ଧରି ଫେରିଛି ଅତୀତକୁ
କହିବାକୁ-ଏଇ ହାରିଗଲି ପୁଣି !
ଗଢି ଦେ ମୋ ସୁନା ଦେଉଳ
ଫେରାଇ ଦେ ମୋ ମାଟି କଣ୍ଢେଇ !
କ୍ଷମା କରି କରି
ଭାଗ୍ୟ ବି ଥକିପଡିଥିଲା ବୋଧେ..
ହସିଦେଇ କହିଲା-ଜନ୍ମ ଓ ମୃତ୍ୟୁ ଉଭୟ
ଏବେ ତୋ ହାତରେ..!

ତୋତେ ହିଁ ଚୟନ କରିବାକୁ ହେବ
ନିର୍ଦ୍ଧିଷ୍ଟ ଗତିପଥକୁ !
ସେ କିନ୍ତୁ ବାରବାର ଛୁଉଁଥିଲା ମୃତ୍ୟୁକୁ !
ପୁଣି ଧାଉଁଥିଲା
ସଂପର୍କର ଶେଷ ସୀମାଯାଏଁ..
ଜୀବନଟା ପାଲଟିଯାଇଥିଲା
ମୁଠାମୁଠା କୋହର ଝଡ
ବରଫାବୃତ ଧବଳ ପାହାଡ..!

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top