ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ନାରୀଟେ ଗଢିଛ, କଛପ ଗଢିଛ
ଦୁହିଙ୍କୁ କରି କୋମଳ,
ବେନି ଜନ ପାଇଁ, ଦେଇଛ କଷଣ
ଜଣଙ୍କୁ ପ୍ରସ୍ତର ଖୋଳ
ଏକି ଅନ୍ୟାୟ ଖେଳ ?
ସୃଷ୍ଟିକର୍ତା ତୁମେ
ନାରୀ ଜନ୍ମ ଦାତ୍ରୀ,
ଦୁହେଁ ସୃଷ୍ଟି କରତା, ନାରୀକୁ ଅବଳା
ନିଜକୁ ସର୍ବଶକ୍ତିମାନ,ଏବେ ଉତର ଦେବା ର ବେଳ
ଏକି ଅନ୍ୟାୟ ଖେଳ ।।
ଗରଭେ ଧରୁଛି
ଗରଭେ ମରୁଛି
କନ୍ୟା ଭ୍ରୁଣ, ସେ ଆକାଳେ
ରଖିଲେ କେ ମାରେ
ମାରିଲେ କେ ରଖିପାରେ
ସବୁ ସମ୍ଭବ ତୁମ ଶକ୍ତି ବଳେ?
କନ୍ୟା ଭ୍ରୁଣଟିର ସୁରକ୍ଷା ପାଇଙ୍କି
ନାହିଁ ତୁମର ବଳ
ଏକି ଅନ୍ୟାୟ ଖେଳ ?
