କବିତା

ଆକାଶ ପୃଥିବୀ ପ୍ରେମକାହାଣୀ

Birendra Kumar Pradhan's odia poem Aakaasha Pruthibi Premakahaani

ବରଷା ସାଥେ ସ୍ୱର୍ଣ୍ଣହାର ଦେଇ ଆକାଶ ସତେ ଦିଏ ପଠେଇ
କ୍ଷେତତ ସୁନେଲି ଦିଶଇ ଜଗତ ଜନ ହସଇ ।।

ଆକାଶ ପୃଥିବୀ ପ୍ରେମକାହାଣୀ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଶୁଣିଥିବ କେତେ ପ୍ରେମ କାହାଣୀ ଶୁଣିଥିବ ରାଜା ରାଣୀଙ୍କ ବାଣୀ
ଶୁଣିନଥିବ ଏମିତି ବାଣୀ ଆକାଶ ପୃଥିବିକି ପ୍ରେମକରଇ ।।

ବରଷା ସତେକି ବାରତା ଆଣି ଧରଣୀ ବାହାରେ ସଜ ହେଇ
ଦେହେ ତା ଅତର ଲଗାଇ ମୁଣ୍ଡେ ତା ଓଢଣି ଦେଇ ।।

ବରଷା ସାଥେ ସ୍ୱର୍ଣ୍ଣହାର ଦେଇ ଆକାଶ ସତେ ଦିଏ ପଠେଇ
କ୍ଷେତତ ସୁନେଲି ଦିଶଇ ଜଗତ ଜନ ହସଇ ।।

ଇନ୍ଦ୍ରଧନୁ ଫୁଲତୋଡା ଦେଇ ଧରାକୁ ସ୍ଵାଗତ କରିବା ପାଇଁ
ଆକାଶ ଆସିଛି ଧାଇଁ ମନେ ସାତରଙ୍ଗ ଭରିବା ପାଇଁ ।

ଆକାଶ ଗର୍ଜନ କରଇ କହେ ତୋତେ ପ୍ରେମ କରଇ
ଦୁହେ ଦୁଇଙ୍କ ପାଇଁ ଏ କଥା ଭୁଲିବା ନାହିଁ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top