ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ଅଭିମାନରେ
ନିଦ ଭିତରେ
ଡୁବି ସାରି ଥାଏ
ଛୋଟ ଝିଅ ମାନା
ହାତ ମୁଠାରେ ନେଇ
ବଡ଼ ପ୍ରତୀକ୍ଷାକୁ ।
ଆଉ କାହା ଲାଗି
ଉତୁରି ପଡ଼ିଥାଏ ଇସାରାରେ
ଅକୁହା କଥା ।
ନୀରବ ଇଙ୍ଗିତରେ
ଖୋଲିଯାଇ ଥାଏ
ଭାବନାର ଭୂଗୋଳ ,
ଆଖିରେ ଆଖିଏ
ପ୍ରଶ୍ନ ଚିହ୍ନର ଚିତ୍ର ।
ବାହାରେ ଅମାପ ଅନ୍ଧାର
ଲଗାମହୀନ ନୀରବତା
କାୟା ବିସ୍ତାରିଥିବା
ପରସ୍ତ ପରସ୍ତ ଶୁନ୍ୟତା ।

Tarun kumar das
April 13, 2018 at 2:38 pm
Rati kabitati vari sundar.