କବିତା

ମାଟି କଣ୍ଢେଇ

Dr Mousumi Parida's odia poem Maati Kandhei

କ୍ଷମା କରି କରି
ଭାଗ୍ୟ ବି ଥକିପଡିଥିଲା ବୋଧେ..
ହସିଦେଇ କହିଲା-ଜନ୍ମ ଓ ମୃତ୍ୟୁ ଉଭୟ
ଏବେ ତୋ ହାତରେ..!

ମାଟି କଣ୍ଢେଇ

ଖୁବ୍ ଖୋଜିଛି ସେ ଆଖି
ଦରାଣ୍ଡିଛି ଋତୁମାନଙ୍କ ପାଗଳପଣରେ
ଧାଇଁଛି ଅଂଶୁଘାତ ଜର୍ଜରିତ
ପଥିକଟେ ପରି ଏଣେତେଣେ!
ବିଛେଇ ହୋଇ ପଡିଥିବା
ଅବଶୋଷକୁ ଧରି ଫେରିଛି ଅତୀତକୁ
କହିବାକୁ-ଏଇ ହାରିଗଲି ପୁଣି !
ଗଢି ଦେ ମୋ ସୁନା ଦେଉଳ
ଫେରାଇ ଦେ ମୋ ମାଟି କଣ୍ଢେଇ !
କ୍ଷମା କରି କରି
ଭାଗ୍ୟ ବି ଥକିପଡିଥିଲା ବୋଧେ..
ହସିଦେଇ କହିଲା-ଜନ୍ମ ଓ ମୃତ୍ୟୁ ଉଭୟ
ଏବେ ତୋ ହାତରେ..!

ତୋତେ ହିଁ ଚୟନ କରିବାକୁ ହେବ
ନିର୍ଦ୍ଧିଷ୍ଟ ଗତିପଥକୁ !
ସେ କିନ୍ତୁ ବାରବାର ଛୁଉଁଥିଲା ମୃତ୍ୟୁକୁ !
ପୁଣି ଧାଉଁଥିଲା
ସଂପର୍କର ଶେଷ ସୀମାଯାଏଁ..
ଜୀବନଟା ପାଲଟିଯାଇଥିଲା
ମୁଠାମୁଠା କୋହର ଝଡ
ବରଫାବୃତ ଧବଳ ପାହାଡ..!

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top