କବିତା

କ୍ରୁଶବିଦ୍ଧ ବୁଦ୍ଧ

Bishwajeeban Mishra's odia poem Krusabiddha Buddha

ରସ ବିରସ
ବିରସ ରସ
ଆଲୁଅ ଅନ୍ଧ
ଅନ୍ଧାରର କାନ୍ଦ

କ୍ରୁଶବିଦ୍ଧ ବୁଦ୍ଧ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଅବୋଧ ସହର
ଆବଦ୍ଧ ବିଚାର
ବାସର ବାସନା
ଦିଗ ବିବସନା
ମଲା ମୁଁ’ର ହୁଙ୍କାର
କ୍ଷୁଧାର୍ତ୍ତ ଉଦର
ରସ ବିରସ
ବିରସ ରସ
ଆଲୁଅ ଅନ୍ଧ
ଅନ୍ଧାରର କାନ୍ଦ
ମିଛ ମୁକ୍ତ
ସତ୍ୟ ପୀଡିତ
….
ନିର୍ନିମେଷ ନୟନରେ ଦେଖୁଛନ୍ତି
କ୍ରୁଶବିଦ୍ଧ ବୁଦ୍ଧ…..

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top