କବିତା

ଅଜବ ଦୁନିଆ

Bindass Gopal's odia poem Ajab Duniaa

ରଙ୍ଗ ବି ବିକୁଛି, ଢଙ୍ଗ ବି ବିକୁଛି
ଦୁନିଆ ର ରଙ୍ଗ ମଞ୍ଚ ରେ
ଅତି କୁହା ପୁଣି ପ୍ରବଚନ ଦେଇ
ଠକି ଖାଏ ମିଥ୍ୟା ପାଞ୍ଚ ରେ ।୩।

ଅଜବ ଦୁନିଆ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଅଜବ ଗଜବ ଦୁନିଆ
ଦୁନିଆ ନୁହେଁ ସୁନା କନିଆଁ
ମିଠା ମିଠା କଥା କହି ଜାଣି ଥିଲେ
ଚନ୍ଦା କୁ ବିକିବ ପାନିଆ ।୧।

ବିକେ ଏଠି ସବୁ ଜିନିଷ
ମଣିଷ କୁ ବିକେ ମଣିଷ
ଅଙ୍ଗ ଭି ବିକୁଛି, ସଙ୍ଗ ବି ବିକୁଛି
ରକ୍ତ ବିକେ ପ୍ରତି ଦିବସ ।୨।

ରଙ୍ଗ ବି ବିକୁଛି, ଢଙ୍ଗ ବି ବିକୁଛି
ଦୁନିଆ ର ରଙ୍ଗ ମଞ୍ଚ ରେ
ଅତି କୁହା ପୁଣି ପ୍ରବଚନ ଦେଇ
ଠକି ଖାଏ ମିଥ୍ୟା ପାଞ୍ଚ ରେ ।୩।

ସତ ବି ବିକୁଛି, ମିଛ ବି ବିକୁଛି
ନ୍ୟାୟ ବିକେ ନ୍ୟାୟାଳୟରେ
ଜ୍ଞାନ ବି ବିକୁଛି, ମାନ ବି ବିକୁଛି
ବିଦ୍ୟା ବିକେ ବିଦ୍ୟାଳୟରେ ।୪।

ପ୍ରେମ ବି ବିକୁଛି, ଘୃଣା ବି ବିକୁଛି
ରାଜନୀତି ର ଗଳି କନ୍ଦିରେ
ଧର୍ମ ବି ବିକୁଛି କର୍ମ ବି ବିକୁଛି
ଚର୍ଚ୍ଚ ,ମସ୍ଜିଦ ଆଉ ମନ୍ଦିରେ ।୫।

ସୁଖ ବି ବିକୁଛି ,ସମ୍ପଦ ବିକୁଛି
ସମ୍ପର୍କର ଜୁଆ ଖେଳରେ
ସୁଖ ବେଳେ ଯିଏ ଅତି ଆପଣାର
ଦୁରେ ଥାଏ ଦୁଃଖ ବେଳରେ।୬।

ସପ୍ତ ଦରିଆ ରେ ଅଗାଧ ସଲୀଳ
ତଥାପି ତ ପାଣି ବିକୁଛି
ବିକିଲା ଵାଲା ତ ବେଳୁନ ଭିତରେ
ପବନ କୁ ଭରି ବିକୁଛି ।୭।

ଅଜବ ଦୁନିଆ ର ଗଜବ ଏ କଥା
ଦୁନିଆଟା ବଡ଼ ସୌଦାଗର
ହାତେ ମାପି ବାବୁ ଚାଖଣ୍ଡେ ଚାଲିଲେ
ଖେଳ କରୁଥିବୁ ନିରନ୍ତର ।୮।

1 Comment

1 Comment

  1. ବିଶାଖା

    December 24, 2017 at 11:14 am

    ବହୁତ ଭଲ । ଭାବନା ର ଗଭୀରତା ରୁ ଉଦ୍ଧିଷ୍ଟ କବିତା ଟି ସୁନ୍ଦର ହେଇଛି।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top