ଉଠି ଆସେ ଜହ୍ନ ଧିରେ ଧିରେ
ତୁମ ଘର ଛୁଇଁ
ହସୁଥାଏ ପର୍ବତ ଶିଖରୁ
ଅନାଇ ରହେ ମୁଁ ଅପଲକ ନୟନରେ
ଆଖି ପତା ପଡେ ନାହିଁ ।
ମୋ ମନ ଆକାଶରେ
ତୁମ ସୁନ୍ଦର ମୁହଁ ଭାସି ଆସୁଥାଏ
ଦିଶେ ତୋଫା ଜହ୍ନ ଭଳି
ସେମିତି କୋମଳ ମଧୁର
ହସୁଥାଏ ମୋତେ ଦେଖିକରି ।
ଅନାଇ ରହେ ମୁଁ ତୁମ ପାଇଁ
ମୋ ମନ ଆକାଶରେ
ତୁମେ ଉଇଁ ଆସ
ପଡିଥାଏ କୋମଳ ଛାଇ ତ ତୁମର
ମନ ମୋହିଯାଏ
ଯେଉଁଠିକୁ ଦେଖେ
ତୁମେ ଉଙ୍କିମାରୁ ଥାଅ ।
ଆକାଶରୁ ଧିରେ ଉଠି ଆସେ ଜହ୍ନ
ହସୁଥାଏ ପର୍ବତ ଶିଖରୁ
ମୋ ମନ ଆକାଶରେ ତୁମେ ହସୁଥାଅ
ଜହ୍ନଠାରୁ ତୁମ ଶତ ଗୁଣରେ ସୁନ୍ଦର
ଉଜ୍ଜ୍ୱଳ ଦିଶ ତୁମେ ଜହ୍ନଠାରୁ
ସବୁ କିଛି ମୁଁ ଭୂଲିଯାଏ
ଚାରି ଆଡେ ତୁମ ମୟ ଖାଲି
ରାତିରେ ଆଉ ଅନ୍ଧାର ନଥାଏ
ଜହ୍ନ ପରି ତୁମେ ଉଇଁ ଥାଅ
ମୋର ମନ ଆକାଶରେ ।
ରାସ୍ତାକୁ ତୁମେ ଆଲୋକିତ କର
ପାଖରେ ଠିଆ ହୋଇ ଥାଅ
ହୃଦୟରେ ମୋର ଜହ୍ନର ଆଲୋକ
ବାହୁରେ ତୁମେ ନେଇଯାଅ ।
