କବିତା

କୋଳି

Nrusingha Charan Tripathy

ଅଙ୍ଗୁର, ଅଁଳା, ଚେରି, ଜାମୁ
ବଇଁଚି, ବେତ, ଖିରିକୋଳି
ବଉଳ କୋଳି, ଗଉଡ଼ ଗୋବିନ୍ଦ
କୋଳି ଲାଗି ହୁଏ କଳି ।

କୋଳି
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଭଳିକି ଭଳି, ଖାଅରେ କୋଳି
ସୁନ୍ଦର ସଂସାରେ ରହିଛି ଭରି
ଖଟାମିଠା କଷା କୋଳି
ଭିଟାମିନ୍ ଅଛି ପୂରି ।୧।

ଅଙ୍ଗୁର, ଅଁଳା, ଚେରି, ଜାମୁ
ବଇଁଚି, ବେତ, ଖିରିକୋଳି
ବଉଳ କୋଳି, ଗଉଡ଼ ଗୋବିନ୍ଦ
କୋଳି ଲାଗି ହୁଏ କଳି ।୨।

ଖଜୁରୀ କୋଳିର ରସ ମିଠା
ବରକୋଳି ଲାଗେ ଖଟା
ଖଟା ନ ହେଲେ ପଖାଳ ଉଠେନା
କୋଳି ଲାଗି ଝଟାପଟା ।୩।

କୋଳି ଖାଇବାକୁ ସଭିଁଙ୍କ ଆଦର
କରେ ନାହିଁ କେହି କେହି ମନା
ବୟସ ଭିନ୍ନରେ କୋଳିର ଆଦର
ସମସ୍ତଙ୍କୁ ଅଛି ଜଣା ।୪।

ଦେଶ ବିଦେଶରେ କୋଳିର ଆଦର
ଗାଁ ଠାରୁ ଯାଏ ବଳି
କୋଳି ଏବେ ପରା ଅଭାବ ପଡ଼ିବ
ବଣବୁଦା ଯାଏ ଜଳି ।୫।

ଆସ ପିଲାମାନେ ଗଛ ଲଗାଇବା
ଯେତେ ଜାତି ଅଛି କୋଳି
କୋଳି ଖାଉଖାଉ ଆମ ପରିବେଶ
ଅତିରେ ଜିବ ବଦଳି ।୬।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top