କବିତା

ହସ ବାଣ୍ଟୁଥିଲେ

Dibakar Sahoo's odia poem Hasa Baantuthile

ହସ ବାଣ୍ଟୁଥିଲେ ସରେ ନାହିଁ ହସ
ଆକାଶର ତାରା ପରି,
ଚେନା ଚେନା ହସ ମନ ମୋହିନିଏ
ଆତ୍ମୀୟତା ଯାଏ ଭରି ।।

ହସ ବାଣ୍ଟୁଥିଲେ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ହସ ବାଣ୍ଟୁଥିଲେ ସରେ ନାହିଁ ହସ
ଆକାଶର ତାରା ପରି,
ଚେନା ଚେନା ହସ ମନ ମୋହିନିଏ
ଆତ୍ମୀୟତା ଯାଏ ଭରି ।।

କମି କମି ଆସେ କ୍ରୋଧ ଅହଂ ଭାବ
କରୁଥିଲେ ଅନୁତାପ,
ନିଜ ଦୋଷ ନିଜେ କରିଲେ ସ୍ୱୀକାର
ବିନାଶ ହୁଅଇ ପାପ ।।

ଭାବିଚିନ୍ତି କଥା କହୁଥିଲେ ଧୀରେ
ଅପସରି ଯାଏ କଳି,
ସତ୍ୟ ଶାନ୍ତି ପଥେ ଚାଲୁଥିବାଯାଏ
ଦେହରେ ନ ଲାଗେ ମଳି ।।

ଲାଘବ ହୁଅଇ ଦୁଃଖଭାର ଯେବେ
ବନ୍ଧୁ ଆଗେ ଦିଅ କହି,
ଧଇର୍ଯ୍ୟ ଧରିଲେ ବିପଦେ ଆପଦେ
ହେବ ଜାଣ କାଳଜୟୀ ।।

ନିଜେ ଭଲ ହେଲେ ଆଚାରେ ବିଚାରେ
ଗଡ଼ିଆ ହୁଅଇ ଗଙ୍ଗା
ଶୀତଳ ଜଳରେ ସ୍ଥିର ହୋଇ ଚାଲେ
ଆମ ଏ ଜୀବନ ଡଙ୍ଗା ।।

ଗୁରୁ ଗୁରୁଜନ ସେବା କରୁଥିଲେ
ପଶି ନ ପାରଇ ଦୁଃଖ
ବଡ଼ମାନଙ୍କର ଆଶିଷ କଲ୍ୟାଣେ
ଲଭେ ସେ ଅପାର ସୁଖ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top