କବିତା

ତୁ ମୋ ଜୀବନ !

Sagaria Abhiram's odia poem Tu Mo Jeebana

ଲାଗୁଚି ମତେ ବଞ୍ଚିପାରିବିନି,
ତୋ ବିନା ଗୋଟେ କ୍ଷଣ
ଯାହା ବି ହଉ ରହିବୁ ମୋ ପାଖେ,
ସବୁ ଦିନ ଦେଲି ରାଣ ।

ତୁ ମୋ ଜୀବନ !
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ତୋ ପାଇଁ ନେଇଚି ଜନମ
ତୋ ପାଖେ ପଶିଲି ଶରଣ
ତୋ ପାଖେ ସ୍ୱର୍ଗ
ତୋ ପାଖେ ନର୍କ
ରାଜି ତୋ ପାଇଁ ନବାକୁ ମରଣ
ତୁ ମୋ ଜୀବନ !

ଲାଗୁଚି ମତେ ବଞ୍ଚିପାରିବିନି,
ତୋ ବିନା ଗୋଟେ କ୍ଷଣ
ଯାହା ବି ହଉ ରହିବୁ ମୋ ପାଖେ,
ସବୁ ଦିନ ଦେଲି ରାଣ ।

ତୋ ପ୍ରେମ ମୋ ପାଇଁ ଅମୃତ
ତା’ ବିନା ମୁଁ ପୁରା ଅନାଥ
ତୋ ପ୍ରେମ ପଥି
ମୁଁ ପାଏ ନିତି
ତୋ ପ୍ରେମ ବିନା ମୁଁ ଶବ ସମାନ
ତୁ ମୋର ଜୀବନ !

ଦୁନିଆଁ ଲାଗେ, ରଙ୍ଗହୀନ ପୁରା
ତୁ ନଥିଲେ ପାଖରେ,
ସବୁ ସୁନ୍ଦର, ଲାଗେ ନିଜର,
ମିଶିଗଲେ ଆଖି ତୋ ଆଖିରେ

ତୋ ପାଇଁ ଚାଲୁଚି ସ୍ପନ୍ଦନ
ତୋ ବିନା ବଞ୍ଚିବା ବାରଣ
ତୋ ପାଇଁ ଆଜି
ମନରେ ଶାନ୍ତି
କଲୁ ତୁ ମୋର ଦୁଃଖକୁ ହରଣ
ତୁ ମୋର ଜୀବନ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top