କବିତା

ନାୟିକା ହେଲା ସେ ଆଜି

Saumya Priyadarshini Panda's odia poem Naayikaa Helaa Se Aaji

ପ୍ରିୟାର ଖୁସିରେ ପାଇଁ ନିଜ ଖୁସି, ବଗିଚାରେ ନିଜ ପ୍ରିୟ ସାଥେ ବସି
ପ୍ରେୟସୀ ହେଲା ସେ ଆଜି, ପ୍ରେୟସୀ ହେଲା ସେ ଆଜି ।

ନାୟିକା ହେଲା ସେ ଆଜି
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ନାୟକ ଆଖିରେ ବିଶ୍ୱାସ ସାଜି , ନାୟକ ଛାତିରେ ସ୍ପନ୍ଦନ ସାଜି
ନାୟିକା ହେଲା ସେ ଆଜି, ନାୟିକା ହେଲା ସେ ଆଜି ।

ନାୟକର ହସ ଦେଖି ହସିଦେଲା ତା ନାୟିକା
ପୁନେଇ ରାତିରେ ହସେ କଇଁଫୁଲ ଯେମିତିକା
ନାୟକର ସଫାମନ ସତେ କାଚ ଆଇନା
ଆଇନାରେ ତାର ଛବି ଦେଖି କରିପାରିଲା ନି ମନା ।

ପ୍ରିୟାର ଖୁସିରେ ପାଇଁ ନିଜ ଖୁସି, ବଗିଚାରେ ନିଜ ପ୍ରିୟ ସାଥେ ବସି
ପ୍ରେୟସୀ ହେଲା ସେ ଆଜି, ପ୍ରେୟସୀ ହେଲା ସେ ଆଜି ।

ପ୍ରିୟ ସାଥେ ବୁଲାବୁଲି କିଛି ହସମଜା କଥା
ମିଠା ମିଠା ରାତିସବୁ ଭରିଯାଏ ମାଦକତା
ଜାଦୁର ଦୁନିଆ ଏ ସତେ ପ୍ରିୟ ତାର ଜାଦୁକର
ଜାଦୁକର ସହ ଇଚ୍ଛା ତୋଳିବାକୁ ଛୋଟ ଘର ।

ସୁହାଗ ହାତରୁ ସିନ୍ଦୁର ନେଇ, ସୁହାଗ ସାଥିରେ ସାତଫେରା ନେଇ
ସୁହାଗିନୀ ହେଲା ସେ ଆଜି, ସୁହାଗିନୀ ହେଲା ସେ ଆଜି ।

ସୁହାଗୀର ପ୍ରୀତି ଛୁଆଁ କରିଲା ସତେ କିମିଆ
ପୂର୍ଣ୍ଣ ହେଲା ତା ଜୀବନ ଶୁଣି ଡାକ ମା’ ମା’
ସମୟର ତାଳେ ତାଳେ ଦେଖିଲା ଜୀବନର ସବୁ ରଙ୍ଗ
ଏବେ ବିଦାୟର ବେଳ, ଅପେକ୍ଷା ଖାଲି ମୃତ୍ୟୁକୁ ତାଙ୍କ

ସାଥୀର ସୁଖରେ ହୋଇ ସମସୁଖୀ, ସାଥୀର ଦୁଃଖରେ ହୋଇ ସମଦୁଃଖୀ
ପ୍ରକୃତ ସାଥି ହେଲା ସେ ଆଜି, ପ୍ରକୃତ ସାଥି ହେଲା ସେ ଆଜି ।

ଏ ମୃତ୍ୟୁ ପରେ ପର୍ବ ତାଙ୍କ ଆତ୍ମା ମିଳନର
ଦୁନିଆ କହିଲା କାହାଣୀ ଏହି ଆମର ପ୍ରେମର
ପ୍ରେମ ଖାଲି ଦିଏ ସୁଖ ନ ଥାଏ ଏଠି ଛାଇ ତ ଦୁଃଖର
ପ୍ରକୃତରେ ପ୍ରେମ ଯେ ଅମର, ପ୍ରକୃତରେ ପ୍ରେମ ଯେ ଅମର ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top